ETV Bharat / business

ମୋଦି ସରକାରଙ୍କ ଦୀପାବଳି ଭେଟି, ଏଣିକି PFରେ ମିଳିବ ୮.୫% ସୁଧ - ଆର୍ଥିକ ମନ୍ତ୍ରଣାଳୟ

ଦୀପାବଳି ଉପଲକ୍ଷେ ୬.୫ କୋଟି ଲୋକଙ୍କୁ ମୋଦି ସରକାରଙ୍କ ବଡ ଭେଟି । ଏଣିକି PFରେ ମିଳିବ ୮.୫% ସୁଧ । ଅଧିକ ପଢନ୍ତୁ...

ମୋଦୀ ସରକାରଙ୍କ ଦୀପାବଳି ଭେଟି; ଏବେ PFରେ ମିଳିବ ୮.୫% ସୁଧ

author img

By

Published : Oct 30, 2021, 2:15 PM IST

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ୬ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମୋଦି ସରକାରଙ୍କ ବଡ ଭେଟି । ଆର୍ଥିକ ମନ୍ତ୍ରଣାଳୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(PF) ଉପରେ ୮.୫% ସୁଧହାରକୁ ଅନୁମୋଦନ କରିଛି । ଏହାଦ୍ବାରା EPFOର ପ୍ରାୟ ୬.୫ କୋଟି ହିତାଧିକାରୀ ଉପକୃତ ହେବେ ।

ଆର୍ଥିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରାଯାଇଛି । ଖୁବଶୀଘ୍ର ଏନେଇ ଅଧିସୂଚନା ଜାରି କରିବ ମନ୍ତ୍ରଣାଳୟ । ତେବେ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା EPFO ପାଖରେ ପ୍ରାୟ ୩୦୦ କୋଟିର ସରପ୍ଲସ ବଞ୍ଚିବ । ୨୦୧୯-୨୦ ଆର୍ଥିକ ବର୍ଷରେ EPFO ନିକଟରେ ୧ ହଜାର କୋଟି ସରପ୍ଲସ ଥିଲା ।

କୁହାଯାଉଛି କି, ଏହି ସୁଧହାର ଋଣ ଏବଂ ଇକ୍ବିଟ୍ ନିବେଶ ବିକ୍ରିରୁ ମିଳିଥିବା ୭୦,୩୦୦ କୋଟି ଟଙ୍କାର ଆୟ ଉପରେ ସ୍ଥିର କରାଯାଇଛି । ଯେଉଁଥିରୁ ବର୍ତ୍ତମାନ EPFO ପାଖରେ ପ୍ରାୟ ୩୦୦ କୋଟି ସରପ୍ଲସ ରହିବ । ୨୦୨୦-୨୧ ବର୍ଷର PF ଉପରେ ସୁଧହାର ୮.୫% କରିବାକୁ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(CBT) ଗତ ମାର୍ଚ୍ଚରେ ସୁପାରିଶ କରିଥିଲା । ଇକ୍ବିଟି ନିବେଶ ଉପରେ ରିଟର୍ଣ୍ଣକୁ ଧ୍ୟାନରେ ରଖି ଏହି ସୁପାରିଶ କରାଯାଇଥିଲା । ଯାହା ଉପରେ ଅନ୍ତିମ ମୋହର ଲଗାଇଛି ଆର୍ଥିକ ମନ୍ତ୍ରଣାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.