ETV Bharat / business

ମାନ୍ଦାବସ୍ଥା ! ଲଗାତାର 7 ମାସ ସଙ୍କୁଚିତ କୋର ସେକ୍ଟର ଅଭିବୃଦ୍ଧି

author img

By

Published : Oct 30, 2020, 7:05 AM IST

ମୁଖ୍ୟତଃ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ , ରିଫାଇନାରୀ ଉତ୍ପାଦ ଓ ସିମେଣ୍ଟ ସେକ୍ଟରରେ ଖରାପ ପ୍ରଦର୍ଶନ ଯୋଗୁଁ 8 ପ୍ରମୁଖ ଉଦ୍ୟୋଗର ଅଭିବୃଦ୍ଧି ହାର ସେପ୍ଟେମ୍ବରରେ ବି ଖସିଛି ।

ମାନ୍ଦାବସ୍ଥା ! ଲଗାତାର 7 ମାସ ସଙ୍କୁଚିତ  କୋର ସେକ୍ଟର ଅଭିବୃଦ୍ଧି
ମାନ୍ଦାବସ୍ଥା ! ଲଗାତାର 7 ମାସ ସଙ୍କୁଚିତ କୋର ସେକ୍ଟର ଅଭିବୃଦ୍ଧି

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ମାନ୍ଦା ଅର୍ଥନୀତି । ଲଗାତାର 7 ମାସ ଧରି ଖସିଲା ଶିଳ୍ପ ଅଭିବୃଦ୍ଧି । 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଟର) ଉତ୍ପାଦନ ସେପ୍ଟେମ୍ବର ମାସରେ 0.8 ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ମାର୍ଚ୍ଚ ପରଠୁ ଏହା ସବୁଠୁ କମ ହ୍ରାସ । ଗୁରୁବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ ପାଇଛି ।

ମନ୍ତ୍ରାଳୟ ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ମୁଖ୍ୟତଃ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ , ରିଫାଇନାରୀ ଉତ୍ପାଦ ଓ ସିମେଣ୍ଟ ସେକ୍ଟରରେ ଖରାପ ପ୍ରଦର୍ଶ ଯୋଗୁଁ ଭିତ୍ତିଭୂମି ଉତ୍ପାଦନକେ ହ୍ରାସ ଦେଖାଦେଇଛି ।

କୋରୋନା ଭାଇରସ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଉପରେ ଗଭୀର ପ୍ରଭାବ ପଡିଛି । ମାର୍ଚ୍ଚ ମାସରେ ଲକଡାଉନ ଲାଗୁ ପରଠୁ କାରବାର ସ୍ଥାଣୁ ହୋଇଯାଇଥିଲା ବେଳେ ପ୍ରମୁଖ ସେକ୍ଟରର ଉତ୍ପାଦନ ଖସିଥିଲା ।

ରିପୋର୍ଟ ଅନୁସାରେ କୋଇଲା, ବିଦ୍ୟୁତ ଓ ଇସ୍ପାତ ଉଦ୍ୟୋଗର ଉତ୍ପାଦନରେ ବୃଦ୍ଧି ହୋଇଛି । ଏହାର ବିପରୀତ ଅଶୋଧିତ ତୈଳ, ରିଫାଇନାରୀ ଉତ୍ପାଦ , ସାର ଓ ସିମେଣ୍ଚ କ୍ଷେତ୍ରର ଉତ୍ପାଦନ ତଳକୁ ଖସିଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ଏପ୍ରିଲ-ସେପ୍ଟେମ୍ବରରେ 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ଗତ ବର୍ଷ ଏହି ଅବଧି ତୁଳନାରେ 14.9 ପ୍ରତିଶତ ଖସିଛି । ଏହା ପୂର୍ବ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ 8 ପ୍ରମୁଖ ସେକ୍ଟର 1.3 ପ୍ରତିଶତ ବଢିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.