ETV Bharat / business

ଆସନ୍ତା ବର୍ଷ ଅଟୋ ଉଦ୍ୟୋଗର ବମ୍ପର ବୃଦ୍ଧି ଆଶା: ନୋମୁରା

author img

By

Published : Dec 26, 2020, 10:50 PM IST

କୋଭିଡ-19 ପ୍ରକୋପରୁ ମୁକୁଳିବା ପରେ 2021-22 ରେ ଜୋରଦାର ବୃଦ୍ଧି ରେକର୍ଡ କରିବ ଭାରତୀୟ ଅଟୋ ଉଦ୍ୟୋଗ । ଇଲୋକ୍ଟ୍ରୋନିକ ଗାଡି, ବିଶେଷ କରି ଦୁଇ ଚକିଆ ଯାନର ବିକ୍ରି ବଢିବା ସମ୍ଭାବନା ଅଛି । ଅଧିକ ପଢନ୍ତୁ...

ଆସନ୍ତା ବର୍ଷ ଅଟୋ ଉଦ୍ୟୋଗର ବମ୍ପର ବୃଦ୍ଧି ଆଶା: ନୋମୁରା
ଆସନ୍ତା ବର୍ଷ ଅଟୋ ଉଦ୍ୟୋଗର ବମ୍ପର ବୃଦ୍ଧି ଆଶା: ନୋମୁରା

ନୂଆଦିଲ୍ଲୀ: ଭାରତୀୟ ଅଟୋ ଉଦ୍ୟୋଗ କୋଭିଡ-19 ପ୍ରକୋପରୁ ମୁକୁଳିବା ପରେ 2021-22 ରେ ଜୋରଦାର ବୃଦ୍ଧି ରେକର୍ଡ କରିବ । ନୋମୁରା ରିସର୍ଚ୍ଚ ଇଷ୍ଟିଟ୍ୟୁଟସ କନ୍ସଲିଟିଙ୍ଗ ଆଣ୍ଡ ସଲ୍ୟୁସନ୍ସ ଇଣ୍ଡିଆ ଏ ନେଇ ଆଶା ପ୍ରକାଶ କରିଛି ।

ନୋମୁରା କହିଛି କି ଏହି ଅବଧିରେ ଇଲୋକ୍ଟ୍ରୋନିକ ଗାଡି, ବିଶେଷ କରି ଦୁଇ ଚକିଆ ଯାନର ବିକ୍ରି ବଢିବା ସମ୍ଭାବନା ଅଛି । ଯଦିଓ ଘରୋଇ ଗାଡି ବିଭାଗରେ 2018-19ର ସ୍ତର ପାଖାପାଖୀ 2022-23 ପର୍ଯ୍ୟନ୍ତ ପୂର୍ବକୁ ଫେରିବ ।

ଏନଆରଆଇ କନ୍ସଲିଟିଙ୍ଗ ଆଣ୍ଡ ସଲ୍ୟୁସନ୍ସ ଇଣ୍ଡିଆର ପାର୍ଟନର ଓ ସମୂହ ପ୍ରମୁଖ ଆଶୀଷ ଶର୍ମା କହିଛନ୍ତି କି ,‘ କୋଭିଡ-19 ମହାମାରୀର ବିନାଶକାରୀ ପ୍ରଭାବ ପରେ ଆଶା ରହିଛି କି 2021-22ରେ ଅଟୋ ଇଣ୍ଡଷ୍ଟ୍ରିଜର ମଜବୁତ ବୃଦ୍ଧି ହେବ ।

ସେ କହିଛନ୍ତି ଯେ ନୂତନ ନିୟମ ଲାଗୁ ହେବା ସହିତ ମୂଲ୍ୟରେ କିଛି ବୃଦ୍ଧି ହୋଇପାରେ। 2021-22 ମସିହାରେ ଇଲୋକ୍ଟ୍ରୋନିକ ଯାନ ବିକ୍ରୟ ସକରାତ୍ମକ ରହିବ । ବିଶେଷ କରି ଦୁଇ ଚକିଆ ସେଗମେଣ୍ଟରେ, ଯେଉଁଥିରେ ଓଲା ଇଲେକ୍ଟ୍ରିକ୍ ଭଳି ନୂତନ ଖେଳାଳିମାନେ ପ୍ରବେଶ କରିବେ ସେଥିରେ ଉନ୍ନତି ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.