ETV Bharat / business

ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ, 25% ବଢିଲା ବିଦ୍ୟୁତ ବ୍ୟବହାର

ଆର୍ଥିକ ଗତିବିଧି ସୁଧୁରିଥିବା ସଙ୍କେତ ମିଳିଛି । ଭାରତରେ ପାୱାର କଞ୍ଜମ୍ପସନ 2021 ମାର୍ଚ୍ଚ ମାସରେ ବୃଦ୍ଧି ହୋଇ 123.05 ବିଲିୟନ ୟୁନିଟ (BU ) ରହିଛି । ଅଧିକ ପଢନ୍ତୁ..

ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ, 25% ବଢିଲା ବିଦ୍ୟୁତ ବ୍ୟବହାର
ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ, 25% ବଢିଲା ବିଦ୍ୟୁତ ବ୍ୟବହାର
author img

By

Published : Apr 1, 2021, 9:46 PM IST

ନୂଆଦିଲ୍ଲୀ: ଦେଶରେ ବଢିଛି ବିଦ୍ୟୁତ ଚାହିଦା । ଭାରତରେ ପାୱାର କଞ୍ଜମ୍ପସନ ( ବିଦ୍ୟୁତ ଉପଯୋଗ) 2021 ମାର୍ଚ୍ଚ ମାସରେ ବୃଦ୍ଧି ହୋଇ 123.05 ବିଲିୟନ ୟୁନିଟ (BU ) ରହିଛି । ଯାହାକି ଗତ ବର୍ଷ ସମାନ ମାସ ତୁଳନାରେ 24.35 ପ୍ରତିଶତ ଅଧିକ । ବିଦ୍ୟୁତ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି ।

ଅନ୍ୟପଟେ ଏ ବର୍ଷ ମାର୍ଚ୍ଚରେ କୌଣସି ଏକ ଦିନରେ ହୋଇଥିବା ସର୍ବାଧିକ ବିଦ୍ୟୁତ ଯୋଗାଣ ମାର୍ଚ୍ଚ 11 ରେ 186.03 ଗୀଗାୱାଟ ସ୍ତର ପାର କରିଦେଇଛି । ଯେତେବେଳେ କି 2020 ମାର୍ଚ୍ଚ ମାସର ଏହି ପରିସଂଖ୍ୟାନ 170.16 ଗିଗାୱାଟ ଥିଲା । 2020 ମାର୍ଚ୍ଚରେ ଅଧିକ ବିଦ୍ୟୁତ ଯୋଗାଣର ପରିମାଣ 170.16 ଗିଗାୱାଟରୁ ଅଧିକ ରହିଛି ।

ବିଶେଷଜ୍ଞଙ୍କ ଅନୁସାରେ ବିଦ୍ୟୁତ ବ୍ୟବହାର କୋଭିଡ ପୂର୍ବ ସ୍ତରକୁ ଫେରିଛି । ଆଉ ଆଗାମୀ ମାସରେ ଏଥିରେ ଲଗାତାର ବୃଦ୍ଧି ହେବ ବୋଲି ସଙ୍କେତ ମିଳିଛି । ତେବେ କୋଭିଡ-19 ସଂକ୍ରମଣ ବୃଦ୍ଧି ମାମଲା ଉପରେ ଲଗାମ ପାଇଁ ସ୍ଥାନୀୟ ଲକଡାଉନ କରାଯାଉଛି । ଯାହା ଫଳରେ ବିଦ୍ୟୁତର ବାଣିଜ୍ୟିକ ଓ ଔଦ୍ୟୋଗିକ ଚାହିଦା ହ୍ରାସ ନେଇ ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.