ETV Bharat / business

ଗାଡି ଋଣ ପାଇଁ HDFC ବ୍ୟାଙ୍କ ସହ ହାତ ମିଶାଇଲା ହୁଣ୍ଡାଇ

author img

By

Published : Jun 20, 2020, 10:22 PM IST

ଗାଡି କିଣିବା ପାଇଁ ଗ୍ରାହକଙ୍କୁ ଋଣ ସୁବିଧା ଯୋଗାଇବ ହୁଣ୍ଡାଇ । କମ୍ପାନୀର ‘କ୍ଲିକ ଟୁ ବାଏ’ ପ୍ଲାର୍ଟଫର୍ମରେ ଗ୍ରାହକ ଋଣ କରି ଗାଡି କିଣିପାରିବେ । ଏଥିପାଇଁ ବ୍ୟାଙ୍କ ମଧ୍ୟ ଯିବାକୁ ପଡିବ ନାହିଁ । ଅଧିକ ପଢନ୍ତୁ...

Hyundai ties up with HDFC Bank for vehicle finance
ଗାଡି ଋଣ ପାଇଁ HDFC ବ୍ୟାଙ୍କ ସହ ହାତ ମିଶାଇଲା ହୁଣ୍ଡାଇ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଗାଡି ଋଣ ପ୍ରଦାନ ପାଇଁ ଏଚଡିଏଫସି ବ୍ୟାଙ୍କ ସହ ହାତ ମିଶାଇଲା ହୁଣ୍ଡାଇ ମୋଟ ଇଣ୍ଡିଆ ଲିମିଟେଡ । ଏହା ମାଧ୍ୟମରେ କମ୍ପାନୀ ଅନଲାଇନ ପ୍ଲାର୍ଟଫର୍ମ ‘କ୍ଲିକ ଟୁ ବାଏ’ ଜରିଆରେ ଗାଡି କିଣୁଥିବା ଗ୍ରାହକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଋଣ ଦେବାରେ ସାହାଯ୍ୟ କରାଯିବ ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି ଏହି ଋଣ ପାଇଁ ଗ୍ରାହକଙ୍କୁ ଏଚଡିଏଫସି ବ୍ୟାଙ୍କ ଶାଖା ଯିବାକୁ ପଡିବ ନାହିଁ । ସେମାନେ ‘କ୍ଲିକ ଟୁ ବାଏ’ ପ୍ଲାର୍ଟଫର୍ମରୁ ହିଁ ଋଣ ପାଇପାରିବେ ।

କମ୍ପାନୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଯୋଜନା) କହିଛନ୍ତି କି, ଏଚଡିଏଫସି ବ୍ୟାଙ୍କ ସହିତ ଆମର ସହଭାଗିତା ଗ୍ରାହକଙ୍କୁ ଯେକୌଣସି ସ୍ଥାନରେ ବି ଅନଲାଇନ କ୍ରୟ ଅଭିଜ୍ଞତାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।

ସେ କହିଛନ୍ତି ଯେ ପ୍ଲାଟଫର୍ମର ଅଫର ସହିତ 2 ମାସରେ ଏବେ ସୁଦ୍ଧା 9 ଲକ୍ଷରୁ ଅଧିକ ଲୋକ ‘କ୍ଲିକ ଟୁ ବାଏ’ରେ ଆସିସାରିଲେଣି । ଯେତେବେଳେ କି କମ୍ପାନୀ 17 ହଜାର ବୁକିଂ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.