ନୂଆଦିଲ୍ଲୀ: ଆସନ୍ତା 7 ତାରିଖ (ସୋମବାର) ରୁ ଏକ ନୂଆ ପୋର୍ଟାଲ ଆରମ୍ଭ କରିବ ଆୟକର ବିଭାଗ । ଯେଉଁଥିରେ କରଦାତା ଅନଲାଇନ ବିବରଣୀ ପ୍ରସ୍ତୁତ କରିପାରିବେ । ଏହି ପୋର୍ଟାଲ ଦାଖଲ ହୋଇଥିବା ବିବରଣୀ ଗୁଡିକର ତତକ୍ଷଣାତ୍ ପ୍ରକ୍ରିୟାକରଣର ସୁବିଧା ସହିତ ଲିଙ୍କ ହେବ । ଏଥିସହ ଏହାଦ୍ବାରା ଟ୍ୟାକ୍ସ ରିଫଣ୍ଡ ପ୍ରକ୍ରିୟା ମଧ୍ୟ ଶୀଘ୍ର ଶେଷ କରାଯାଇପାରିବ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଏକ ବିଜ୍ଞପ୍ତି ଅନୁସାରେ ଏହି ପୋର୍ଟାଲ ଇନକମ ଟ୍ୟାକ୍ସ.ଜିଓଭି.ଇନ (www.incometax.gov.in) ଜୁନ 7 ରୁ ଆରମ୍ଭ କରାଯିବ । ଏହା ଫଳରେ କରଦାତାଙ୍କୁ ବିବରଣୀ ପ୍ରସ୍ତୁତ କରିବାରେ ସହଜ ହେବ ।
ବିବୃତ୍ତି ଅନୁସାରେ ସିବିଡିଟି ଏକ ନୂଆ କର ପେମେଣ୍ଟ ପ୍ରଣାଳୀ ମଧ୍ୟ ଜୁନ 18 ରୁ ଆରମ୍ଭ କରିବାକୁ ଯାଉଛି । ପୋର୍ଟାଲ ଆଣିବା ପରେ ମୋବାଇଲ ଆପ ମଧ୍ୟ ଜାରି କରାଯିବ । ଯେପରି କରଦାତା ତାର ବିଭିନ୍ନ ସୁବିଧା ସହ ପରିଚିତ ହୋଇପାରିବ ।