ନୂଆଦିଲ୍ଲୀ: ମୋଟା ଅଙ୍କର ଟଙ୍କା କମାଇବା ସମସ୍ତଙ୍କ ସ୍ବପ୍ନ । କିପରି ସହଜ ଓ ସରଳ ଉପାୟରେ ଭଲ ଆୟ ହେବ, ସେଥିପାଇଁ ସମସ୍ତେ ଲାଗି ପଡନ୍ତି । ଏଥିପାଇଁ ବହୁତ ଲୋକ ଜଲଦିରେ ବିନା ବୁଝି ବିଚାରୀ ଟଙ୍କା ଲଗାଇ ଦେଇଥାନ୍ତି । ଖାସ କରି ସେୟାରମାର୍କେଟରେ ଅଧିକ ନିବେଶ କରିଥାନ୍ତି । ତେବେ ସେୟାର ସ୍ଥିତି କଣ ରହିଛି, କିପରି ପ୍ରଫିଟ ମିଳିବ ସେ ନେଇ ସମସ୍ତଙ୍କ ଧାରଣା ନଥାଏ । ହେଲେ ଯଦି ଆପଣ ସେୟାରବଜାରରେ ନିବେଶ କରି ମାଲାମାଲ ହେବାକୁ ଚାହାଁନ୍ତି, ତେବେ ପଢନ୍ତୁ ଏହି ଟିପ୍ସ ।
ଦୁନିଆର ତୃତୀୟ ଧନୀ ବ୍ୟକ୍ତି ୱାରେନ ବଫେଙ୍କ କାହାଣୀରୁ ଜଣାପଡିଛି ଯେ, ସେ କିପରି ମାତ୍ର 8 ହଜାର ଟଙ୍କାକୁ ସେୟାରମାର୍କେଟରେ ନିବେଶ କରି 2.80 କୋଟି ଟଙ୍କା ଫାଇଦା ପାଇଛନ୍ତି । ତେବେ ଜାଣନ୍ତୁ ସେ କିପରି କରିଥିଲେ ଏତେ ପ୍ରଫିଟ ।
ୱାରେନ କହିଛନ୍ତି ଯେ, 10 ହଜାର ଡଲାର ଯଦି ନିବେଶ କରାଯାଏ, ତେବେ ତାହା କିଛି ବର୍ଷ ପରେ 75 ହଜାର ଡଲାର ମିଳିଥାଏ । ହେଲେ ଏଥିପାଇଁ ଆପଣଙ୍କୁ ଅଧିକ ସମୟ ସହ ଧୈର୍ଯ୍ୟ ଧରିବାକୁ ପଡିବ । ପ୍ରଥମତଃ ଆପଣଙ୍କୁ ଦୀର୍ଘ ଅବଧି ଚିନ୍ତା କରି ନିବେଶ କରିବାକୁ ପଡିବ । କାରଣ ସୁଯୋଗ ବାରମ୍ବାର ମିଳିନଥାଏ । ସୁନାର ବର୍ଷା ହେଲେ ହାତ ନୁହେଁ, ପୁରା ବାଲଟି ଧରି ଠିଆ ହେବା ଦରକାର । ଏଣୁ ସବୁବେଳେ ସୁଯୋଗ ଖୋଜନ୍ତୁ ।
ଅନ୍ୟକୁ ଦେଖି ବଜାରରେ ଟଙ୍କା ନିବେଶ କରନ୍ତୁ ନାହିଁ । ଏଥିସହ ବଜାର ସ୍ଥିତି ଅର୍ଥାତ ତୁରନ୍ତ ହ୍ରାସ କିମ୍ବା ବୃଦ୍ଧିକୁ ଦେଖି ସେୟାର ବିକ୍ରି ଓ କିଣିବା ଠିକ ନୁହେଁ । ଯଦି ଆପଣ କୌଣସି ସେୟାରକୁ 10 ବର୍ଷ ରଖିପାରିବେ ନାହିଁ , ତେବେ ତାହାକୁ 10 ମିନିଟ ମଧ୍ୟ ରଖିବାକୁ ଭାବନ୍ତୁ ନାହିଁ । ଯେତେବେଳେ ଆପଣ ଏ ସମ୍ବନ୍ଧରେ ଭଲ ଭାବେ ବୁଝିବେ, ସେତେବେଳେ ନିବେଶ କରନ୍ତୁ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଭଲ ମ୍ୟାନେଜରର ସହାୟତା ଲୋଡିବାକୁ ପଡିବ । ଯିଏ ଆପଣଙ୍କ ପ୍ରଫିଟ ପାଇଁ ଚିନ୍ତା କରୁଥିବ ।
ନିଜ ଉପରେ ବିଶ୍ବାସ ରଖିବା ସହ ନିଜର ପୋର୍ଟକୋଲିୟୋକୁ ସର୍ବଦା ଡାଇବର୍ସିଫାଇ କରନ୍ତୁ । ଭଲ ଭଲ କମ୍ପାନୀରେ ଟଙ୍କା ଲଗାନ୍ତୁ । ଯେଉଁଠି ବୁଡିବାର ଟେନସନ କମ ଥିବ । ସବୁବେଳେ ଅଧିକ ରିଟର୍ଣ୍ଣର ଲୋଭ ରଖନ୍ତୁ ନାହିଁ । 15ରୁ 20 ପ୍ରତିଶତ ରିଟର୍ଣ୍ଣ ଦେଖାଉଛି ତ ନିବେଶ କରନ୍ତୁ ।