ETV Bharat / business

ତିନି ମାସରେ ଏନପିଏସରେ 1.03 ଲକ୍ଷ ଉପଭୋକ୍ତା ପଞ୍ଜିକୃତ - NPS subscribers in Apr-Jun quarter

ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଜୁନ ଅବଧିରେ 1.03 ଲକ୍ଷ ବ୍ୟକ୍ତିଗତ ଉପଭୋକ୍ତା ଏନପିଏସରେ ପଞ୍ଜିକୃତ ହୋଇଛନ୍ତି । ଅଧିକ ପଢନ୍ତୁ..

3 ମାସରେ ଏନପିଏସରେ 1 .03 ଲକ୍ଷ ଉପଭୋକ୍ତା ପଞ୍ଜିକୃତ

author img

By

Published : Jul 18, 2020, 1:07 PM IST

ମୁମ୍ବାଇ: ସରକାରଙ୍କ ପ୍ରମୁଖ ଅଂଶଦାନ ଆଧାରିତ ଅବସର ସଞ୍ଚୟ ଯୋଜନା ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ର ଉପଭୋକ୍ତା ସଂଖ୍ୟା 30 ପ୍ରତିଶତ ବୃଦ୍ଧି ହୋଇଛି । 2020-21 ପ୍ରଥମ ତ୍ରୟମାସ ଏପ୍ରିଲରୁ ଜୁନ ମଧ୍ୟରେ ଏଥିରେ 1.03 ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଛନ୍ତି । ଶୁକ୍ରବାର ସରକାର ଏନେଇ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରାଳୟର ଜାରି ବିବୃତ୍ତିରେ କୁହାଯାଇଛି କି, ଏହି ଅବଧିରେ ଘରୋଇ କ୍ଷେତ୍ରର 1.03 ଲକ୍ଷ ବ୍ୟକ୍ତିଗତ ଉପଭୋକ୍ତା ଓ 206ଟି କମ୍ପାନୀ ଏନପିଏସରେ ପଞ୍ଜିକୃତ ହୋଉଛନ୍ତି । ଏଥିରେ 43 ହଜାର କମ୍ପାନୀ ସେମାନେ ନିଯୁକ୍ତିଦାତା ଜରିଆରେ ପଞ୍ଜିକୃତ କରିଥିବା ବେଳେ ଅନ୍ୟମାନେ ସ୍ବେଚ୍ଛାକୃତ ଭାବେ ପଞ୍ଜିକୃତ କରିଛନ୍ତି । ବିବୃତ୍ତିରେ କୁହାଯାଇଛି କି, କୋଭିଡ-19 ପରେ ନିଯୁକ୍ତିଦାତା ନିଜ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସୁଯୋଗ ଥିବା ଉପାୟକୁ ଆପାଣାଉଛନ୍ତି ।

ନ୍ୟାସନାଲ ପେମେଣ୍ଟ ସିଷ୍ଟମ ଅଧିନରେ 18ରୁ 65 ବର୍ଷ ବୟସ ବୟସ ବର୍ଗର ମୋଟ କର୍ପୋରେଟ ଉପଭୋକ୍ତା ସଂଖ୍ୟା 10.13 ଲକ୍ଷରେ ପହଞ୍ଚିଛି । ପିଏଫଆରଡିଏ ଅଧ୍ୟକ୍ଷ ସୁପ୍ରତୀମ କନ୍ଦୋପଧ୍ୟାୟ କହିଛନ୍ତି କି, ଏନପିଏସ କର୍ପୋରେଟ କର୍ମଚାରୀଙ୍କ ମଧ୍ୟର ବହୁତ ସଫଳ ରହିଛି ।

କନ୍ଦୋପଧ୍ୟାୟ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଜୀବନରେ ଆର୍ଥିକ ଯୋଜନା ସବୁବେଳେ ପଛରେ ରହିଥାଏ । କିନ୍ତୁ ଆଜି କୋରୋନା ଭାଇରସ ମହାମାରୀ ଯୋଗୁଁ ଏହା ସବୁଠୁ ଆଗରେ ରହିଛି । ଏଭଳି କାଠିକର ସମୟରେ ଆର୍ଥିକ ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି । ଗତ 2020 ଏପ୍ରିଲ 30 ସୁଦ୍ଧା ଜାତୀୟ ପେନସନ ପ୍ରଣାଳୀ ଓ ଅଟଳ ପେନସନ ଯୋଜନାରେ ମୋଟ ମିଶାଇ 3.46 କୋଟି ଅଂଶଧାରକ ହୋଇଥିଲେ ।

ଏନପିଏସ ଅଧିନରେ 68 ଲକ୍ଷରୁ ଅଧିର ସରକାରୀ କର୍ମଚାରୀ ପଞ୍ଜିକୃତ ହୋଇଥିବା ବେଳେ 22.60 ଲକ୍ଷ ଘରୋଇ କ୍ଷେତ୍ରରୁ ଅଛନ୍ତି । ଯେଉଁଥିରେ 7,616 କମ୍ପାନୀ ପଞ୍ଜିକୃତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.