ETV Bharat / business

କୋଭିଡ-19: ଜଣେ ଯାତ୍ରୀଙ୍କୁ 2ଟି ସିଟ ବୁକ୍‌ ବିକଳ୍ପ ଦେଲା ଇଣ୍ଡିଗୋ - air travel

କୋଭିଡ-19 ସଙ୍କଟ ସମୟରେ ବିମାନ ଯାତ୍ରା ବେଳେ ଯାତ୍ରୀ ନିଜ ସୁରକ୍ଷାକୁ ନେଇ ଚିନ୍ତିତ । ଏଥିଲାଗି ଇଣ୍ଡିଗୋ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ନେଇ ଆଣିଛି ଏକ ନୂଆ ଯୋଜନା । ଅଧିକ ପଢନ୍ତୁ..

କୋଭି-19 : ଜଣେ ଯାତ୍ରୀଙ୍କୁ 2 ସିଟ ବୁକ୍‌ ବିକଳ୍ପ ଦେଲା ଇଣ୍ଡିଗୋ

author img

By

Published : Jul 17, 2020, 4:03 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟରେ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଆରମ୍ଭ କରିଛି ନୂଆ ଯୋଜନା । ଏହା ମାଧ୍ୟମରେ ଯେଉଁ ଯାତ୍ରୀ ଅତିରିକ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ଚାହାନ୍ତି, ସେ 2ଟି ସିଟ ବୁକ କରିପାରିବେ ।

ବିମାନ କମ୍ପାନୀ ଏକ ବିବୃତ୍ତିର କହିଛି କି, ‘‘ ଅତିରିକ୍ତ ସିଟ ପାଇଁ ଭଡା ମୂଳ ବୁକିଂ ଖର୍ଚ୍ଚର 25 ପ୍ରତିଶତ ପର୍ଯ୍ୟନ୍ତ ହେବ । ଏହି ନୂଆ ଯୋଜନା 2020 ଜୁଲାଇ 24 ରୁ ଲାଗୁ ହେବ ।

ଇଣ୍ଡିଗୋ କହିଛି କି, ‘‘6ଇ ଡବଲ ସିଟ ଯୋଜନା’’, ଯାତ୍ରା ପୋର୍ଟାଲ, ଇଣ୍ଡିଗୋ କଲ ସେଣ୍ଟର କିମ୍ବା ବିମାନ ବନ୍ଦର କାଉଣ୍ଟର ଜରିଆରେ ଉପଲବ୍ଧ ହେବ ନାହିଁ । ଏହି ଯୋଜନାର ଲାଭ କେବଳ ଇଣ୍ଡିଗୋ ୱେବସାଇଟରୁ ନିଆଯାଇପାରିବ ।

ପ୍ରକାଶ ଯେ, ଜୁନ 20 ରୁ 28 ମଧ୍ୟରେ 25,000 ଯାତ୍ରୀଙ୍କ ମଧ୍ୟରେ ଏକ ଅନଲାଇନ ସର୍ଭେକ୍ଷଣ କରିଥିଲା ଇଣ୍ଡିଗୋ । ଯେଉଁଥିରେ ଯାତ୍ରୀମାନେ ଶାରିରୀତ ଦୂରତା କମ ରହିଥିବା ନେଇ ଚିନ୍ତା ଦର୍ଶାଇଥିଲେ । ସର୍ଭେରେ 62 ପ୍ରତିଶତ ଲୋକ ଶାରିରୀକ ଦୂରତା କମ ନେଇ ଅଭିଯୋଗ କରିଥିଲେ ।

ଏଥିପାଇଁ ବିମାନ କମ୍ପାନୀ ଏଭଳି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଇଣ୍ଡିଗୋର ମୁଖ୍ୟ ରଣନୀତି ଓ ଆୟ ଅଧିକାରୀ ସଞ୍ଜୟ କୁମାର ଶୁକ୍ରବାର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.