ETV Bharat / business

ଗଠନ ହେବ DFI, ଜାଣନ୍ତୁ କଣ ମିଳିବ ଫାଇଦା - DFI ଗଠନକୁ ମଞ୍ଜୁରୀ

DFI ଗଠନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଏ ନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଣାଇଛନ୍ତି । ଅଧିକ ପଢନ୍ତୁ..

ଗଠନ ହେବ  DFI , ଜାଣନ୍ତୁ କଣ ମିଳିବ ଫାଇଦା
ଗଠନ ହେବ DFI , ଜାଣନ୍ତୁ କଣ ମିଳିବ ଫାଇଦା
author img

By

Published : Mar 16, 2021, 7:41 PM IST

ନୂଆଦିଲ୍ଲୀ: 20 ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହିତ ଏକ ବିକାଶ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍ (DFI)ଗଠନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏ ନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ଭିତ୍ତିଭୂମି ସଂରଞ୍ଚନା କ୍ଷେତ୍ରର ପ୍ରକଳ୍ପକୁ ଦୀର୍ଘମିଆଦି ଋଣ ଦେବାକୁ ଏକ ନୂଆ ବିକାଶ ଆର୍ଥିକ ସଂସ୍ଥାନ ଗଠନ କରିବା ସମ୍ଭନ୍ଧୀୟ ବିଲର ଡ୍ରାଫ୍ଟ ରହିଥିଲା । ଏହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦିତ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ଫେବୃଆରୀ ପହିଲାରେ ଆଗତ କରିଥିବା 2021-22 ବଜେଟରେ ବିକାଶ ଫାଇନାନ୍ସ ସଂସ୍ଥାନ (DFI) ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ସରକାର ଏହି ନୂଆ ସଂସ୍ଥାନ ପାଇଁ 20,000 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ରହିଛି ।

ମନ୍ତ୍ରିମଣ୍ଡଳ ବୈଠକର ନିଷ୍ପତ୍ତି ସୂଚନା ଦେଇ ସୀତାରମଣ କହିଛନ୍ତି କି, ‘‘ ମନ୍ତ୍ରିମଣ୍ଡଳ ଡିଏଫଆଇ ଗଠନ ପାଇଁ ବିଲକୁ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ବାରା ଦୀର୍ଘମିଆଦି ଋଣ ଉଲବ୍ଧତା ବଢାଇବାକୁ ସାହାଯ୍ୟ ମିଳିବ । ସେ କହିଛନ୍ତି ଯେ ପ୍ରସ୍ତାବିତ DFI ରେ 50 ପ୍ରତିଶତ ଅଣ-ସରକାରୀ ହେବେ ।

ସରକାର ଡିଏଫଆଇକୁ କିଛି ସିକ୍ୟୁରିଟିଜ ମଧ୍ୟ ଜାର୍ କରିବାକୁ ଯୋଜନା କରୁଛି । ଏହା ଦ୍ବାରା ଫଣ୍ଡସର କଷ୍ଟରେ ହ୍ରାସ ହେବ । ଫଳରେ ଡିଏଫସଇଆଇକୁ ପ୍ରାରମ୍ଭିକ ପୁଞ୍ଜିର ବ୍ୟବହାର ଦ୍ବାରା ବିଭିନ୍ନ ସ୍ରୋତରୁ ଫଣ୍ଡ ଯୋଗାଡରେ ସହଯୋଗ ମିଳିବ । ଯାହା ଦ୍ବାରା ଭାରତର ବଣ୍ଡ ମାର୍କେଚ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.