ETV Bharat / business

ନବବର୍ଷର ପ୍ରଥମ ଦିନରୁ କାର୍ଯ୍ୟକାରୀ ନୂଆ ଚେକ୍ ସୁରକ୍ଷା ବ୍ୟବସ୍ଥା - ପଜିଟିଭ୍ ପେ ସିଷ୍ଟମ

ନବବର୍ଷର ପ୍ରଥମ ଦିନରୁ ନୂତନ ଚେକ ବ୍ୟବସ୍ଥା ଲାଗୁ କରାଯିବ । ଯାହାଦ୍ବାରା ଲୋକମାନେ ସୁରକ୍ଷିତ ଭାବରେ ଅଧିକ ପରିମାଣର ଅର୍ଥ ଟ୍ରାନଜାକ୍ସନ କରିପାରିବେ । ଅଧିକ ପଢନ୍ତୁ...

Explained: New cheque security system to be implemented from 1 January
ନବବର୍ଷର ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ ନୂତନ ଚେକ୍ ସୁରକ୍ଷା ବ୍ୟବସ୍ଥା
author img

By

Published : Jan 1, 2021, 5:47 PM IST

ହାଇଦ୍ରବାଦ: ଗତବର୍ଷ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚେକ୍ ଟ୍ରାନଜାକ୍ସନ ସିଷ୍ଟମ୍ ପାଇଁ 'ପଜିଟିଭ୍ ପେ' ସିଷ୍ଟମକୁ ଘୋଷଣା କରିଥିଲା । ତେବେ ଏହା 2021 ମସିହା ଜାନୁୟାରୀ 1 ତାରିଖଠାରୁ ଅର୍ଥାତ୍‌ ଆଜିଠାରୁ କାର୍ଯ୍ୟକାରୀ ହେବ । ସମୟ ନିକଟତର ହୋଇଥିବାରୁ ବ୍ୟାଙ୍କ ପକ୍ଷରୁ ନୂତନ ଚେକ୍‌ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ତେବେ ଆପଣ ଯଦି ଚେକ୍‌ ମାଧ୍ୟମରେ ଟଙ୍କା ପୈଠ କରିବା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣ ନିହାତି ଜାଣିବା ଆବଶ୍ୟକ ।

'ପଜିଟିଭ୍ ପେ' କ'ଣ ?

  • ପଜିଟିଭ୍ ପେ ଠକାମି କାର୍ଯ୍ୟକଳାପକୁ ରୋକିବାରେ ସକ୍ଷମ ହୋଇପାରିବ । କୌଣସି ପ୍ରକାର ବଡ ମୂଲ୍ୟର ଟଙ୍କା ପୈଠ କରିବା ସମୟରେ ଟଙ୍କା ପୈଠ ହେବା ପୂର୍ବରୁ ଏହି ବ୍ୟବସ୍ଥା ଦ୍ବାରା ମୂଲ୍ୟର ପୁନଃ ଯାଞ୍ଚ କରିବାରେ ଏହା ସହାୟକ ହେବ ।
  • ଏହି ନୂତନ ଚେକ୍ ବ୍ୟବସ୍ଥା ଦ୍ବାରା ଚେକ୍‌ ପ୍ରଦାନକରୁଥିବା କୌଣସି କମ୍ପାନୀ କିମ୍ବା ବ୍ୟକ୍ତି, ଚେକର କିଛି ବିବରଣୀ ଯଥା ତାରିଖ, ଦେୟକାରୀଙ୍କ ନାମ, ପରିମାଣ ଇତ୍ୟାଦି ଦାଖଲକାରୀ ବ୍ୟାଙ୍କରେ ଦାଖଲ ହୋଇଯିବ ।
  • ଏହି ସମସ୍ତ ତଥ୍ୟଗୁଡିକ ଏସଏମଏସ, ମୋବାଇଲ ଆପ୍, ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍, ଏଟିଏମ ଇତ୍ୟାଦି ମାଧ୍ୟମରେ ପ୍ରଦାନ କରାଯାଇପାରିବ । ଯେତେବେଳେ ଚେକ ପୈଠ ହେବା ପାଇଁ ଉପସ୍ଥାପିତ ହୁଏ ସେହି ସମୟରେ ଚେକ୍ ଟ୍ରଙ୍କ୍ୟୁଏସନ ସିଷ୍ଟମ୍ (ସିଟିଏସ୍) ଏହାର ବିବରଣୀ ପ୍ରଦାନକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ତଥ୍ୟ ସହିତ କ୍ରସ୍-ଚେକ୍ କରିଥାଏ ।
  • ଯଦି କୌଣସି ଅସଙ୍ଗତି ବା ଠକାମି ଚିହ୍ନଟ ହୁଏ, ତେବେ ଏହାକୁ ସିଟିଏସ୍ ଦ୍ବାରା ଡ୍ରଇ ବ୍ୟାଙ୍କ ଏବଂ ଉପସ୍ଥାପିତ ବ୍ୟାଙ୍କକୁ ପଠାଯାଏ, ଯେଉଁମାନେ ପୁନଃ ପ୍ରତିକାର ପାଇଁ ପଦକ୍ଷେପ ନିଅନ୍ତି ।

'ପଜିଟିଭ୍ ପେ' କେଉଁ ପ୍ରକାର ଠକାମୀରୁ ସୁରକ୍ଷା ଦେବ?

'ପଜିଟିଭ୍ ପେ' ମାଧ୍ୟମରେ ବ୍ୟାଙ୍କରେ ହେଉଥିବା ବିଭିନ୍ନ ପ୍ରକାର ଠକାମିକୁ ଚିହ୍ନଟ କରାଯାଇପାରିବ । ଯଥା:- ନକଲି ଚେକ୍, ଜାଲ୍‌ ଚେକ୍ (ଏକ ପ୍ରକୃତ ଚେକ୍, କିନ୍ତୁ ଜାଲ୍ ଦସ୍ତଖତ), ବଦଳାଯାଇଥିବା ଚେକ୍‌ (ପ୍ରକୃତ ଗ୍ରାହକ ଓ ଚେକ୍‌, କିନ୍ତୁ ଟଙ୍କାରେ ପରିବର୍ତ୍ତନ ହେବା ସହିତ ଟଙ୍କା ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିବ) ତେବେ ଏହି ସମସ୍ତ ପ୍ରକାର ଠକାମିକୁ ଏହି ବ୍ୟବସ୍ଥା ଦ୍ବାରା ଚିହ୍ନଟ କରାଯାଇପାରିବ ।

ସମସ୍ତ ଚେକ୍ ଉପରେ ଏହା ପ୍ରଯୁଜ୍ୟ କି?

ଯେଉଁ ହିତାଧିକାରୀ 50 ହଜାର କିମ୍ବା ଏହି ପରିମାଣରୁ ଅଧିକ ଟଙ୍କା ପୈଠ କରୁଥିବ ସେହି ଚେକ୍‌ ଉପରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ । ଯଦି ଆକାଉଣ୍ଟ୍ ଧାରକମାନେ ପ୍ରଦାନ କରୁଥିବା ପ୍ରତ୍ୟେକ ଚେକ୍‌ର ସବିଶେଷ ତଥ୍ୟ ଦାଖଲ କରିବାକୁ ଚାହାଁନ୍ତି ନାହିଁ, ତେବେ ସେମାନେ ଏହି ସୁବିଧା ବ୍ୟବହାର ନ କରିବାକୁ ଚୟନ କରିପାରିବେ ଏବଂ କୌଣସି କ୍ରସ୍ ଯାଞ୍ଚର ସମ୍ମୁଖୀନ ହେବେ ନାହିଁ । କିନ୍ତୁ 5 ଲକ୍ଷରୁ ଉର୍ଦ୍ଧ୍ବ ଦେୟ ପୈଠ କରୁଥିବା ଚେକ୍‌କୁ ଏହି ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି ।

କେଉଁ ବ୍ୟାଙ୍କରେ 'ପଜିଟିଭ୍ ପେ' ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି ?

  • ଦେଶର ବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନବବର୍ଷର ପ୍ରଥମ ଦିନରୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି । ଏହି ବ୍ୟବସ୍ଥା ଦ୍ବାରା ଚେକ୍ ମାଧ୍ୟମରେ କରାଯାଇଥିବା ସମସ୍ତ କାରବାର ସୁରକ୍ଷିତ ରହିବ । ଚେକ୍ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ SBI 1 ଜାନୁଆରୀ 2021 ରୁ ପଜିଟିଭ୍ ପେ ସିଷ୍ଟମକୁ କାର୍ଯ୍ୟକାରୀ କରୁଛି | ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ନିକଟତମ ଏସବିଆଇ ଶାଖା ସହିତ ଯୋଗାଯୋଗ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଟ୍ବିଟର ପୃଷ୍ଠାରେ ସୂଚନା ଦିଆଯାଇଛି ।
  • ICICI ବ୍ୟାଙ୍କରେ ମଧ୍ୟ 2016 ମସିହାରୁ ଆଂଶିକ ଭାବରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଥିଲା । ଯେଉଁଥିରେ ଗ୍ରାହକମାନେ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ବ୍ୟାଙ୍କର iMobile ଆପ୍‌ରେ ଚେକ୍‌ର ଆଗ ଏବଂ ଓଲଟା ପାର୍ଶ୍ବର ଚିତ୍ର ସହିତ ଜାରି ହୋଇଥିବା ଚେକର ବିବରଣୀ ସେୟାର କରିପାରିବେ । ଏହି ବ୍ୟାଙ୍କ ପଜିଟିଭ ପେ ସେବାକୁ ବ୍ୟାପକ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.