କୋଲକତା: କୋରୋନା ତାଣ୍ଡବରେ ଠପ ଆର୍ଥିକ କାର୍ଯ୍ୟକଳାପ । ରୋଜଗାରର ପ୍ରମୁଖ ଉଦ୍ୟୋଗ ବନ୍ଦ ସହ ବେହାଲ ହୋଇପଡିଛି ବିଜ୍ଞାପନ ଉଦ୍ୟୋଗ ।
ସଙ୍କଟରୁ ମୁକୁଳିବା ପାଇଁ ବ୍ରାଣ୍ଡିଂରେ ହୋଇଥିବା ଖର୍ଚ୍ଚକୁ କମ୍ପାନୀର ନିବେଶ ରୂପେ ଦେଖାଇବା ସହ 3 ବର୍ଷ ପାଇଁ Amortizationର ଟିକସ ଲାଭ ଦେବାକୁ ଦାବି ଉଠିଛି । ଏଥିପାଇଁ ଉଦ୍ୟୋଗ ସରକାରଙ୍କ ସହୋଗ ଲୋଡିଛି ।
ବିଜ୍ଞାପନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଆଶିଷ ଭସିନ କହିଛନ୍ତି ଯେ, ଏଭଳି ସୁବିଧା ଦ୍ବାରା କମ୍ପାନୀଗୁଡିକ ବ୍ରାଣ୍ଡ ନିର୍ମାଣ ଉପରେ ଧ୍ୟାନ ଦେବେ ଏବଂ ଅଧିକ ଖର୍ଚ୍ଚ କରିବେ। ଯାହାକି ଏପରି ସଙ୍କଟ ସମୟରେ ଶିଳ୍ପକୁ ପୁଣି ସଳଖିବାରେ ସାହାଯ୍ୟ ହେବ ।
ବିଜ୍ଞାପନ ଜଗତର ସଙ୍ଗଠନ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଅନେକ ପରାମର୍ଶର ତାଲିକା ପଠାଯାଇଛି । ଭସିନ କହିଛନ୍ତି ଯେ, ‘‘ ଆମେ ସରକାରଙ୍କୁ ବହୁତ ପରାମର୍ଶ ଦେଇଛି । ସରକାର ଆମକୁ କୌଣସି ଆର୍ଥିକ ସହଯୋଗ ଦିଅନ୍ତୁନି । ହେଲେ 3 ବର୍ଷ ପାଇଁ ବିଜ୍ଞାପନ ଖର୍ଚ୍ଚରେ ରିହାତି ଦିଅନ୍ତୁ ।