ETV Bharat / business

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିଖବର, କମିଲା ଋଣ ସୁଧ ହାର - ରେପୋରେଟ ହ୍ରାସ

କମିଲା ଏସବିଆଇ ସୁଧ ହାର । ବର୍ଷିକିଆ ମିଆଦ ପାଇଁ ଋଣ ସୁଧହାର ଏବେ 7.25ରୁ 7 ପ୍ରତିଶତକୁ ହ୍ରାସ ପାଇଛି । ଫଳରେ ଗୃହ, ଗାଡି ଋଣ ଉପରେ ଗଣିବାକୁ ପଡିବ କମ ସୁଧ । ଅଧିକ ପଢନ୍ତୁ..

sbi to cut mclr by 25 bps from june 10
ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିଖବର, କମିଲା ଋଣ ସୁଧ ହାର
author img

By

Published : Jun 9, 2020, 1:12 PM IST

ମୁମ୍ବାଇ: ଋଣ ଉପରେ ସୁଧ ହାର ହ୍ରାସ କରିଛି ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏସବିଆଇ ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର)କୁ 25 ବେସିସ ପଏଣ୍ଟ ହ୍ରାସ କରିଛି । ନୂଆ ଦର ଜୁନ 10ରୁ ଲାଗୁ ହେବ ।

ସୋମବାର ଏକ ବିଜ୍ଞପ୍ତି ଜାରି କରି ବ୍ୟାଙ୍କ କହିଛି କି, 1 ବର୍ଷ ଅବଧିରେ ଏମସିଏଲଆର ଦର 7.25 ପ୍ରତିଶତରୁ ହ୍ରାସ କରି 7 ପ୍ରତିଶତ କରାଯାଇଛି । ସବୁ ଅବଧିର ଋଣ ପାଇଁ ଏମସିଏଲଆରକୁ କମାଇଯାଇଛି । ବ୍ୟାଙ୍କ ପକ୍ଷରୁ ଲଗାତାର 13 ଥର ଏମସିଏଲଆର ଦର ହ୍ରାସ କରାଯାଇଛଛି ।

ଏହା ପୂର୍ବରୁ ବ୍ୟାଙ୍କ ଇବିଆର ସହ ରେପୋ ରେଟ ଜଡିତ ଋଣର ସୁଧ ହାର (ଆରଏଲଏଲଆର) 0.40 ପ୍ରତିଶତ ହ୍ରାସ ନେଇ ଘୋଷଣା କରିଛି । ଏହା ଜୁଲାଇ ପହିଲାରୁ ଲାଗୁ ହେବ ।

ବ୍ୟାଙ୍କ ବାର୍ଷିକ EBR ହାରକୁ 7.05 ପ୍ରତିଶତରୁ 6.65 ପ୍ରତିଶତକୁ ହ୍ରାସ କରିଥିବାବେଳେ ରେପୋ ହାର ସହିତ ଜଡିତ ସୁଧ ହାର 6.65 ପ୍ରତିଶତରୁ 6.25 ପ୍ରତିଶତକୁ ହ୍ରାସ କରିଛି ।

ବ୍ୟାଙ୍କର ବିଜ୍ଞପ୍ତିରେ କୁହାଯାଇଛି କି, ‘‘ଏହି ହିସାବରେ MCLR ହାର ସହିତ ଜଡିତ ଗୃହ ଋଣ ସମାନ ମାସିକ କିସ୍ତି ପରିମାଣ 421 ଟଙ୍କା ହ୍ରାସ ପାଇବ । ସେହିପରି EBR,ଆରଏଲଆର ସହିତ ଜଡିତ ଗୃହ ଋଣର ମାସିକ କିସ୍ତି 660 ଟଙ୍କା କମିବ। 30 ବର୍ଷ ପାଇଁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ଏହି ଗଣନା କରାଯାଇଛି। ’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.