ନୂଆଦିଲ୍ଲୀ: ତାଲା ବନ୍ଦ ଯୋଗୁଁ ବ୍ୟବସାୟ ଅନିଶ୍ଚତତା ଦେଇ ଗତିକରୁଥିବା ଷ୍ଟାର୍ଟଅପ ଆଇଟି କମ୍ପାନୀ ଗୁଡିକ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି । ଭାରତୀୟ ଆଇଟି ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ସଂସ୍ଥା ନାସକମ ଶନିବାର ସରକାରଙ୍କୁ କହିଛି ଯେ ଏଭଳି ପରିସ୍ଥିତିରେ ଷ୍ଟାର୍ଟଅପ ମାନଙ୍କ ବ୍ୟବସାୟ ଜାରି ରଖିବା ପାଇଁ ସରାକର ସହାୟତା ଜରୁରୀ ହୋଇପଡିଛି ।
ନାସକମ କହିଛି ଯେ ମହାମାରୀ ଷ୍ଟାର୍ଟଅପ ଉପରେ ଅଧିକ ଚାପ ସୃଷ୍ଟି କରିଛି । ପ୍ରଚଳିତ ପରିସ୍ଥିତି ଯୋଗୁଁ ଷ୍ଟାର୍ଟଅପ ଗୁଡିକ ଏକ ଖରାପ ସମୟ ଦେଇ ଗତିକରୁଥିବା ବେଳେ ପ୍ରକଳ୍ପ ଗୁଡିକ ବିଳମ୍ବର ସମ୍ମୁଖୀନ ହେଉଛନ୍ତି | ଯାହା ଷ୍ଟାର୍ଟଅପ ଉପରେ ଆର୍ଥିକ ଚାପ ସୃଷ୍ଟି କରୁଛି । ତେଣୁ ଏବାବଦକୁ ସଂସ୍ଥା ଆଇଟି ଷ୍ଟାର୍ଟପ ଗୁଡିକୁ କିଛି ନିର୍ଦ୍ଧିଷ୍ଟ ଦେୟ ଓ ଟିକସ ଉପରେ ରିହାତି ଓ ଛାଡ ପାଇଁ ସରକାରଙ୍କୁ ଅନୁରୋଧ କରିଛି ।
ଶିଳ୍ପ ସଂସ୍ଥା ସରକାରଙ୍କୁ ଅନୁରୋଧ କରୁଛି ଯେ ସରକାରୀ ଏଜେନ୍ସି ଦ୍ବାର ନିୟନ୍ତ୍ରିତ, ମାଲିକାନା, ପରିଚାଳିତ ଷ୍ଟାର୍ଟଅପ କାର୍ଯ୍ୟକ୍ଷେତ୍ର ଗୁଡିକର ଭଡା ସବସିଡାଇଜ କରିବା ନେଇ ବିଚାର କରିବାକୁ କହିଛି । ଏହାସହ ଇନକମଟେକ୍ସ ଫାଇଲିଂ ଓ ଦେୟକୁକୁ ମିସାଇ କମ୍ପାନୀ ଗୁଡିକର ସମସ୍ତ ଦେୟକୁ 4 ସପ୍ତାହ ଲକଡାଉନ ଉଠିବା ପର୍ଯ୍ୟନ୍ତ ଘୁଞ୍ଚାଇବାକୁ କୁହାଯାଇଛି ।
ବର୍ତ୍ତମାନର ବିଶ୍ବସ୍ତରରେ ବ୍ୟବସାୟ ବ୍ୟାଘାତର ଯୋଗୁଁ କେତେକ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଠିକ୍ ସମୟରେ କମ୍ପାନୀମାନଙ୍କୁ ବୈଦେଶିକ ଇନଭର୍ଡ ରିମିଟାନ୍ସ ସାର୍ଟିଫିକେଟ୍ (ଏଫଆରସି) ପ୍ରଦାନ କରିବାରେ ଅସମର୍ଥ ହେଉଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ)କୁ ଯିବା ପୂର୍ବରୁ ଏଫଆରସି ଫର୍ମ ଦାଖଲ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏଫଆଇଆରସି ଦାଖଲ କରିବାର ଆବଶ୍ୟକତା ତାରିଖ ଜୁନ୍ 30, 2020 ପର୍ଯ୍ୟନ୍ତ ସ୍ବଳ୍ପ ସମୟ ଯାଏଁ ବଦଳାଇବା ପାଇଁ ନାସକମ ଅନୁରୋଧ କରିଛି ।
ଏହାସହ ଓଭରଡ୍ରାଫ୍ଟ ସୁବିଧା,ସୁଧମୁକ୍ତ ଏବଂ ଇକ୍ବିଟି କନଭର୍ଟିବଲ ପାଣ୍ଠିର ସୁବିଧା ପାଇଁ ବି କହିଛି ସଂସ୍ଥା । ମହାମାରୀ ଯୋଗୁଁ ଅସୁବିଧା ଭୋଗୁଥିବା କମ୍ପାନୀର କର୍ମଚାରୀମାନଙ୍କର ଦରମା ଠିକ ସମୟରେ ଦେବା ପାଇଁ କ୍ଷତି ସହୁଥିବା ଷ୍ଟାର୍ଟପ କମ୍ପାନୀ ଗୁଡିକୁ ଓଭରଡ୍ରାଫ୍ଟ ସୁବିଧା, ସୁଧମୁକ୍ତ ଏବଂ ଇକ୍ବିଟି କନଭର୍ଟିବଲ ପାଣ୍ଠିର ସୁବିଧା ଦେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି ।
ସେହିଭଳି ସରକାରଙ୍କଠାରୁ ମଗାଯାଇଥିବା ଅନ୍ୟ ପଦକ୍ଷେପଗୁଡିକ ମଧ୍ୟରେ ପ୍ରକ୍ରିୟାଗତ ମାମଲା ସହ ଜଡିତ ଅପରାଧ ଉଲ୍ଲଂଘନ ପାଇଁ ଜୋରିମାନା ଛାଡ ଏଥିରେ ଅନ୍ତର୍ଭୁକ୍ତ ରହିଛି । ଅନ୍ୟପଟେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ 2020 ପାଇଁ ଟିଡିଏସ ଏବଂ ଜିଏସଟି ବିଳମ୍ବିତ ଦେୟ ପାଇଁ ସୁଧ ଛାଡ ଏବଂ ଦଣ୍ଡବିଧାନ ଟିଡିଏସ ଓ ଜିଏସଟି ଦେୟ ଜୁନ 30, 2020 ସୁଦ୍ଧା କରିବା ପାଇଁ କହିଛି ନାସ୍କମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ