ETV Bharat / business

ଏପ୍ରିଲକୁ ଅପେକ୍ଷା, ଜିଏସଟରୁ ମୁକ୍ତି ପାଇବେ କ୍ଷୁଦ୍ର ବ୍ୟବସାୟୀ

40 ଲକ୍ଷ ପର୍ଯ୍ୟନ୍ତ କାରବାର ଉପରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଦେବାକୁ ପଡିବନି ଜିଏସଟି ।ଏହି ନୂଆ ନିୟମକୁ ଆସନ୍ତା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରାଯିବ । ଗୁରୁବାର ଏ ନେଇ ସଂସଦରେ ଅଧିସୂଚନା ଜାରି କରାଯାଇଛି ।

author img

By

Published : Mar 9, 2019, 11:37 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଖୋଲିବ କ୍ଷୁଦ୍ର ବ୍ୟବସାୟୀଙ୍କ ଭାଗ୍ୟ । ଜିଏସଟି ବୋଝରୁ ମିଳିବ ଆଶ୍ବସ୍ତି । 40 ଲକ୍ଷ ପର୍ଯ୍ୟନ୍ତ କାରବାର ଉପରେ ଆଉ ଦେବାକୁ ପଡିବନି ଜିଏସଟି । ଫଳରେ ବୃଦ୍ଧି ପାଇବ ଏମଏସଏମଇ(ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ସେକ୍ଟର ଚାହିଦା ।

2019-20 ଆର୍ଥିକ ବର୍ଷ ଅନ୍ତରୀଣ ବଜେଟରେ ମୋଦି ସରକାର କ୍ଷୁଦ୍ର ବ୍ୟବସାୟୀଙ୍କୁ ଭେଟି ସ୍ବରୁପ ଜିଏସଟି ଛାଡ ଘୋଷଣା କରିଥିଲେ । 40ଲକ୍ଷ ପର୍ଯ୍ୟନ୍ତ କାରବାର ସମ୍ପୂର୍ଣ୍ଣ ଜିଏସଟି ଫ୍ରି ରହିବ ବୋଲି ବଜେଟରେ ଉପସ୍ଥିତ କରିଥିଲେ । ଏହି ନୂଆ ନିୟମକୁ ଆସନ୍ତା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରାଯିବ । ଗୁରୁବାର ଏ ନେଇ ସଂସଦରେ ଅଧିସୂଚନା ଜାରି କରାଯାଇଛି ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ୩୨ ତମ ଜିଏସଟି କାଉନସିଲ ବୈଠକରେ ମଧ୍ୟ ଏ ନେଇ ନିଷ୍ପତି ନିଆଯାଇଥିଲା । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଜିଏସଟି ଛାଡ ସୀମା ୨ ଗୁଣ ବୃଦ୍ଧି କରାଯାଇ 20 ଲକ୍ଷରୁ 40 ଲକ୍ଷ କରାଯାଇଛି । ଏଥିସହ କମ୍ପୋଜିସନ ସ୍କିମର ପରିସରକୁ 1 କୋଟିରୁ ବଢାଇ 1.5 କୋଟି କରି ଦିଆଯାଇଛି । ଏହା ଦ୍ବାରା ବାର୍ଷିକ ଦେଢ କୋଟି ଟଙ୍କାର ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଲାଭପ୍ରଦ ହୋଇପାରିବେ ।

ମରିଗଲା ମାନବିକତା, ସାହାଯ୍ୟ ବଦଳରେ ଫେରାର ହୋଇଗଲେ ଠିକାଦାର।

ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା।ପାଣି ଚାମ୍ବରରେ କମ୍ କରୁଥିବା ବେଳେ ହଠାତ ପାଣି ପମ୍ପ ହାଉସ ଛାଡି ଦେବାରୁ ସେହି ପାଣି ରେ ବୁଡି ମୃତୁ ବରଣ କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ହେଲେ ରୁଦ୍ର ଦୋରା। ନୟାପଲ୍ଲୀ ଅଞ୍ଚଳରେ ଥିବା ଗଣପତି ବସ୍ତିରେ ଭଡ଼ା ଘର ନେଇ ରହୁଥିଲେ। ତେବେ ରୁଦ୍ର ପାଣି ରେ ବୁଡିଯାଇଥିବା ର ଦେଖି ଘଟଣା ସ୍ଥଳରୁ ୨ଜଣ ଠିକାଦାର ଫେରାର ହୋଇଯାଇଥିଲେ। ୨ଜଣ ଠିକାଦାର ଅଧୀନରେ କାମ କରୁଥିଲେ ରୁଦ୍ର।

 ସୂଚନା ଅନୁଯାୟୀ, ରୁଦ୍ର ଦୋରାଙ୍କ ଘର ଗଞ୍ଜାମ ଜିଲ୍ଲାର ପତାଣ୍ଡ ଗ୍ରାମରେ। ରୁଦ୍ରଙ୍କର ୫ମାସର ଶିଶୁ ପୁତ୍ର ରହିଥିବା ବେଳେ ଦ୍ରୀଘ ୭ବର୍ଷ ହେଲା ଭୁବନେଶ୍ୱର ଗଣପତିନଗର୍ ବସ୍ତି ଭଡ଼ା ରହି ପଇପି ମିସ୍ତ୍ରୀ ଭାବରେ କାମ କରୁଥିଲେ। ଘଟଣା ଦିନ ରୁଦ୍ର ମଧ୍ୟାହ୍ନ ରେ ଭିଏ ସ ଏ ସ ନଗରରେ ଥିବା ଏକ ପାଇପ୍ କମ୍ ରେ ୨ଜଣ ଠିକାଦାର ରୁଦ୍ର ଙ୍କ ସହ ସେହି ବସ୍ତିର ଭଗଵାନ ନାହକ ଙ୍କୁ ଡ଼ାକିକି ନେଇଥିଲେ। ୫ ପୁଟ ର ପାଣି ଚାମ୍ବର ରେ ଥିବା ପାଣି ପାଇପ୍ କମ୍ କରୁଥିଲେ । 
ଠିକ ସେହି ସମୟରେ ପାଣି ଛାଡିଦେଇଥିଲା ପାଣି ପମ୍ପ ହାଉସ। ପାଣି ଛଡ଼ା ଯାଇଛି ବୋଲି ଜାଣିନଥିବା ରୁଦ୍ର କାମ କରିଚାଲିଥିଲେ। ପାଣି ର ଅଧିକ ପ୍ରେସର୍ ହେବାରୁ ରୁଦ୍ରଙ୍କ ହାତ ପାଇପ୍ ଭିତରେ ରହିଯାଇଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ହାତ କୁ ବାହାର କରିପାରିନଥିଲେ। ତେବେ ପାଣି ଚାମ୍ବର ଫୁଲ ହୋଇଯିବାରୁ ଘଟଣା ସ୍ଥଳରେ ରୁଦ୍ରଙ୍କର୍ ମୃତ୍ୟୁ ହୋଇଥିଲା।
 ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନେ ମିଶି ଋଦ୍ରଙ୍କୁ ବାହାର କରିଥିଲେ ଏବଂ କ୍ୟାପିଟାଲ ହସ୍ପିଟାଲ କୁ ନେଇଥିଲେ । ତେବେ ସେଠାରେ ଡାକ୍ତର ରୁଦ୍ରାଙ୍କୁ ମୃତୁ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ବସ୍ତି ବାସିନ୍ଦା ସହିଦ ନଗର ଥାନା ଘେରାଉ କରିଥିଲେ ଠିକାଦାରଙ୍କୁ ଗିରଫ ଦାବି ସହ କ୍ଷତି ପୁରାଣ ଦେବାପାଇଁ। 

ଭୁବନେଶ୍ୱର ରୁ ବିକାଶ କୁମାର ଦାସ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.