ETV Bharat / business

ଚୀନ ଟେକ୍ନୋଲୋଜି କମ୍ପାନୀ ଉପରେ ଆମେରିକାର ଭିସା ପ୍ରତିବନ୍ଧକ - ଚୀନ କମ୍ପାନୀଙ୍କ ଉପରେ କଟକଣା

ହୁୱାଇ ଓ ଅନ୍ୟ ଚୀନ ଟେକ୍ନୋଲୋଜି କମ୍ପାନୀ କର୍ମଚାରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଲା ଆମେରିକା । ଅଧିକ ପଢନ୍ତୁ..

ଚୀନ ଟେକ୍ନୋଲୋଜି କମ୍ପାନୀ  ଉପରେ   ଆମେରିକାର ଭିସା ପ୍ରତିବନ୍ଧକ

author img

By

Published : Jul 16, 2020, 2:20 PM IST

ୱାଶିଂଟନ: ହୁୱାଇ ସମତେ ଅନ୍ୟ ଚୀନ ଟକ୍ନୋଲୋଜି କମ୍ପାନୀର କର୍ମଚୀରୀଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବ ଆମେରିକା । ଏନେଇ ବୁଧବାର ଘୋଷଣା କରାଯାଇଛି ।

ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ କହିଛନ୍ତି କି, ଯେଉଁ କର୍ମଚାରୀଙ୍କ ବିରୁଦ୍ଧରେ ଚୀନ ସରକାରଙ୍କ ମାନବିକ ଅଧିକାରର ଉଲ୍ଲଂଘନ କରିବାରେ ସାହାଯ୍ୟର ପ୍ରମାଣ ଅଛି ସେମାନଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗୁ କରାଯିବ। ଏହା ଦ୍ବାରା ଚୀନ ଏବଂ ଆମେରିକା ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ଆହୁରି ଖରାପ ହେବ ବୋଲି ଆଶଙ୍କା ରହିଛି ।

ଚୀନର ସମ୍ବଳ ସମୃଦ୍ଧ ଉତ୍ତର-ପଶ୍ଚିମ କ୍ଷେତ୍ର ଜିନଜିଆଙ୍ଗରେ ବନ୍ଦୀ, ଧାର୍ମିକ ନିର୍ଯ୍ୟାତନା ଏବଂ, ନଜରବନ୍ଦୀ ଭଳି ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗ ରହିଛି ।

ଗତ ସପ୍ତାହରେ ଆମେରିକା ଚୀନର କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ମୁଖ୍ୟଙ୍କ ସମେତ ତିନିଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ତଥା ଭିସା କଟକଣା ଲଗାଇଥିଲେ। ମୁସଲିମ ବହୁଳ ଜିନଜିଆଙ୍ଗ ପ୍ରଦେଶରେ ଅନ୍ୟ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କୁ ଟାର୍ଗେଟ କରି ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଥିଲା।

ପୋମ୍ପିଓ କହିଛନ୍ତି ଯେ, ସମଗ୍ର ବିଶ୍ବର ଦୂରସଞ୍ଚାର କମ୍ପାନୀଙ୍କୁ ବୁଝିବା ଦରକାର କି ଯଦି ସେମାନେ ହୁୱାଇ ସହ କାରବାର କରିବେ, ତେବେ ଏହାର ଅର୍ଥ କି ସେମାନେ ମାନବିକ ଅଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ସହ ବ୍ୟବସାୟ କରୁଛନ୍ତି ।

ହୁୱାଇକୁ 5ଜି ନେଟୱର୍କରୁ ବାହାର କରିବା ପାଇଁ ବ୍ରିଟେନ ସରକାର ଘୋଷଣାରେ ଗୋଟିଏ ଦିନ ପରେ ଆମେରିକାର ଏହି ଘୋଷଣା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.