ETV Bharat / business

ବିଶାଖାପାଟନମ ଗ୍ୟାସ ଲିକ ଘଟଣା, ଏଲଜି ପଲିମର୍ସକୁ 50 କୋଟି ଟଙ୍କା ଜୋରିମାନା - ଏଲଜି ପଲିମର୍ସ ଉପରେ ଏନଜିଟିର ଜୋରିମାନା

ବିଶାଖାପାଟନମର ଗ୍ୟାସ ଲିକ ଘଟଣା । ଏଲଜି ପଲିମର୍ସ ଇଣ୍ଡିଆ ଉପରେ 50 କୋଟି ଟଙ୍କାର ଅନ୍ତରୀଣ ଜୋରିମାନା ଲାଗୁ କରିଛି ଏନଜିଟି ।

NGT slaps interim penalty of Rs 50 cr on LG Polymers India
ଏଲଜି ପଲିମର୍ସକୁ 50 କୋଟି ଟଙ୍କା ଜୋରିମାନା
author img

By

Published : May 9, 2020, 7:38 PM IST

ନୂଆଦିଲ୍ଲୀ: ବିଶାଖାପାଟନମର ଗ୍ୟାସ ଲିକ ଘଟଣା ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏଲଜି ପଲିମର୍ସ ଇଣ୍ଡିଆ ଉପରେ 50 କୋଟି ଟଙ୍କାର ଅନ୍ତରୀଣ ଜୋରିମାନା ଲାଗୁ କରିଛି । ଏଥିସହ ଏହାର ପ୍ରତିକ୍ରିୟା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରାଯାଇଛି ।

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆନ୍ଧ୍ରାପ୍ରଦେଶ ପ୍ରଦୂଷଣ ବୋର୍ଡ , କେନ୍ଦ୍ର ପ୍ରଦୂଷଣ ବୋର୍ଡ ଏବଂ କେନ୍ଦ୍ର ପରିବେଶ ଓ ଜଙ୍ଗଳ ମନ୍ତ୍ରାଣଳୟକୁ ନୋଟିସ ପଠାଇ ଏହି ଘଟଣାର ପ୍ରତିକ୍ରିୟା ରଖିବାକୁ ମେ 18 ଯାଏଁ ସମୟ ଦେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଖଣ୍ଡପୀଠ ଅଧିନରେ ଏକ 5 ଜଣିଆ କମିଟି ଗଠନ କରାଯାଇଛି ।

ଗୁରୁବାର ବିଶାଖାପାଟନମ ଭାଇଜାଗ ଗ୍ୟାସ ଲିକ ଦୁର୍ଘଟଣାରେ 11 ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଉଦ୍ଧ୍ବ ଲୋକ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ଏ ନେଇ ଏନଜିଟି ଖଣ୍ଡପୀଠ ପକ୍ଷତି ଧନଜୀବନ କ୍ଷତିକୁ ନଜରରେ ରଖି କମ୍ପାନୀକୁ 50 କୋଟି ଟଙ୍କାର ଅନ୍ତରୀଣ ଜୋରିମାନା ମାଗିଛନ୍ତି । ଏହି ଟଙ୍କାକୁ ବିଶାଖାପାଟଣା ଜିଲ୍ଲାପାଳଙ୍କ ପାଖରେ ଦାଖଲ ପାଇଁ କୁହାଯାଇଛି ।

ଏହି ମାମଲାର ଆଗାମୀ ଶୁଣାଣୀ ମେ 18ରେ ହେବ । ତେବେ ଏନଜିଟି ପକ୍ଷରୁ ଗଠିତ ଏହି କମିଟିରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ବି ଶେଷସୟନ ରେଡ୍ଡି, ଆନ୍ଧ୍ରାପ୍ରଦେଶ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ଭି ରାମ ଚନ୍ଦ୍ର ମୂର୍ତ୍ତି , ବିଶ୍ବବିଦ୍ୟାଳୟର କେମିକାଲ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ପୁଲିପତି କିଙ୍ଗ , ସିପିସିବି ସଦସ୍ୟ ସଚିବ ଆଦି ଏହାର ସଦସ୍ୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.