ETV Bharat / business

ଜିଓରେ ପୁଣି 4,546 କୋଟି ନିବେଶ କଲା ସିଲଭର ଲେକ - silver lake to invest additional rs 4546 crore in reliances jio platforms

ଘରୋଇ ନିବେଶ କମ୍ପାନୀ ସିଲଭର ଲେକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ୟୁନିଟ ଜିଓ ପ୍ଲାର୍ଟଫମରେ ନିଜ ଅଂଶଧନକୁ 2.08 ପ୍ରତିଶତ ବଢାଇବା ପାଇଁ 4,546.80 କୋଟି ନିବେଶ କରିଛି । ଅଧିକ ପଢନ୍ତୁ..

silver lake
ଜିଓରେ ପୁଣି 4,546 କୋଟି ନିବେଶ କଲା ସିଲଭର ଲେକ
author img

By

Published : Jun 6, 2020, 2:32 PM IST

ନୂଆଦିଲ୍ଲୀ: 6 ବଡ ଚୁକ୍ତି ପରେ ପୁଣି ରିଲାଏନ୍ସ ଜିଓ ପ୍ଲାର୍ଟଫର୍ମରେ ନିବେଶ ପରିମାଣ ବଢାଇଲା ସିଲଭର ଲେକ । ଜିଓରେ ଅତିରିକ୍ତ 4,546.80 କୋଟି ଟଙ୍କା ନିବେଶ କରିଛି ଆମେରିକାର ଘରୋଇ ଇକ୍ୟୁଟି ଫାର୍ମ ସିଲଭର ଲେକ ଓ ତାହାର ସହ ନିବେଶକ। ଏକ ବିବୃତ୍ତି ଜାରି କରି ରିଲାଏନ୍ସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ମେ 4ରେ ସିଲଭର ଲେକ ଜିଓ ପ୍ଲାର୍ଟଫର୍ମରେ 5,655.75 କୋଟି ନିବେଶ କରିଥିଲା । ଏହି 2ଟି ନିବେଶକୁ ମିଶାଇଲେ ସିଲଭର ଲେକ ଓ ତାର ସହ ନିବେଶକଙ୍କ ଦ୍ବାରା ହୋଇଥିବା ମୋଟ ନିବେଶ 10,202.55 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ପୂର୍ବଥର ଭଳି ଏହି ନିବେଶରେ ମଧ୍ୟ ସିଲଭର ଲେକ ଜିଓରେ ଇକ୍ୟୁଟି ଭେଲ୍ୟୁ 4.91 ଲକ୍ଷ କୋଟି ଟଙ୍କା ଦେଇଛି। ଏହି ପୁଞ୍ଜି ବିନିଯୋଗ ସହିତ ଗତ 6 ସପ୍ତାହରେ ଜିଓ ପ୍ଲାଟଫର୍ମ ଅଗ୍ରଣୀ ଟେକ୍ନୋଲୋଜି ନିବେଶକଙ୍କ ଠାରୁ 92,202.15 କୋଟି ଟଙ୍କା ସଂଗ୍ରହ କରିଛି ।

ସିଲଭର ଲେକ ଦ୍ବାରା କରାଯାଇଥିବା ମୋଟ ନିବେଶ ଉପରେ ଟିପ୍ପଣୀ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି କି, ‘‘ସିଲଭର ଲେକ ଓ ଏହାର ସହ ନିବେଶକମାନେ ମୂଲ୍ୟବାନ ଅଂଶୀଦାର ଅଟନ୍ତି । ଆମେ ଭାରତୀୟ ଡିଜିଟାଲ ଇକୋସିଷ୍ଟରମର ବିକାଶ ଏବଂ ରୁପାନ୍ତର ଜାରି ରଖିଛୁ । ଏଭଳି ସ୍ଥିତିରେ ଆମେ ସେମାନଙ୍କ ଆତ୍ମବିଶ୍ବାସ ଓ ସମର୍ଥନ ସହ ବିଶ୍ବ ଟେକ୍ନୋଲୋଜି ନିବେଶରେ ସେମାନଙ୍କ ନେତୃତ୍ବ ତଥା ସେମାନଙ୍କ ମୂଲ୍ୟବାନ ସମ୍ପର୍କ ନେଟୱାର୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.