ETV Bharat / business

ଗଡଫ୍ରେ ଫିଲିପ୍ସ ଇଣ୍ଡିଆର CEO ହେଲେ ଶରଦ ଅଗ୍ରୱାଲ - ଗଡଫ୍ରେ ଫିଲିପ୍ସ ଇଣ୍ଡିଆ ସିଇଓ ଶରଦ ଅଗ୍ରୱାଲ

ସିଗାରେଟ୍ କମ୍ପାନୀ ଗଡଫ୍ରେ ଫିଲିପ୍ସ ଇଣ୍ଡିଆର ସିଇଓ ଭାବେ ନିଯୁକ୍ତ ହେଲେ ଶରଦ ଅଗ୍ରୱାଲ । ଅଧିକ ପଢନ୍ତୁ

ଗଡଫ୍ରେ ଫିଲିପ୍ସ ଇଣ୍ଡିଆର CEO ହେଲେ ଶରଦ ଅଗ୍ରୱାଲ

author img

By

Published : Dec 28, 2021, 7:16 AM IST

ନୂଆଦିଲ୍ଲୀ: ସିଗାରେଟ୍ କମ୍ପାନୀ ଗଡଫ୍ରେ ଫିଲିପ୍ସ ଇଣ୍ଡିଆ( Godfrey Phillips India)ର ସିଇଓ ହେଲେ(CEO ) ଶରଦ ଅଗ୍ରୱାଲ( Godfrey Phillips India Appointed Sharad Aggarwal as CEO) । ସୋମବାର ଶରଦଙ୍କୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଘୋଷଣା କରାଯାଇଛି । ଗଡଫ୍ରେ ଫିଲିପ୍ସ ଭାରତର ସର୍ବବୃହତ FMCG(Fast-moving consumer goods) କମ୍ପାନୀ ମଧ୍ୟରୁ ଅନ୍ୟତମ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଶରଦ ଅଗ୍ରୱାଲ ଭୀଷ୍ମ ୱାଧେରା(BhishamWadhera)ଙ୍କ ସ୍ଥାନ ନେବେ । ୱାଧେରା ଗତ ୨୬ ତାରିଖ ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ କମ୍ପାନୀରେ ଉପଦେଷ୍ଟା ତଥା ମେଣ୍ଟର ଭାବେ କାର୍ଯ୍ୟ କରିବେ ।

ଗତ ୧୬ ତାରିଖ ଦିନ କମ୍ପାନୀର ବୋର୍ଡ ବୈଠକରେ ଅଗ୍ରୱାଲଙ୍କୁ ସିଇଓ ଭାବେ ଚୟନ କରାଯାଇଥିଲା । କମ୍ପାନୀ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ବିନା ମୋଦି(Dr Bina Modi) ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଶରଦ ୧୯୯୪ ମସିହାରୁ କମ୍ପାନୀ ସହ ଯୋଡି ହୋଇରହିଛନ୍ତି । ନିଜର ପ୍ରେରଣାଦାୟୀ ନେତୃତ୍ବ ପ୍ରଦାନର ଭୂମିକାରେ ନିଜକୁ ପ୍ରମାଣିତ କରିଛନ୍ତି ଏବଂ ସଙ୍ଗଠନରେ ଅନେକ ପରିବର୍ତ୍ତନ ଆଣିଛନ୍ତି ।

@PTI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.