ETV Bharat / business

68 ପ୍ରତିଶତ ଖସିଲା ଭାରତ ଫିଚର ଫୋନ ମାର୍କେଟ

author img

By

Published : Jul 25, 2020, 8:51 PM IST

କୋଭିଡ-19 ସଙ୍କଟ ଯୋଗୁଁ ଲୋକ ଖର୍ଚ୍ଚ କାଟିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଭାରତର ଫିଚର ଫୋନ ବଜାରରେ 68 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

68 ପ୍ରତିଶତ ଖସିଲା ଭାରତ ଫିଚର ଫୋନ ମାର୍କେଟ
68 ପ୍ରତିଶତ ଖସିଲା ଭାରତ ଫିଚର ଫୋନ ମାର୍କେଟ

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ପ୍ରତିହିତ ପାଇଁ ଭାରତ ସରକାରଙ୍କ ଦ୍ବାରା ଲକଡାଉନର ପ୍ରଭାବ ରେ ଏପ୍ରିଲ ମାସରେ ଶୂନ୍ୟ ସିପମେଣ୍ଟ ହୋଇଛି । ଲକଡାଉନ ଯୋଗୁଁ ଜୀବିକା ହରାଇଥିବା ପ୍ରବାସୀ ଗାଁକୁ ଫେରିଯାଇଥିଲେ । ଫଳରେ ମୋବାଇଲ ଉତ୍ପାଦନ ମଧ୍ୟ ହ୍ରାସ ପାଇଥିଲା । ଫଳରେ ଭାରତ ଫିଚର ଫୋନ ମାର୍କେଟ ମାନ୍ଦା ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନକାରୀ କମ୍ପାନୀ କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, କୋଭିଡ-19 ସଙ୍କଟ ଯୋଗୁଁ ଲୋକ ଖର୍ଚ୍ଚ କାଟିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଭାରତର ଫିଚର ଫୋନ ବଜାରରେ 68 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

68 ପ୍ରତିଶତ ଖସିଲା ଭାରତ ଫିଚର ଫୋନ ମାର୍କେଟ
68 ପ୍ରତିଶତ ଖସିଲା ଭାରତ ଫିଚର ଫୋନ ମାର୍କେଟ

ତେବେ itel ବର୍ତ୍ତମାନ ବଜାରରେ ଅଗ୍ରଣୀ ମୋବାଇଲ ରହିଥିଲା ବେଳେ 1 ବର୍ଷ ତଳେ ଏହାର ଅଂଶଧନ ମାତ୍ର 10 ପ୍ରତିଶତ ଥିଲା । ଏହା ବ୍ୟତିତ ନିକଟରେ ଜିଓ-ଗୁଗୁଲ ସହଭାଗୀତା କରି ଅତ୍ୟଧିକ ଶସ୍ତା 4ଜି ଆଣ୍ଡଏଡ ସ୍ମାର୍ଟଫୋନ ଆଣିବା ପାଇଁ ଘୋଷଣା କରିଛନ୍ତି । ଏହି 2 ପ୍ରମୁଖ କମ୍ପାନୀଙ୍କ ପାର୍ଟନରସିପ ଭାରତ ଫିଚର ଫୋନ ବଜାରରକୁ ପ୍ରଭାବିତ କରିପାରେ । ଯେଉଁଠିକି 350 ମିଲିୟନରୁ ଅଧିକ ଫିଚର ଫୋନ ୟୁଜର ଅଛନ୍ତି ।

ସୀମାରେ ବିବାଦ ପରେ ଭାରତରେ ଚୀନ ବିରୋଧୀ ନିଆଁ ତେଜିଛି । ଏଥିସହ ଭାରତୀୟ ବଜାରରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡର ଅଂଶଧନ ମଧ୍ୟ ଏପ୍ରି-ଜୁନ ମାସରେ ହ୍ରାସ ପାଇଛି । ଫଳରେ ସାମସଙ୍ଗ ଓ ସ୍ଥାନୀୟ ଭାରତୀୟ ବ୍ରାଣ୍ଡ ମାଇକ୍ରୋମାକ୍ସ, ଲାଭା ଭଳି ଫୋନ ପାଇଁ ବଡ ସୁଯୋଗ ସୃଷ୍ଟି ହୋଇଛି ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚର ବିଶେଷଜ୍ଞ ଶିଳ୍ପୀ ଜୈନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.