ETV Bharat / business

ବଢିଲା ଟେଲିକମ କମ୍ପାନୀଙ୍କ ଚିନ୍ତା, ମାର୍ଚ୍ଚ ସୁଦ୍ଧା ଦେବେ 10% ଏଜିଆର ବକେୟା - Telcos need to pay 10pc of total AGR dues by March 31

ଟେଲିକମ କମ୍ପାନୀଙ୍କୁ ଏଜିଆର ଝଟକା । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ 2021 ମାର୍ଚ୍ଚ ସୁଦ୍ଧା ଏଜିଆର ବକେୟାର 10 ପ୍ରତିଶତ ଟେଲିକମ ବିଭାଗ (ଡଟ)କୁ ଦେବାକୁ ହେବ । ଅଧିକ ପଢନ୍ତୁ..

ବଢିଲା ଟେଲିକମ କମ୍ପାନୀଙ୍କ ଚିନ୍ତା, ମାର୍ଚ୍ଚ ସୁଦ୍ଧା ଦେବେ 10 % ଏଜିଆର ବକେୟା

author img

By

Published : Sep 22, 2020, 2:19 PM IST

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ସମେତ ଅନ୍ୟାନ ଟେଲିମକ କମ୍ପାନୀର ବଢିଲା ଚିନ୍ତା । ଟେଲିକମ କମ୍ପାନୀ ଉପରେ ଡଟ (ଦୂରସଞ୍ଚାର ବିଭାଗ)ର ବାକି ଥିବା ସନ୍ତୁଳିତ ମୋଟ ରାଜସ୍ବ (ଏଜିଆର) ବକେୟାର 10 ପ୍ରତିଶତ 2021 ମାର୍ଚ୍ଚ ସୁଦ୍ଧା ପେମେଣ୍ଟ କରିବାକୁ ହେବ । ସରକାରୀ ସୂତ୍ରରୁ ଏନେଇ ସୂଚନା ମିଳିଛି ।

ତେବେ ପୂର୍ବରୁ ଏଜିଆର ବାବଦକୁ ଦିଆଯାଇଥିବା ଆଂଶିକ ପେମେଣ୍ଟ ଦ୍ବାରା କୌଣସି ଫରକ ପଡିବନି । ବର୍ତ୍ତମାନ ପରିଚାଳନା ହେଉଥିବା ଦୂରସଞ୍ଚାର କମ୍ପାନୀ ଦ୍ବାରା ମାର୍ଚ୍ଚ 31 ସୁଦ୍ଧା 12,921 କୋଟି ଟଙ୍କା ବକେୟା ଦିଆଯିବା ପଇଁ ଆଶା ରହିଛି । ଯେଉଁଥିରୁ ପାଖାପାଖୀ 80 ପ୍ରତିଶତ ପେମେଣ୍ଟ ଭୋଡାଫୋନ ଓ ଆଇଡିଆ ଏବଂ ଭାରତୀ ଏୟାରଟେଲକୁ କରିବାକୁ ହେବ ।

ଦୂରସଞ୍ଚାର ବିଭାଗର ଜଣେ ଅଧିକାରୀ କହିଛନ୍ତି କି, ଟେଲିକମ କମ୍ପାନୀ ଏଜିଆର ଦେୟ ପରିଶୋଧ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ 10 ବର୍ଷ ସମୟ ଦେଇଛନ୍ତି । ଏହା ଅନୁସାରେ 2021 ମାର୍ଚ୍ଚ ସୁଦ୍ଧା ମୋଟ ବକେୟା ଏଜିଆରର 10 ପ୍ରତିଶତ ଶୁଝିବା ପାଇଁ ଟେଲିକମ କମ୍ପାନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଅଧିକାରୀଙ୍କ ଅନୁସାରେ ଭୋଡାଫୋନ ଆଇଡିଆ ପାଖାପାଖି 5,825 କୋଟି ଟଙ୍କା ଓ ଭାରତୀୟ ଏୟାରଟେଲ 4,398 କୋଟି ଟଙ୍କା ପରିଶୋଧ କରିବାକୁ ହେବ । ଯାହାର ବକେୟା କ୍ରମଶଃ 58,254 ଓ 43,980 କୋଟି ଟଙ୍କା ଅଛି । ପ୍ରକାଶ ଯେ, ଟେଲିକମ କମ୍ପାନୀଗୁଡିକ ଉପରେ ଡଟର ପାଖାପାଖି 1.5 ଲକ୍ଷ କୋଟି ଟଙ୍କାର ଏଜିଆର ବକେୟା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.