ETV Bharat / business

ଏବର୍ଷ ଦେଶରେ ବିମାନ ଯାତ୍ରା 49 ପ୍ରତିଶତ ହ୍ରାସ ହେବ : IATA - କ୍ଷତିରେ ବିମାନ କମ୍ପାନୀ

ବିମାନ ଚଳାଚଳ କ୍ଷେତ୍ର ଇତିହାସରେ ଏହା ସବୁଠାରୁ ଖରାପ ବର୍ଷ । କୋଭିଡ ସଙ୍କଟରୁ ମୁକୁଳିବାକୁ ବିମାନ କମ୍ପାନୀ ସଂଘର୍ଷ କରୁଥିଲା ବେଳେ ପୂର୍ବ ଅବସ୍ଥାକୁ ଆହୁରୀ କିଛି ବର୍ଷ ଲାଗିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ଏ ବର୍ଷ ଦେଶରେ ବିମାନ ଯାତ୍ରା 49 ପ୍ରତିଶତ ହ୍ରାସ ହେବ

author img

By

Published : Jul 14, 2020, 5:41 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ଓ ଲକଡାଉନ ଭାରତୀୟ ବିମାନ କ୍ଷେତ୍ରର ଅଣ୍ଚା ମୋଡିଦେଇଛି । ଅନ୍ତରାଷ୍ଟ୍ରୀୟ ବିମାନ ପରିହନ ସଙ୍ଗଠନ IATA ଅନୁମାନ କରିଛି କି, 2020 ରେ ଦେଶରେ ବିମାନ ଯାତ୍ର ପାଇଁ ଯାତ୍ରୀଙ୍କ ଚାହିଦା 49 ପ୍ରତିଶତ ହ୍ରାସ ହେବ ।

ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (IATA) କହିଛି କି, 2020ରେ ଭାରତୀୟ ବିମାନ କମ୍ପାନୀର ଆୟ ଗତ ବର୍ଷ ତୁଳନାରେ 11.61 ଅରବ ଡଲାର କମ ରହିବ

ଏହି ରିପୋର୍ଟରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ( Asia-Pacific region)ରେ ବିମାନ ଯାତ୍ରା ଚାହିଦା 53.8 ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । IATA ର ଆଞ୍ଚଳିକ ଉପସଭାପତି କନରାଡ କ୍ଲିଫୋର୍ଡ(Conrad Clifford) କହିଛନ୍ତି ଯେ, ବିମାନ ଚଳାଚଳ କ୍ଷେତ୍ର ଇତିହାସରେ ଏହା ସବୁଠାରୁ ଖରାପ ବର୍ଷ । ଏପେଟ ବିମାନ କମ୍ପାନୀଗୁଡିକ କୌଣସି ପ୍ରକାରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି ।

ଏସିଆ-ପ୍ରଶାନ୍ତ ମହାସାଗରରେ ବିମାନ ଚଳାଚଳ କମ୍ପାନୀଗୁଡିକ 29 ବିଲିୟନ ଡଲାରର ସର୍ବାଧିକ କ୍ଷତି ସହିବେ। ଯାହାକି ପ୍ରତି ଯାତ୍ରୀ ପିଛା 30.09 ଡଲାର କ୍ଷତି ଅଟେ । ତେବେ ପୁଣି କୋଭିଡ-19 ପୂର୍ବ ସ୍ତର (2019)କୁ ଫେରିଯିବାକୁ ବିମାନ ଉଦ୍ୟୋଗକୁ କିଛି ବର୍ଷ ଆହୁରୀ ଲାଗିବ ବୋଲି କ୍ଲିଫୋର୍ଡ କହିଛନ୍ତି ।

ଭାରତରେ ମାର୍ଚ୍ଚ 24ରୁ ଲକଡାଉନ ଲାଗୁ ହୋଇଥିଲା ପରେ ପାଖାପାଖୀ ମାସ ପରେ ମେ 25ରେ ଘରୋଇ ଯାତ୍ରୀ ଉଡାଣ ପରିଚାଳନା ଆରମ୍ଭ ହୋଇଛି । କିନ୍ତୁ ଏବେ ବି ଅନ୍ତରାଷ୍ଟ୍ରୀୟ ଉଡାଣ ପରେ ପ୍ରତିବନ୍ଧକ ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.