ETV Bharat / business

ଭାରତର ବ୍ୟାଙ୍କକୁ ବାସ୍ତବରେ କଣ ଦରକାର ?

author img

By

Published : May 6, 2020, 11:48 PM IST

ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସଫଳତା ଆଣିଛି ଦେଶ । ତେବେ ତାଲାବନ୍ଦ ଯୋଗୁଁ ଆର୍ଥିକ ଗତିବିଧି ଠପ ହୋଯାଇଛି । ବ୍ୟବସାୟ ବନ୍ଦ ରହିଛି । କମ୍ପାନୀରେ ତାଲା ଝୁଲୁଛି । ରୋଜଗାର ନାହିଁ । ଆଉ ଶେଷରେ ଏହାର ପ୍ରଭାବ ବ୍ୟାଙ୍କିଙ୍ଗ ସେକ୍ଟର ଓ ଆର୍ଥିକ ପ୍ରଣାଳୀଙ୍କୁ କ୍ଷତିଗ୍ରସ୍ଥ କରିଛି । ଅଧିକ ପଢନ୍ତୁ...

What India's banks really need now?
ଭାରତର ବ୍ୟାଙ୍କକୁ ବାସ୍ତବରେ କଣ ଦରକାର ?

ହାଇଦ୍ରାବାଦ: ଅନ୍ୟ ପଶ୍ଚମୀ ଦେଶ ବିପରୀତ, ଭାରତ ଲକଡାଉନ ଜାରି କରି ଲକ୍ଷାଧିକ ଲୋକଙ୍କ ଜୀବନକୁ ବଞ୍ଚାଇଛି । ଯାହା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସଫଳତା ଆଣିଛି । ତେବେ ତାଲାବନ୍ଦ ଯୋଗୁଁ ଆର୍ଥିକ ଗତିବିଧି ଠପ ହୋଯାଇଛି । ବ୍ୟବସାୟ ବନ୍ଦ ରହିଛି । କମ୍ପାନୀରେ ତାଲା ଝୁଲୁଛି । ରୋଜଗାର ନାହିଁ । ଆଉ ଶେଷରେ ଏହାର ପ୍ରଭାବ ବ୍ୟାଙ୍କିଙ୍ଗ ସେକ୍ଟର ଓ ଆର୍ଥିକ ପ୍ରଣାଳୀଙ୍କୁ କ୍ଷତିଗ୍ରସ୍ଥ କରିଛି ।

ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରକୁ ଆଶ୍ବସନା ଦେଇ ଅର୍ଥବ୍ୟବସ୍ଥାକୁ ଲିକ୍ୟୁଡିଟି ସଙ୍କଟରୁ ବଞ୍ଚାଇବା ପାଇଁ ବହୁ ଉପାୟର ଘୋଷଣା କରିଛି । ଏଥିମଧ୍ୟରେ ସଦ୍ୟ ଘୋଷଣା ସଙ୍କଟଗ୍ରସ୍ଥ ମୁଚ୍ୟୁଆଲ ଫଣ୍ଡ ପାଇଁ ରହିଛି । ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ବିଡିଟି ସହାୟତା ପ୍ରଦାନ କରାଯାଇଛି । ମ୍ୟୁଚୁଆଲ୍ ଫଣ୍ଡ ଇଣ୍ଡଷ୍ଟ୍ରୀ ପାଇଁ ଯଥେଷ୍ଟ ତରଳତା ଅଛି ବୋଲି ସୁନିଶ୍ଚିତ କରିବା ପାଇଁ, ଯାହାର ଏସେଟସ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ) ପାଖାପାଖି 15 ଲକ୍ଷ କୋଟି ଟଙ୍କା ଅଛି ।

ଏହି ସୁବିଧା ହେଉଛି 90 ଦିନିଆ ରେପୋ-ଆଧାରିତ ଉଧାର ୱିଣ୍ଡୋ, ଯେଉଁଠି ବ୍ୟାଙ୍କଗୁଡିକ କ୍ରେଡିଟ ହାସଲ କରିପାରିବେ ଏବଂ ପରେ ମ୍ୟୁଚୁଆଲ ଫଣ୍ଡକୁ ଋଣ ପ୍ରଦାନ କରିପାରିବେ । ଫ୍ରାଙ୍କଲିନ ଟେମ୍ପଲେଟନ ମ୍ୟୁଚୁଆଲ ଫଣ୍ଡ ଏହାର 6ଟି ବଣ୍ଡ ଯୋଜନା ବନ୍ଦ କରିବାର କିଛି ଦିନ ପରେ ଆରବିଆଇ ଏହି ଘୋଷଣା କରିଥିଲା ।

ବ୍ୟବସ୍ଥାରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି

ତେବେ ପ୍ରଶ୍ନ ଉଠିଛି କି, ଆରବିଆଇର ଏହି ନୀତିଗତ ଉପାୟର ଲାଭ କିଭଳି ଭାବେ ତୃଣମୂଳ ସ୍ତରରେ ମ୍ୟୁଚୁଆଲ ଫଣ୍ଡକୁ ପ୍ରଭାବିତ କକରିବ । 2020 ମେ 2ରେ ଆରବିଆଇର ସଦ୍ୟ ସମୀକ୍ଷା ବୈଠରେ ମଧ୍ୟ ଏ ନେଇ ଚର୍ଚ୍ଚା କରାଯାଇଥିଲା । ଲମ୍ବା ଅବଧିର ରେପୋ ପରିଚାଳନା ଦ୍ୱିତୀୟ ରାଉଣ୍ଡ ସହିତ ଆରବିଆଇର ସମ୍ପ୍ରତି ଅଭିଜ୍ଞତା TLTRO 2.0 ଭାବରେ ଆର୍ଥିକ ସର୍କଲରେ ରିପୋର୍ଟ କରାଯାଇଛି । ଏହି ସୁବିଧା ଅନୁଯାୟୀ ବାଣିଜ୍ୟିକ ବ୍ୟାଙ୍କ କେନ୍ଦ୍ର ବ୍ୟାଙ୍କୁରୁ 4.4 ପ୍ରତିଶତ(ରେପୋ ଦର)ରେ ଋଣ ନେଇପାରିବେ । ଏଥିସହ ତାଙ୍କୁ ଉଚ୍ଚ ମାର୍ଜିନରେ ଋଣ ଦେଇପାରିବେ ।

ନଗତ ଚାପରେ ରହିଥିବା କ୍ଷେତ୍ରକୁ ଲିକ୍ୟୁଡିଟି ପ୍ରଭାବ ସୁନିଶ୍ଚିତ ପାଇଁ ଆରବିଆଇ ବ୍ୟାଙ୍କଗୁଡିକୁ TLTRO 2.0 ଅଧୀନରେ ପାଣ୍ଠି ବ୍ୟବହାର କରିବାକୁ ବାଧ୍ୟ କରିଛି । ଯେଉଁ ଟଙ୍କା ମିଳିବ ସେଥିରୁ ଅଧା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ ଓ ମାଇକ୍ରୋ ଫାଇନାନ୍ସ ଇନ୍ସୁରାନ୍ସକୁ ଋଣ ଦିଆଯିବ । କିନ୍ତୁ ବିପଦରେ ରହିଥିବା ଭାରତୀୟ ବ୍ୟାଙ୍କ ନିଲାମ ନେଇ କମ ଆଗ୍ରହ ଦେଖାଇଛନ୍ତି । ଫଳସ୍ୱରୂପ, 25,000 କୋଟି ପାଣ୍ଠିର ଅଫର ବିରୁଦ୍ଧରେ କେବଳ 12850 କୋଟି ଟଙ୍କା ବିଡ ପ୍ରାପ୍ତ ହୋଇଛି ।

ବାସ୍ତବରେ ଇକ୍ରା କ୍ରେଡିଟ ଏଜେନ୍ସି ଅନୁସାରେ 2020 ଏପ୍ରିଲ 24 ପର୍ଯ୍ୟନ୍ତ ପାଖାପାଖି 4.85 ଟ୍ରିଲିୟନ ଟଙ୍କାର ଅତିରିକ୍ତ ଲିକ୍ୟୁଡିଟି ରହିଛି । ଏହି ପରିପ୍ରେକ୍ଷୀରେ ଏହା ମନେ ରଖିବା ଦରକାର କି କେନ୍ଦ୍ର ବ୍ୟାଙ୍କ ଲିକ୍ୟୁଡିଟିକୁ ବଢାଇବା ପାଇଁ 2020 ଫେବୃଆରୀରୁ ଅର୍ଥବ୍ୟବସ୍ଥାରେ ଜିଡିପିର 3.2 ପ୍ରତିଶତ ଧନରାଶିର ଇଞ୍ଜେକ୍ସନ ଦେଇଛି । ପୂର୍ବରୁ ପଲିସି ହାର 11 ବର୍ଷର ସର୍ବନିମ୍ନ ସ୍ତରରେ ଅଛି ଏବଂ ରିଭର୍ସ ରେପୋରେଟ ଦରକୁ ମଧ୍ୟ ଖସାଇ 3.75 ପ୍ରତିଶତ ରଖାଯାଇଛି ।

ରାଜ୍ୟ ପଦକ୍ଷେପ ନେବା ଦରକାର

ଏଭଳି ସ୍ଥିତିରେ ବ୍ୟାଙ୍କିଙ୍ଗ ପ୍ରଣାଳୀକୁ ଦୋଷୀ କୁହାଯାଇପାରିବ ନାହିଁ । କାରଣ ସେମାନଙ୍କ ଉପରେ bad loansର ଚାପ ରହିଥାଏ । ଯେଉଁଭଳି ଅର୍ଥବ୍ୟବସ୍ଥା ଧୀମା ହେବା ସେହିଭଳି ନିକଟ ଭବିଷ୍ୟରେ ବିକାଶର ସମ୍ଭାବନା କମିବାରେ ଲାଗିବ । ଏପରି ସମ୍ଭାବନା ରହିଛି କି ଋଣ ଖିଲାପକାରୀ ସଂଖ୍ୟା ଆହୁରି ବଢିବ । ଅନ୍ୟପକ୍ଷରେ ଆର୍ଥିକ ବଜାରରେ ପୁଞ୍ଜି ବିନିଯୋଗର ରିଟର୍ଣ୍ଣ ଉପରେ ଏକ ଅନିଶ୍ଚିତତା ରହିଛି। ଏପରିକି ବହୁ ମ୍ୟୁଚୁଆଲ ଫଣ୍ଡ ପ୍ରମୁଖଙ୍କ ଉପରେ କ୍ରେଡିଟ ରେଟିଂର ଖଣ୍ଡା ଝୁଲୁଛି । ଏହାକୁ ଦେଖି ପୁଞ୍ଜି ବଜାର ମଧ୍ୟ ସଙ୍କଟର ସାମ୍ନା କରୁଛି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ସ୍ପଷ୍ଟ ଯେ ଋଣଦାତା ସେମାନଙ୍କ ପକେଟକୁ ମଜବୁତ ରଖିବେ । କାଳେ ସେମାନଙ୍କ ଦ୍ବାରା ହୋଇଥିବା ଋଣ bad loansରେ ପରିଣତ ହେବ ସେ ନେଇ ଡର ରଖିବେ । ଭାରତରେ ବ୍ୟାଙ୍କଗୁଡିକ ମଧ୍ୟରେ ଭୟ ଓ ଅସୁରକ୍ଷିତର ଏହି ମାମଲା ସେମାନଙ୍କୁ ବିପଦରୁ ବଞ୍ଚାଉଛି । ଏଥିସହ ନଗଦ ସଙ୍କଟରେ ଫସିଥିବା କ୍ଷେତ୍ରକୁ ଋଣ ଦେବାକୁ ସାମ୍ନାକୁ ଆସନ୍ତି ।

ଏଭଳି ଭାବେ ବ୍ୟାଙ୍କଗୁଡିକୁ ଆହୁରି ନଗଦର ଆବଶ୍ୟକତା ନାହିଁ । କାରଣ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରହିଛି । ସେମାନଙ୍କୁ କେବଳ ଏକ ଆଶ୍ବସନାର ଆବଶ୍ୟକତା ରହିଛି । ଯଦି ଭୁଲ ହୁଏ ତେବେ କେବଳ ଏକ ପ୍ରମୁଖ ରାଜ୍ୟ ଠିକ ବାଟ ଦେଖାଇପାରିବ । ଆଉ ଏଥିପାଇଁ ଏହି ସମୟ ଉପଯୁକ୍ତ ।

Article by Dr Mahendra Babu Kuruva. He is an Assistant Professor in the Department of Business Management, H.N.B.Garhwal Central University, Srinagar Garhwal, Uttarakhand)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.