ETV Bharat / business

ଅଗଷ୍ଟରେ ଘରୋଇ ବିମାନ ଯାତ୍ରୀ ଯାତାୟତ 6 ପ୍ରତିଶତ ବଢିଛି

author img

By

Published : Sep 16, 2020, 8:10 PM IST

କୋରୋନା ଭାଇରସ ମହାମାରୀ ମଧ୍ୟରେ ଘରୋଇ ବିମାନରେ ଅଧିକ ଯାତ୍ରୀ ଯାତାୟତ କରିଛନ୍ତି । ଗତ ବର୍ଷ ଅଗଷ୍ଟ ତୁଳନାରେ ଏ ବର୍ଷ ଅଗଷ୍ଟରେ 76 ପ୍ରତିଶତ ଯାତ୍ରୀ ଟ୍ରାଭେଲ କରିଛନ୍ତି । ଅଧିକ ପଢନ୍ତୁ..

ଅଗଷ୍ଟରେ ଘରୋଇ ବିମାନ ଯାତ୍ରୀ ଯାତାୟତ 6 ପ୍ରତିଶତ ବଢିଛି
ଅଗଷ୍ଟରେ ଘରୋଇ ବିମାନ ଯାତ୍ରୀ ଯାତାୟତ 6 ପ୍ରତିଶତ ବଢିଛି

ନୂଆଦିଲ୍ଲୀ: ଘରୋଇ ବିମାନ ସେବା କମ୍ପାନୀ ସ୍ପାଇସଜେଟର ସର୍ବାଧିକ ଯାତ୍ରୀ ଭାର ଅଗଷ୍ଟରେ 76.0 ପ୍ରତିଶତ ରହିଥିଲା। ସେହିଭଳି ଭିସ୍ତାରାର ଭାର 68.3 ପ୍ରତିଶତ, ଇଣ୍ଡିଗୋରେ 65.6 ପ୍ରତିଶତ ଏବଂ ଏୟାର ଇଣ୍ଡିଆର ଯାତ୍ରୀ ଭାର 58.6 ପ୍ରତିଶତ ଥିଲା। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।

ଏ ସମସ୍ତ ଏୟାରଲାଇନ୍ସ ମଧ୍ୟରେ ଇଣ୍ଡିଗୋରେ ସର୍ବାଧିକ ବଜାର ଅଂଶ ରହିଥିଲା । ଏଥିରେ ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ 49.8 ପ୍ରତିଶତ ପାସେଞ୍ଜର ଯାତାୟତ କରିଛନ୍ତି । ଏହା ପଛକୁ ସ୍ପାଇସଜେଟ୍ 15.9 ପ୍ରତିଶତ ଏବଂ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ 11.4 ପ୍ରତିଶତ ରହିଛି ବୋଲି ଡିଜିସିଏ ତଥ୍ୟରେ ଦର୍ଶାଯାଇଛି ।

ଡିଜିସିଏ ପକ୍ଷରୁ ଜାରି ଜୁଲାଇ ତଥ୍ୟ ଅନୁସାରେ, ଜୁଲାଇ ମାସରେ ଭଡାରେ ହ୍ରାସ ଓ ସ୍ଥାନୀୟ ଏୟାରଲାଇନ କ୍ଷମତା ବୃଦ୍ଧି ଦ୍ବାରା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଗତ ବର୍ଷ ତୁଳନାରେ ଏବର୍ଷ 21.07 ଲକ୍ଷ ଯାତ୍ରୀ ଫ୍ଲାଇଟରେ ଯାତ୍ରା କରିଛନ୍ତି । ଗତ ବର୍ଷ 1.19 ଯାତ୍ରୀ ଯାତାୟତ କରିଛନ୍ତି ।

ଏହା ଦର୍ଶାଏ ଯେ ମାସରେ 34.4 ପ୍ରତିଶତ ଅଭିବୃଦ୍ଧି ଜୁଲାଇରେ ରେକର୍ଡ ହୋଇଥିବା 6.1 ପ୍ରତିଶତ ତୁଳନାରେ ଅଧିକ ଥିଲା। ସେପ୍ଟେମ୍ବର ପ୍ରଥମ ସପ୍ତାହରେ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଘରୋଇ ଏୟାରଲାଇନ୍ସକୁ ସେମାନଙ୍କର ପୂର୍ବ- COVID କ୍ଷମତାର 60 ପ୍ରତିଶତ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.