ETV Bharat / business

ଅର୍ଥନୀତିକୁ ମିଳିବ ବୁଷ୍ଟର, ରିଲିଫ ପ୍ୟାକେଜକୁ ବାଇଡେନଙ୍କ ଗ୍ରୀନ ସିଗନାଲ - economic relief for Americans

ଆମେରିକାବାସୀଙ୍କୁ ମିଳିବ ଆର୍ଥିକ ରିଲିଫ । ଆର୍ଥିକ ପ୍ୟାକେଜକୁ ମଞ୍ଜୁର କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ..

ଅର୍ଥନୀତିକୁ ମିଳିବ ବୁଷ୍ଟର , ରିଲିଫ ପ୍ୟାକେଜକୁ ବିଡେନଙ୍କ ଗ୍ରୀନ ସିଗନାଲ

author img

By

Published : Jan 23, 2021, 8:47 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅନେକ ସରକାରୀ ବା କାର୍ଯ୍ୟନିର୍ବାହୀ ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ଆଦେଶ କୋରୋନା ଭାଇରସ ମାଡରେ ପ୍ରଭାବିତ ଆମେରକୀୟ ଅର୍ଥବ୍ୟବସ୍ଥାର ସ୍ଥିତି ସୁଧାରିବା ସମ୍ବନ୍ଧରେ ରହିଛି ।

ଶତାବ୍ଦୀର ବଡ ସ୍ବାସ୍ଥ୍ୟ ସଙ୍କଟ କୋରୋନା ମହାମାରୀ ଯୋଗୁଁ 18 ମିଲିୟନ ବେକାରୀ ହୋଇଯାଇଛନ୍ତି । ବହୁ ପ୍ରମୁଖ ସେକ୍ଟରର ଆୟ ହ୍ରାସ ହୋଇଛି । ଆଉ ଏସବୁକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପଦର ଶପଥ ନେବାର ତୃତୀୟ ଦିନ ବିଡେନ ‘ ଆମେରିକାନ ଉଦ୍ଧାର ପ୍ଲାନ’ ଘୋଷଣା କରିଛନ୍ତି । ଏହା ଅଧିନରେ ଆମେରିକା ବାସୀଙ୍କୁ ଆର୍ଥିକ ରିଲିଫ ପ୍ରଦାନ କରାଯିବ, ଯେଉଁମାନେ କୋରୋନା ଭାଇରସ ଯୋଗୁଁ ସଙ୍କଟରେ ଜୁଝୁଛନ୍ତି ।

ବାଇଡେନ କହିଛନ୍ତି ଯେ, ‘‘ ଆମେ ଲୋକଙ୍କୁ ସିଧାସଳଖ 2000 ଡଲାର ପେମେଣ୍ଟ କାମ ଯୋଗାଇବୁ । ପ୍ରଥମେ ସେମାନଙ୍କୁ ଯେଉଁ 600 ଡଲାର ମଞ୍ଜୁର କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ । କାରଣ ଏତିକି ଟଙ୍କାରେ ଯଦି ଆପଣଙ୍କୁ ଭଡା ଦେବା କିମ୍ବା ଭୋଜନର ବିକଳ୍ପ ମଧ୍ୟରୁ ବାଛିବାକୁ ହେବ ତେବେ ସହଜ ନୁହେଁ । ’’

ବାଇଡେନ ହ୍ବାଇଟ ହାଉସରେ ନିଜ ଉଦବୋଧନରେ କହିଛନ୍ତି କି, ‘‘ ଆମେ ଆମର ଲୋକଙ୍କୁ ଭୋକିଲା ଛାଡିପାରିବୁ ନାହିଁ । ଆମେ ଲୋକଙ୍କୁ ବିନା ଦୋଷରେ ଘର ଖାଲି ପାଇଁ ଅନୁମତି ଦେଇପାରିବୁ ନାହିଁ । ’’ ତେବେ ବାଇଡେନଙ୍କ ଏହି ରିଲିଫ ପ୍ୟାକେଜ ଅଧିନରେ ଅର୍ଥବ୍ୟବସ୍ଥାକୁ ତୀବ୍ର ଗତିରେ ରୋଜଗାର ମିଳିପାରିବ ।

ଜାନୁଆରୀ 15 ରେ ବାଇଡେନ ଆମେରକୀୟ ଅର୍ଥବ୍ୟବସ୍ଥା ପାଇଁ 1900 ଅରବ ଡଲାରର କୋରୋନା ଭାଇରସ ରିଲିଫ ପ୍ୟାକେଜ ଘୋଷଣା କରିଥିଲୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.