ETV Bharat / business

କମ୍ପାନୀ ଆକ୍ଟରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିବେ ସରକାର

author img

By

Published : May 17, 2020, 7:51 PM IST

ଭାରତୀୟ କମ୍ପାନୀଗୁଡିକ ବିଦେଶୀ ଷ୍ଟକ ଏକ୍ସଚେଞ୍ଜରେ ସିଧାସଳଖ ସେମାନଙ୍କ ସିକ୍ୟୁରିଟି ତାଲିକାଭୁକ୍ତ କରିପାରିବେ । ଏଥିସହ କମ୍ପାନୀ ଆକ୍ଟରେ ବିଭିନ୍ନ ସଂଶୋଧନ ପାଇଁ ସରକାର ଅଧ୍ୟାଦେଶ ଆଣିବେ ବୋଲି ଅର୍ଥମନ୍ତ୍ରୀ ଜଣେଇଛନ୍ତି ।

govt to bring ordinance to amend companies law
କମ୍ପାନୀ ଆକ୍ଟରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିବେ ସରକାର

ନୂଆଦିଲ୍ଲୀ, କାରବାରକୁ ସୁଗମ ଓ କମ୍ପାନୀକୁ ପ୍ରୋତ୍ସାହନ ଦେବା ପାଇଁ କମ୍ପାନୀ ଆଇନରେ ସଂଶୋଧନ କରିବେ ସରକାର । ଏଥିପାଉଁ ଅଧ୍ୟାଦେଶ ଅଣାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ରାଉଣ୍ଡ ଆର୍ଥିକ ପ୍ୟାକେଜରେ ଘୋଷଣା କରିଛନ୍ତି ।

କମ୍ପାନୀ ଆଇନରେ କିଛି ନିୟମରେ ଉଲଙ୍ଘନକୁ ଅଣ ଅପରାଧିକ ଶ୍ରେଣୀ ଅନ୍ତଭୁକ୍ତ, ଭାରତୀୟ କମ୍ପାନୀଙ୍କୁ ବିଦେଶ ସେୟାର ବଜାରରେ ସିଧା ସୂଚୀବଦ୍ଧ ସୁବିଧା ପ୍ରଦାନ ଓ କାରବାରକୁ ଆହୁରୀ ଆଗକୁ ବଢାଇବା ପାଇଁ ସଂଶେଆଧିତ ଅଧ୍ୟାଦେଶ ଅଣାଯିବ ।

ଅର୍ଥମନ୍ତ୍ରୀ ସମ୍ବାଦଦାତା ସମ୍ମିଳୀରେ ସମ୍ବୋଧନ କରି କହିଛନ୍ତି ଯେ, ଭାରତୀୟ କମ୍ପାନୀଗୁଡିକ ବିଦେଶୀ ଷ୍ଟକ ଏକ୍ସଚେଞ୍ଜରେ ସିଧାସଳଖ ସେମାନଙ୍କ ସିକ୍ୟୁରିଟି ତାଲିକାଭୁକ୍ତ କରିପାରିବେ । ଏହି ପଦକ୍ଷେପ ଦେଶର କମ୍ପାନୀଙ୍କ ପାଇଁ ବଡ ପଦକ୍ଷେପ ।

କମ୍ପାନୀ ଅଧିନିୟମ, 2013 ର ସଂଶୋଧନ ସମ୍ବନ୍ଧୀୟ ବିଧେୟକ ସଂସଦରେ ବିଚାରାଧୀନ ଅଛି। ଏହି ଅଧିନିୟର କାମ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.