ନୂଆଦିଲ୍ଲୀ: ଏସବିଆଇ କାର୍ଡ ଏବଂ ପେମେଣ୍ଟ ସର୍ଭିସେସ (ଏସବିଆଇ କାର୍ଡ) ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ପେଟିଏମ ସହଭାଗିତାରେ ଏକ କ୍ରେଡିଟ କାର୍ଡ ଲଞ୍ଚ କରିଛି । କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଏହା 2 ପ୍ରକାରର କାର୍ଡ ‘ ପେଟିଏମ ଏସବିଆଇ କାର୍ଡ’ ଓ ‘ପେଟିଏମ ଏସବିଆଇ କାର୍ଡ ସିଲେକ୍ଟ ’ ଆଣିଛି । ଏହି 2 କାର୍ଡ ଭିସା (Visa ) ପ୍ଲାର୍ଟଫର୍ମରେ କାମ କରୁଛି ।
ଏସବିଆଇ କାର୍ଡ ଏହି କମ୍ପାନୀର ଗ୍ରାହକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ପ୍ରଦାନ ନୀତି ସହିତ ଅନୁରୂପ । ଯେପରି ସେମାନେ ନିଜ ଖର୍ଚ୍ଚର ଆବଶ୍ୟକତା ଅନୁସାରେ ସର୍ବାଧିକ ମୂଲ୍ୟର ପ୍ରଡକ୍ଟ ଉପଲବ୍ଧ କରାଯାଇପାରିବ । ଆଉ ସେମାନଙ୍କୁ ଡିଜିଟାଲ ପେମେଣ୍ଟ ପାଇଁ ପ୍ରୋତ୍ସାହିତ କରାଯାଇପାରିବ ।
କମ୍ପାନୀ କହିଛି କି, ଏହି ପାର୍ଟନରସିପ ଦ୍ବାରା ନୂଆ କ୍ରେଡିଟ କାର୍ଡଧାରକ ଔପଚାରିକ ଅର୍ଥବ୍ୟବସ୍ଥାରେ ସାମିଲ ହେବେ । ଏହି କାର୍ଡର ବ୍ୟବହାର ସମ୍ପୂର୍ଣ୍ଣ ପେଟିଏମ ପ୍ରଣାଳୀରେ କରାଯାଇପାରିବ ।
ଏହି କାର୍ଡଗୁଡିକ NFC ଟେକ୍ନୋଲୋଜି ସହିତ ସଜ୍ଜିତ ହେବ, ଯାହା ଗ୍ରାହକମାନଙ୍କୁ ଯୋଗାଯୋଗ ସହିତ ଦେୟ ସୁବିଧା ଯୋଗାଇବ । ଏହି ପରିପ୍ରେକ୍ଷୀରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଶ୍ବିନୀ କୁମାର ତିୱାରୀ କହିଛନ୍ତି ଯେ, ଦେଶରେ କ୍ରେଡିଟ କାର୍ଡ ଶିଳ୍ପ ଏପର୍ଯ୍ୟନ୍ତ ବିସ୍ତାର ହୋଇନାହିଁ। ଏଥିସହ ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟକୁ ନେଇ ଲୋକଙ୍କ ବ୍ୟବହାର ବଢିଛି । ଏଭଳି ସ୍ଥିତିରେ ପେଟିଏମ ସହ ଆମର ରଣନୈତିକ ସହଭାଗିତା କ୍ରେଡିଟ କାର୍ଡ ସମସ୍ତଙ୍କ ପାଇଁ ସୁଲଭ ହେବ ବୋଲି ତିୱାରୀ କହିଛନ୍ତି ।