ETV Bharat / business

ପୂର୍ବ ଭଳି ନାହିଁ ଆଉ ଅଭିବୃଦ୍ଧି: ସୁବ୍ରମଣ୍ୟମ

author img

By

Published : Nov 29, 2019, 12:58 PM IST

ଜିଡିପି ରିପୋର୍ଟ ପ୍ରକାଶ ପୂର୍ବରୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରତିକ୍ରିୟା ରଖି କହିଛନ୍ତି, ‘ପୂର୍ବ ଭଳି ଆଉ ଅଭିବୃଦ୍ଧି ଏବେ ନାହିଁ। ଏସବୁରୁ ମୁକୁଳିବା ପାଇଁ କର୍ପୋରେଟ ହ୍ରାସ ନିଷ୍ପତ୍ତି ନିବେଶ ବଢାଇବାରେ ସହାୟକ ହେବ।’

Cut in corporate tax rate important for investments: CEA Subramanian
ପୂର୍ବ ଭଳି ଅଭିବୃଦ୍ଧି ଆଉ ନାହିଁ : ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ସରକାର ନିବେଶ ବୃଦ୍ଧି ପାଇଁ କର୍ପୋରେଟ ଟିକସ ହ୍ରାସ କରିଛନ୍ତି । ଏହା ଦେଶରେ ନିବେଶ ପାଇଁ ମହତ୍ବପୂର୍ଣ୍ଣ ମଧ୍ୟ । ତେବେ ଗତ କିଛି ତ୍ରୈମାସରେ ଅଭିବୃଦ୍ଧି, ପୂର୍ବ ଭଳି ଆଉ ନାହିଁ (ଜିଡିପି ଖସିଛି) । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ କହିଛନ୍ତି।

ଶୁକ୍ରବାର ଦେଶର ଅଭିବୃଦ୍ଧି ରିପୋର୍ଟ ଜାରି ହେବ । ଏହା ପୂର୍ବରୁ ସୁବ୍ରମଣ୍ୟମଙ୍କ ବୟାନ ଜିଡିପି ହ୍ରାସ ନେଇ ଆଗୁଆ ସଙ୍କେତ ଦେଇଛି।

2019-20 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ 5 ପ୍ରତିଶତକୁ ଖସିଥିଲା । ଯାହାକି 6 ବର୍ଷର ସର୍ବନିମ୍ନ ରେକର୍ଡ । ସେହିପରି ଦ୍ବିତୀୟ ତ୍ରୈୟମାସରେ ଏହି ହାର 4.7 ପ୍ରତିଶତ ହ୍ରାସ ପାଇବ ବୋଲି ବିଭିନ୍ନ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି।

ଦେଶର ମାନ୍ଦାବସ୍ଥାକୁ ଦୂର କରିବ ପାଇଁ ସରକାର ନିବେଶ ଉପରେ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ସେପ୍ଟମ୍ବରରେ କର୍ପୋରେଟ ଟିକସ 30 ପ୍ରତିଶରୁ କମାଇ 22 ପ୍ରତିଶତ ପାଇଁ ଘୋଷଣା କରାଯାଇଛି। ଏହା ବ୍ୟତୀତ ନୂଆ ବିନିର୍ମାଣ କମ୍ପାନୀ ପାଇଁ କର ଦରକୁ 15 ପ୍ରତିଶତ ରଖାଯାଇଛି । ଯେପରି ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ପ୍ରୋତ୍ସାହିତ କରାଯାଇପାରିବ।

Intro:Body:

Chief Economic Adviser KV Subramanian said that corporate tax rate is important for investments.

New Delhi: Chief Economic Adviser KV Subramanian on Friday said that the government recognised the need to cut the corporate tax to boost investments.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.