ETV Bharat / business

ଭୋଡାଫୋନ-ଆଇଡିଆକୁ 833 କୋଟି ଟଙ୍କା ଫେରାଇବ ଆୟକର ବିଭାଗ - Vodafone Idea

833 କୋଟି ଟଙ୍କା ରିଫଣ୍ଡ ମାମଲାରେ ଆୟକର ବିଭାଗ ବିପକ୍ଷରେ ବିଜୟ ହାସଲ କରିଛି ଭୋଡା-ଆଇଡିଆ । କମ୍ପାନୀକୁ ଏହି ଟଙ୍କା ଫେରାଇବା ନେଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ..

ଭୋଡା-ଆଇଡିଆକୁ 833 କୋଟି ଟଙ୍କା ରିଫଣ୍ଡ କରିବ ଆୟକର ବିଭାଗ

author img

By

Published : Jul 23, 2020, 2:11 PM IST

ନୂଆଦିଲ୍ଲୀ: ଭୋଡାଫୋନ-ଆଇଡିଆକୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ବସ୍ତି । କମ୍ପାନୀକୁ 833 କୋଟି ଟଙ୍କାର ରିଫଣ୍ଡ ଦେବା ପାଇଁ ଆୟକର ବିଭାଗକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ବମ୍ବେ ହାଇକୋର୍ଟ ଭୋଡାଫୋନ ଆଇଡିଆ ଲିମିଟେଡକୁ 833 କୋଟି ଟଙ୍କା ଫେରସ୍ତ ପାଇଁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତିକୁ ବିଭାଗ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲା । ତେବେ ଏ ନେଇ ବୁଧବାର ସୁପ୍ରିମକୋର୍ଟ ଶୁଣାଣୀ କରି ଭୋଡାଫୋନ ଆଇଡିଆ ସେୟାର ସପକ୍ଷରେ ଶୁଣାଣି କରି ଆୟକର ବିଭାଗକୁ ଟଙ୍କା ରିଫଣ୍ଡ ପାଇଁ କହିଛନ୍ତି ।

ଏହି ଖବରରେ କମ୍ପାନୀ ସେୟାର 2.65 ପ୍ରତିଶତ ଉଛୁଳି 8.53 ଟଙ୍କାରେ ପହଞ୍ଚିଛି । ଏହାକୁ ମିଶାଇ ଦ୍ବିତୀୟ ଥର ଆୟକର ବିଭାଗ ଭୋଡା-ଆଇଡିଆକୁ ରିଫଣ୍ଡ ଦେବ । ଏହା ପୂର୍ବରୁ ଏପ୍ରିଲ 29 ତାରିଖରେ ସୁପ୍ରିମକୋର୍ଟ ଆୟକର ବିଭାଗକୁ 733 କୋଟି ଟଙ୍କା ଭୋଡ-ଆଇଡିଆ କମ୍ପାନୀକୁ ରିଫଣ୍ଡ ପାଇଁ କହିଥିଲେ ।

ତେବେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବାବାଦରେ କମ୍ପାନୀ ଉପରେ 50 ହଜାର କୋଟି ଟଙ୍କାରୁ ଅଧିକ ବକେୟା ରହିଛି । ଏପରି ସ୍ଥିତିରେ 833 କୋଟି ରିଫଣ୍ଡ ନିଷ୍ପତ୍ତି କମ୍ପାନୀକୁ ଆଶ୍ବସ୍ତି ଦେଇଛି । କାରଣ ବର୍ତ୍ତମାନ ସମୟରେ କମ୍ପାନୀ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ।ଭୋଡାଫୋନ ଆସେସମେମ୍ଟ ଇୟର 2014-15ରୁ ନେଇ 2017 ମଧ୍ୟରେ 5759 କୋଟି ଟଙ୍କା ରିଫଣ୍ଡ ମାଗିଥିଲା । କିନ୍ତୁ ବକେୟା ପରିଶୋଧ କରିନଥିବାକୁ ଆୟକର ବିଭାଗ ରିଫଣ୍ଡ ପ୍ରକ୍ରିୟା ଅଟକାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.