ETV Bharat / business

ଅର୍ଥନୀତିକୁ କାଳ କୋରୋନା, ‘ମାନ୍ଦାବସ୍ଥା ସ୍ପଷ୍ଟ ’

author img

By

Published : Mar 28, 2020, 5:04 PM IST

କୋରୋନା କଟକଣା ପ୍ରଭାବରେ ଅର୍ଥନୀତି ମାନ୍ଦାବସ୍ଥାରେ ପ୍ରବେଶ କରିସାରିଛି । ଏ ନେଇ ସ୍ପଷ୍ଟ କରିଛନ୍ତି ଆଇଏମଏଫ ପ୍ରମୁଖ କ୍ରିଷ୍ଟାଲିନା ଜର୍ଜେିଭା ।

IMF chief
ଅର୍ଥନୀତିକୁ କାଳ କୋରୋନା , ‘ମାନ୍ଦାବସ୍ଥା ସ୍ପଷ୍ଟ ’

ୱାଂସିଟନ: ଭୟଙ୍କର କୋରୋନା ଭାଇରସ କବଳରେ ବିଶ୍ବ ଅର୍ଥନୀତି । ଶିଳ୍ପ ଠାରୁ ପୁଞ୍ଜୀ ବଜାର ସବୁ ଧ୍ବସ୍ତବିଧ୍ବସ୍ତ । କ୍ଷତି ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି । ମାନ୍ଦାବସ୍ଥା ଜଳଜଳ । ଏପରି ସ୍ଥିତିରେ ବିକାଶଶୀଳ ଦେଶଗୁଡିକର ସାହାଯ୍ୟ ପାଇଁ ବଡ ମାତ୍ରାରେ ଆର୍ଥିକ ପୋଷଣର ଆବଶ୍ୟତା ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ପ୍ରମୁଖ କ୍ରିଷ୍ଟାଲିନା ଜର୍ଜେିଭା କହିଛନ୍ତି ।

ଅନଲାଇନରେ ସମ୍ବାଦଦାତାଙ୍କୁ କହିଛନ୍ତି ଯେ, ‘ଏହା ସ୍ପଷ୍ଟ ଯେ, ଆମେ ମାନ୍ଦାବସ୍ଥା ଆଡକୁ ଗତି କରୁଛେ । ବର୍ତ୍ତମାନର ସ୍ଥିତି 2009 ଗ୍ଲୋବାଲ ଆର୍ଥିକ ସଙ୍କଟ ଠାରୁ ମଧ୍ୟ ଅତ୍ୟନ୍ତ ଖରାପ ରହିଛି । ସମଗ୍ର ବିଶ୍ବର ଆର୍ଥିକ ଗତିବିଧି ଅଚାନକ ଠପ୍‌ ହୋଇଯାଇଛି । ଏଥିରୁ ମୁକୁଳିବା ପାଇଁ ବଜାରକୁ 25000 ଅରବ ଡଲାରର ଆର୍ଥିକ ଭିଟାମିନର ଆବଶ୍ୟତା ଅଛି ବୋଲି ଜର୍ଜେିଭା ଜଣାଇଛନ୍ତି ।

ଏଥିସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ଆମର କହିବା ଅନୁଯାୟୀ ଏହି ସଂଖ୍ୟା ବହୁତ କମ । ଏବେ ସୁଦ୍ଧା 80ରୁ ଅଧିକ ଦେଶ ମୁଦ୍ରାକୋଷ ଅଧିକ ସହାୟତା ଲୋଡୁଛି । ’’

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.