ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲର 1.28 ପ୍ରତିଶତ ଷ୍ଟକ ବଦଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ବୈଶ୍ବିକ ନିବେଶ ଫାର୍ମ କେକେଆର ଠାରୁ 5,550 କୋଟି ଟଙ୍କା ପାଇଲା । ଏହା ପୂର୍ବରୁ ଆମେରେକୀୟ କମ୍ପାନୀ କେକେଆରର ନିବେଶ ନେଇ ଆରଆଇଏଲ ସେପ୍ଟେମ୍ବର 23 ରେ ଘୋଷଣା କରିଥିଲା ।
କମ୍ପାନୀ ସେୟାର ବଜାରକୁ କହିଛି ଯେ, ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡକୁ Alyssum Asia ହୋଲ୍ଡିଂଗ୍ସ (କେକେଆର ର ଏକ ୟୁନିଟ) ରୁ 5,550 କୋଟି ଟଙ୍କା ମିଳିଛି । ଆଉ ଏହା ବଦଳରେ କେକେଆରକୁ 81,348,479 ଇକ୍ୟୁଟି ସେୟାର ଆବଣ୍ଟନ କରାଯାଇଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କୌଣସି ସହାୟକ କମ୍ପାନୀରେ କେକେଆରର ଏହା ଦ୍ବିତୀୟ ନିବେଶ ଅଟେ । ଏହା ପୂର୍ବରୁ ଚଳିତ ବର୍ଷ ଜିଓ ପ୍ଲାର୍ଟଫର୍ମରେ 11,367 କୋଟି ଟଙ୍କା ନିବେଶ କରିଥିଲା କେକେଆର । ତେବେ ଏ ନେଇ ଆରଆଇଏଲ କହିଛି କି, ଏହି ନିବେଶ ଅଧିନରେ ରିଲାଏନ୍ସ ରିଟେଲର ମୂଲ୍ୟ 4.21 ଲକ୍ଷ କୋଟି ଟଙ୍କା ମୂଲ୍ୟାଙ୍କନ ହୋଇଛି ।
RRVLର ସହାୟକ ୟୁନିଟ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା କାରବାରର ସଞ୍ଚାଳନ କରୁଛି । ଏଥିସହ ସମଗ୍ର ଦେଶରେ ଏହାର ପାଖାପାଖୀ 12,000 ଷ୍ଟୋରରୁ 64 କୋଟି ଉପଭୋକ୍ତା ଯାଇଥାନ୍ତି ।