ହାଇଦ୍ରାବାଦ: ଯଦିଓ ଟିକସ ସଞ୍ଚୟ(Tax Savings) ପାଇଁ ଅନେକ ସ୍କିମ୍ ରହିଛି, ହେଲେ ପୁଞ୍ଜି ବଜାରରେ ନିବେଶ କରିବା ଭଲ ବୋଲି କୁହନ୍ତି ବିଶେଷଜ୍ଞ । ଏହିଭଳି ବିଭିନ୍ନ ନିବେଶ ବିକଳ୍ପ ମଧ୍ୟରୁ ଇକ୍ବିଟି ସହ ଜଡିତ ସଞ୍ଚୟ ଯୋଜନା ବା ଇକ୍ବିଟି ଲିଙ୍କ୍ଡ ସ୍କିମ୍(ELSS) ଗୋଟିଏ । ଯଦି ଆପଣ ELSS ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ରଖିବା ପରେ ଏଥିରେ ନିବେଶ କରୁଛନ୍ତି, ତେବେ ଦୀର୍ଘକାଳୀନ ଲାଭ ପାଇବାରେ ସହଜ ହୋଇଥାଏ ।
ପ୍ରଥମେ ଇକ୍ବିଟି ଲିଙ୍କ୍ଡ ସେଭିଂ ସମ୍ପର୍କରେ ଜାଣିରଖିବା ଜରୁରୀ । ELSS ହେଉଛି ଭାରତରେ ପ୍ରଚଳିତ ତିନି ବର୍ଷର ଅବଧି ବିଶିଷ୍ଟ ଏକ ପ୍ରକାରର ଓପନ ଏଣ୍ଡେଡ ମ୍ୟୁଚୁଆଲ ଫଣ୍ଡ । ଏହା ପୁଞ୍ଜିର ଏକ ବଡ ଅଂଶ ଇକ୍ବିଟି ସମ୍ବନ୍ଧୀୟ ନିବେଶ ବିକଳ୍ପରେ ନିବେଶ କରିଥାଏ । ଭାରତୀୟ ଆୟକର ଧାରା ସେକ୍ସନ ୮୦ସି ଅଧିନରେ ଏହି ଯୋଜନାରେ ଆୟକର ରିହାତି ମିଳିଥାଏ । ଇକ୍ବିଟି ଲିଙ୍କ୍ଡ ସେଭିଂ ସ୍କିମକୁ ଉଭୟ ଏସଆଇପି ଏବଂ ଲମ୍ପ ସମ୍ ଉପାୟରେ ନିବେଶ କରିହୁଏ । ELSS ଗୋଟିଏ ଭଲ ଆୟକର ରିହାତି ଉପାୟ ଭାବେ ବିବେଚନା କରାଯାଏ ।
ଟିକସ ସଞ୍ଚୟ(Tax Savings): ଫାଇନାନସିଆଲ ପ୍ଲାନିଂରେ ଟ୍ୟାକ୍ସ ସେଭିଂ(Tax Savings) ଗୁରୁତ୍ବପୂର୍ଣ୍ଣ ଅଟେ । ଯଦିଓ ଟ୍ୟାକ୍ସ ସେଭିଂ ପାଇଁ ଅନେକ ଗୁଡିଏ ସ୍କିମ୍ ଉପଲବ୍ଧ ରହିଛି, ହେଲେ ଷ୍ଟକ ବଜାରରେ ନିବେଶ ଜରିଆରେ ଟ୍ୟାକ୍ସ ବୋଝ କମ୍ କରିବାର ବିକଳ୍ପର ପ୍ରଦାନ କରିଥାଏ ଇକ୍ବିଟି ଲିଙ୍କ୍ଡ ସେଭିଂ ସ୍କିମ୍ । ଆର୍ଥିକ ଲକ୍ଷ୍ୟ ହାସଲ ଦିଗରେ ଏଭଳି ସ୍କିମ୍ ସହାୟକ ହୋଇଥାଏ । ଟ୍ୟାକ୍ସ ପ୍ଲାନିଂ ଯେକୌଣସି ଆର୍ଥିକ ବର୍ଷର ପ୍ରଥମ ମାସରୁ ଆରମ୍ଭ ହେବା ଉଚିତ୍ । ଅନେକ ସମୟରେ ଦେଖାଯାଏ, କିଛି ଲୋକ ଜାନୁୟାରୀ ପରଠୁ ଏହି ପ୍ଲାନିଂ ଦିଗରେ ଚିନ୍ତା କରିଥାନ୍ତି । ଯଦି ପୂର୍ଣ୍ଣ ଧାରଣା ସହ ଏହି ସମୟରେ ଠିକ୍ ପ୍ଲାନ ବାଛୁଛନ୍ତି ତେବେ ଦୀର୍ଘକାଳୀନ ଫାଇଦା ପାଇବା କଷ୍ଟପ୍ରଦ ନୁହେଁ ।
ଇକ୍ବିଟି ଲିଙ୍କ୍ଡ ସେଭିଂ ସ୍କିମ୍ (Equity-Linked Savings Scheme): ଇକ୍ବିଟି ସହ ଜଡିତ ସେଭିଂ ସ୍କିମ୍ ଅନ୍ୟ ସ୍କିମ୍ ତୁଳନାରେ ଅଧିକ ଲାଭଜନକ ହୋଇଥାଏ । ଏଥିପାଇଁ ଏହା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଆୟକର ଧାରା ସେକ୍ସନ ୮୦ସି ଅଧିନରେ କରାଯାଇଥିବା ନିବେଶରେ ଟିକସ ରିହାତି ମିଳିଥାଏ । ଧ୍ୟାନ ରଖିବେ, ଏହାର ଲିମିଟ୍ 1,50,000 ଟଙ୍କାରୁ ଅଧିକ ଅଟେ । ଇକ୍ବିଟି ଲିଙ୍କ୍ଡ ସେଭିଂ ସ୍କିମ୍ ରେଗୁଲାର ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ସଦୃଶ ଅଟେ । ହେଲେ ଏହାର ବିଶେଷତା ହେଉଛି, ଏହି ଯୋଜନାରେ ଅତି କମ୍ରେ ତିନି ବର୍ଷର ଲକ-ଇନ୍ ପରିୟଡ୍ ରହିଥାଏ । ଏଥିରେ ଅଭିବୃଦ୍ଧି, ଡେବିଡେଣ୍ଟ ଏବଂ ଡେବିଡେଣ୍ଟ ରିଇନଭେଷ୍ଟମେଣ୍ଟ ବିକଳ୍ପ ସାମିଲ୍ ରହିଛି । ଯେତେବେଳେ ଇକ୍ବିଟିରେ ଏକ ବର୍ଷରୁ ଅଧିକ ନିବେଶ କରାଯାଏ ଏବଂ ଏଥିରୁ ସୃଷ୍ଟି ଆୟ ଗୋଟିଏ ଆର୍ଥିକ ବର୍ଷରେ ୧ ଲକ୍ଷରୁ ଅଧିକ ହୋଇଥାଏ, ସେତେବେଳେ ୧୦ ପ୍ରତିଶତ ଟିକସ ଦେବାକୁ ପଡିଥାଏ । ଏହି ନିୟମ ELSS ଉପରେ ମଧ୍ୟ ଲାଗୁ ହୋଇଥାଏ ।
ସଠିକ୍ ନିବେଶ ଚୟନ କରନ୍ତୁ(Choosing the right investment): ପୁଞ୍ଜି ଅଭିବୃଦ୍ଧି ହାସଲ ପାଇଁ ସଠିକ୍ ନିବେଶ ଚୟନ କରିବା ଖୁବ୍ ଜରୁରୀ । ଅନ୍ୟ ଟ୍ୟାକ୍ସ ସେଭିଂ ସ୍କିମରେ ଲକ୍-ଇନ୍ ପରିୟଡ ଅନୁନ୍ୟ ୫ ବର୍ଷ ହୋଇଥାଏ । ହେଲେ ELSS ଏହି ଅବଧି ୩ ବର୍ଷ ଅଟେ । ତେଣୁ ଟ୍ୟାକ୍ସ ସେଭିଂ ପାଇଁ ଯଦି ଆପଣ ସ୍ବଳ୍ପକାଳୀନ ନିବେଶ କଥା ଭାବୁଛନ୍ତି ତେବେ ଇକ୍ବିଟି ଲିଙ୍କ୍ଡ ସେଭିଂ ସ୍କିମ୍ ବିକଳ୍ପ ବାଛିବା ଶ୍ରେୟସ୍କର । ଏହା ସିଷ୍ଟୋମାଟିକ୍ ଇନଭେଷ୍ଟମେଣ୍ଟ ସ୍କିମ(SIP)ରେ ନିବେଶ କରିବା ଲାଗି ଉପଯୁକ୍ତ ଅଟେ । ELSSରେ ତିନି ବର୍ଷ ପରେ ଆପଣ ଚାହିଁଲେ ନିଜ ଟଙ୍କା ଉଠାଇ ପାରିବେ ନଚେତ୍ ଜାରି ବି ରଖିପାରିବେ । ଲକ୍ ଇନ୍ ଅବଧି ସରିବା ପରେ ପ୍ରଥମ ମାସରେ SIP ରାଶି ଉଠା ଯାଇପାରିବ ଏବଂ ପୁନର୍ବାର ସ୍କିମ୍ରେ ନିବେଶ କରାଯାଇପାରିବ । ଏହିଭଳି ଭାବେ ନିବେଶ ଶୃଙ୍ଖଳକୁ ଜାରି ରଖାଯାଇ ପାରିବ । SIPରେ ଏକ ସ୍ଥିର ରିଟର୍ଣ୍ଣ ମିଳିବାର ସମ୍ଭାବନା ଅଧିକ ଏବଂ ତିନି ବର୍ଷର ଲକ୍-ଇନ ଅବଧି ଯୋଗୁଁ ନିବେଶକ ଖୁବ୍ ଫାଇଦାରେ ରହିଥାନ୍ତି ।