ETV Bharat / business

ୟେସ ବ୍ୟାଙ୍କରେ ଅଂଶଧନ ବଢାଇଲା ଏଲଆଇସି

author img

By

Published : Aug 7, 2020, 3:07 PM IST

ଏଲଆଇସି ପାଖରେ ୟେସ ବ୍ୟାଙ୍କରେ 19 କୋଟି ସେୟାର ଜରିଆରେ 0.75 ପ୍ରତିଶତ ଅଂଶଧନ ଥିଲା । ଏବେ ମୋଟ ମିଶାଇ ଏଲଆଇସିର ୟେସ ବ୍ୟାଙ୍କରେ ଅଂଶଧନ ବୃଦ୍ଧି ପାଇ 4.98 ପ୍ରତିଶତ ହୋଇଛି । ଅଧିକ ପଢନ୍ତୁ..

LIC acquires close to 5percent stake in YES Bank

ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ନିବେଶ ବଢାଇଲା ଏଲଆଇସି । ଜୀବନ ବୀମା କମ୍ପନୀ ଏଲଆଇସି ୟେସ ବ୍ୟାଙ୍କରେ ନିଜର ଅଂଶଧନକୁ ପ୍ରାୟ 5 ପ୍ରତିଶତକୁ ବୃଦ୍ଧି କରିଛି । ପବ୍ଲିକ ସେକ୍ଟର ବୀମା କମ୍ପାନୀ ଏଥିପାଇଁ ଖୋଲା ବଜାରରୁ ସେୟାର କ୍ରୟ କରିଛି ।

ଏ ନେଇ ୟେସ ବ୍ୟାଙ୍କ ସେୟାର ବଜାରକୁ ଦେଇଥିବା ସୂଚନାରେ କହିଛି କି, ବୀମା କମ୍ପାନୀ ନିକଟରେ ବ୍ୟାଙ୍କର ସେୟାର କିଣିଛି । ଏହି ସଦ୍ୟ ଅଧିଗ୍ରହଣ ସହ ବ୍ୟାଙ୍କରେ ଏଲଆଇସିର ଅଂଶଧନ 0.75 ପ୍ରତିଶତରୁ ବୃଦ୍ଧି ପାଇଁ 4.23 ପ୍ରତିଶତ ହୋଇଛି ।

ଏଲଆଇସି ଖୋଲା ବଜାର(open market)ରୁ 105.98 କୋଟି ସେୟାର କିଣିଛି । ଯାହାକି 4.23 ପ୍ରତିଶତ ଅଂଶଧନ ସହିତ ସମାନ । ଏଥିସହ ୟେସ ବ୍ୟାଙ୍କରେ ମୋଟ 125 କୋଟି ସେୟାର ଅଧିଗ୍ରହଣ କରିଛି ବୀମା କମ୍ପାନୀ ।

ଏହା ପୂର୍ବରୁ ଏଲଆଇସି ପାଖରେ ୟେସ ବ୍ୟାଙ୍କରେ 19 କୋଟି ସେୟାର ଜରିଆରେ 0.75 ପ୍ରତିଶତ ଅଂଶଧନ ଥିଲା । ଏବେ ମୋଟ ମିଶାଇ ଏଲଆଇସିର ୟେସ ବ୍ୟାଙ୍କରେ ଅଂଶଧନ ବୃଦ୍ଧି ପାଇ 4.98 ପ୍ରତିଶତ ହୋଇଛି ।

ସେୟାର କ୍ରୟ ଅବଧି 2017 ସେପ୍ଟମ୍ବର 21 ରୁ ଜୁଲାଇ 31 ମଧ୍ୟରେ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.