ETV Bharat / business

ଦିଲ୍ଲୀ ଓ ବେଙ୍ଗାଲୁରୁରୁ ନନଷ୍ଟପ ଉଡାଣ ଆରମ୍ଭ କରିବ ୟୁନାଇଟେଡ ଏୟାରଲାଇନ୍ସ - ବିଦେଶକୁ ନନଷ୍ଟପ ଉଡାଣ

ଭାରତରୁ ନୂଆ ଉଡାଣ ଆରମ୍ଭ କରିବ ୟୁନାଇଟେଡ ଏୟାରଲାଇନ୍ସ । ଦିଲ୍ଲୀରୁ ସିକୋଗୋ , ବେଙ୍ଗାଲୁରୁରୁ ସାନଫ୍ରାନ୍ସିସ୍କୋ ମଧ୍ୟରେ ନନ ଷ୍ଟପ ଉଡାଣ ଭରିବ ଆମେରକୀୟ ବିମାନ ସେବା କମ୍ପାନୀ । ଅଧିକ ପଢନ୍ତୁ..

ଦିଲ୍ଲୀ ଓ ବେଙ୍ଗାଲୁରୁରୁ ନନଷ୍ଟପ ଉଡାଣ ଆରମ୍ଭ କରିବ ୟୁନାଇଟେଡ ଏୟାରଲାଇନ

author img

By

Published : Sep 10, 2020, 6:30 PM IST

ନୂଆଦିଲ୍ଲୀ: ଆମେରକୀୟ ବିମାନ ସେବା କମ୍ପାନୀ ୟୁନାଇଟେଡ ଏୟାରଲାଇନ୍ସ ବେଙ୍ଗାଲୁରୁ ଓ ଦିଲ୍ଲୀରୁ ଆମେରିକା ପାଇଁ ନୂଆ ଉଡାଣ ଆରମ୍ଭ କରିବ । ଏ ନେଇ ଗୁରୁବାର ଏୟାରଲାଇନ୍ସ କହିଛି କି ବର୍ଷ ଶେଷ ଅର୍ଥାତ ଡିସେମ୍ବର ସୁଦ୍ଧା ଦିଲ୍ଲୀରୁ ସିକାଗୋ ପାଇଁ ଦୈନିକ ଉଡାଣ ଆରମ୍ଭ କରିବ ।

ଏହା ବ୍ୟତୀତ ଆସନ୍ତା ବର୍ଷ (2021 ମାର୍ଚ୍ଚ 30ରୁ ଜୁନ 21 ମଧ୍ୟରେ ) କମ୍ପାନୀ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସ୍କୋ ମଧ୍ୟରେ ଉଡାଣ ଭରିବ । ଏହା ବେଙ୍ଗାଲୁରୁରୁ ଆମେରିକା ପାଇଁ ପ୍ରଥମ ନନଷ୍ଟପ ବିମାନ ହେବ ।

ୟୁନାଇଟେଡ ଏୟାରଲାଇନର ଦିଲ୍ଲୀ ଓ ମୁମ୍ବାଇରୁ New York/Newark ଏବଂ ନୂଆଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ସେବା ପୂର୍ବରୁ ଥିଲା । ତେବେ ନୂଆ ଉଡାଣ ଆରମ୍ଭ ପରେ ଏହା ଭାରତ ଓ ଆମେରିକା ମଧ୍ୟରେ ସର୍ବାଧିକ ନନ ଷ୍ଟପ ସେବା ପ୍ରଦାନକାରୀ ଆମେରିକୀୟ ଏୟାରଲାଇନ କମ୍ପାନୀ ହେବ ।

ଏହି ଉଡାଣ ଆରମ୍ଭ ଦ୍ବାରା 2 ଦେଶ ମଧ୍ୟରେ ଯାତ୍ରୀଙ୍କୁ ଅଧିକ ବିକଳ୍ପ ମିଳିପାରିବ । ବେଙ୍ଗାଲୁରୁ ଓ ସାନ ଫ୍ରାନ୍ସିସ୍କୋ ଦୁନିଆର 2 ବଡ ସୂଚନା ପ୍ରଯୁକ୍ତିବିଦ୍ୟା ହେବ । 2 ସହର ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ଦ୍ବାରା କାରବାରୀଙ୍କ ପାଇଁ ଯାତ୍ରା ବହୁତ ସହଜ ହୋଇଯିବ । ଏ ନେଇ ୟୁନାଇଟେଡ ଏୟାରଲାଇନ୍ସର ଅନ୍ତରାଷ୍ଟ୍ରୀୟ ମାର୍କେଟିଂ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.