ETV Bharat / business

ଅକ୍ଟୋବର ପହିଲାରୁ ନୂଆ ନିୟମ; ପେନସନ, ଚେକ ବୁକ, ଡେବିଟ କାର୍ଡ, LPGରେ ପରିବର୍ତ୍ତନ - ଏଲପିଜି ଦର ପରିବର୍ତ୍ତନ

ଅକ୍ଟୋବରରୁ ଦେଶର ବିଭିନ୍ନ କ୍ଷେତ୍ରରେ ବଦଳିବ ନିୟମ । LPG ଦରରୁ ଆରମ୍ଭ କରି ପେନସନ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ । ଜାଣନ୍ତୁ କ'ଣ...

ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...
ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...
author img

By

Published : Sep 28, 2021, 12:02 PM IST

ନୂଆଦିଲ୍ଲୀ: ତିନି ଦିନ ପରେ ଅର୍ଥାତ୍ ଅକ୍ଟୋବର ପହିଲାରୁ ସମସ୍ତଙ୍କୁ କେତେକ ନୂତନ ପରିବର୍ତ୍ତନର ସାମ୍ନା କରିବାକୁ ହେବ । ଅକ୍ଟୋବର ଆରମ୍ଭରୁ ବ୍ୟାଙ୍କ ଏବଂ ବେତନ ସହ ସମ୍ବନ୍ଧିତ ଅନେକ ନିୟମରେ ହେବ ବଡ ପରିବର୍ତ୍ତନ । ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ । ଏହି ପରିବର୍ତ୍ତନରେ ବ୍ୟାଙ୍କି ନିୟମଠୁ ଆରମ୍ଭ କରି LPG ଯାଏଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ଜାଣନ୍ତୁ କ'ଣ ଏହି ପରିବର୍ତ୍ତନ...

ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...
ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...

୧. ପେନସନ ନିୟମରେ ପରିବର୍ତ୍ତନ(Pension rules)

ଅକ୍ଟୋବର ୧ ତାରିଖରୁ ଡିଜିଟାଲ ଲାଇଫ ସାର୍ଟିଫିକେଟ (Digital life certificate) ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବ । ବର୍ତ୍ତମାନ ଦେଶର ସମସ୍ତ ବୃଦ୍ଧ ପେନସନ ଭୋଗୀ ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ, ସେମାନେ ଦେଶର ସମସ୍ତ ହେଡ୍ ପୋଷ୍ଟ ଅଫିସରର ଜୀବନ ପ୍ରମାଣ ସେଣ୍ଟରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଜମା କରିବେ । ଏଥିପାଇଁ ସମୟ ଅବଧି ନଭେମ୍ବର ୩୦ ଯାଏଁ ରହିଛି । ଜୀବନ ପ୍ରମାଣପତ୍ର ଜମା କରିବା କାମ ପୋଷ୍ଟ ଅଫିସ ମାଧ୍ୟମରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଡାକ ବିଭାଗ ଜୀବନ ପ୍ରମାଣ ସେଣ୍ଟରର ଆଇଡି ସମୟ ରହିତ ଆକ୍ଟିଭେଟ ସୁନିଶ୍ଚିତ କରିବାକୁ କହିଛି ।

୨. ଅକ୍ଟୋବରରୁ ଚାଲିବନି ପୁରୁଣା ଚେକ୍ ବୁକ୍ (Cheque book rules)

ଅକ୍ଟୋବରରୁ ତିନୋଟି ବ୍ୟାଙ୍କର ଚେକବୁକ୍ ଏବଂ MICR କୋଡ୍ ଇନଭ୍ୟାଲିଡ୍ ହୋଇଯିବ । ଏହି ବ୍ୟାଙ୍କଗୁଡିକ ହେଉଛନ୍ତି, ଓରିଏଣ୍ଟଲ ବ୍ୟାଙ୍କ ଅଫ୍ କମର୍ସ(OBC), ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ (United Bank of India) ଏବଂ ଆହ୍ଲାବାଦ ବ୍ୟାଙ୍କ(Allahabad Bank) । ଏହି ବ୍ୟାଙ୍କ ହେଉଛି ସେହିସବୁ ବ୍ୟାଙ୍କ ଯାହାର ଅନ୍ୟ ବ୍ୟାଙ୍କଗୁଡିକ ସହ ସମ୍ମିଶ୍ରଣ ହୋଇଛି । ବ୍ୟାଙ୍କଗୁଡିକର ମିଶ୍ରଣ ପରେ ଖାତାଧାରକଙ୍କ ଆକାଉଣ୍ଟ ନମ୍ବର, IFSC ଏବଂ MICR କୋଡରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ଅକ୍ଟୋବର ପହିଲାରୁ ବ୍ୟାଙ୍କି ସିଷ୍ଟମ ପୁରୁଣା ଚେକକୁ ରିଜେକ୍ଟ କରିଦେବ । ଅର୍ଥାତ୍ ସମସ୍ତ ଚେକ୍ ବୁକ୍ ଅବୈଧ ହୋଇଯିବ ।

ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...
ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...

୩. ଅଟୋ ଡେବିଟ୍ କାର୍ଡ ନିୟମରେ ପରିବର୍ତ୍ତନ (auto debit rules)

ଅକ୍ଟୋବରରୁ କ୍ରେଡିଟ ଏବଂ ଡେବିଟ୍ କାର୍ଡରୁ ହେବାକୁ ଥିବା ଅଟୋ ଡେବିଟ୍ ପାଇଁ RBI (Reserve Bank of India)ର ନୂଆ ନିୟମ ଲାଗୁ ହୋଇଛି । ଯେଉଁ କାରଣରୁ ଡେବିଟ୍/କ୍ରେଡିଟ କାର୍ଡ କିମ୍ବା ମୋବାଇଲ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ୍, ଗ୍ରାହକ ମଞ୍ଜୁରୀ ନ ଦେବା ପର୍ଯ୍ୟନ୍ତ ଡେବିଟ୍ ହେବ ନାହିଁ । ଅକ୍ଟୋବର ପହିଲାରୁ ଲାଗୁ ହେଉଥିବା Additional Factor Authentication ମୁତାବକ, ବ୍ୟାଙ୍କକୁ କୌଣସି ପ୍ରକାର ଅଟୋ ଡେବିଟ ପେମେଣ୍ଟ ଜରିଆରେ ଆକାଉଣ୍ଟରୁ ଟଙ୍କା ଡେବିଟ କରିବାକୁ ଅନୁମତି ପାଇଁ ଗ୍ରାହକଙ୍କୁ ୨୪ ଘଣ୍ଟା ପୂର୍ବରୁ ନୋଟିଫିକେସନ ପଠାଯିବ । ଗ୍ରାହକଙ୍କ ଆକାଉଣ୍ଟର ଟଙ୍କା ସେତେବେଳେ ଡେବିଟ୍ ହେବ, ଯେତେବେଳେ ସେ ଏହା ସୁନିଶ୍ଚିତ କରିବେ । ଏହି ନୋଟିଫିକେସନ ଉପଭୋକ୍ତାଙ୍କୁ ନୋଟିଫିକେସନ କିମ୍ବା SMS ଜରିଆରେ ମିଳିବ ।

ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...
ଆଲର୍ଟ ! ଅକ୍ଟୋବରରୁ ବଦଳିବ ଏହି ସବୁ ନିୟମ...

୪. ନିବେଶ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ(Mutual fund related rules)

ମାର୍କେଟ ରେଗୁଲେଟର ସେବି(SEBI) ଏବେ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ହିତକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମ ନେଇଆସିଛି । ଏହି ନିୟମ ଆସେଟ୍ ଅଣ୍ଡର ମ୍ୟାନେଜମେଣ୍ଟ (AMC) ଅର୍ଥାତ୍ ମ୍ୟୁଚୁଆଲ ଫଣ୍ଡ ହାଉସରେ କାର୍ଯ୍ୟ କରୁଥିବା ଜୁନିଅର କର୍ମଚାରୀଙ୍କ ଉପରେ ଲାଗୁ ହେବ । AMCର ଜୁନିଅର କର୍ମଚାରୀମାନେ ଅକ୍ଟୋବର ୧ରୁ ନିଜ ଗ୍ରସ୍ ଦରମାର ୧୦ ପ୍ରତିଶତ ଭାଗ ଏହି ମ୍ୟୁଚୁଆଲ ଫଣ୍ଡର ୟୁନିଟରେ ନିବେଶ କରିବାକୁ ପଡିବ । ୨୦୨୩ ବର୍ଷ ଅକ୍ଟୋବର ସୁଦ୍ଧା ଏହା ପର୍ଯ୍ୟାୟକ୍ରମେ ଦରମାର 20 ପ୍ରତିଶତ ହୋଇଯିବ । ସେବି ଏହାକୁ screen in the game ନିୟମ ବୋଲି କହିଛି । ନିବେଶ କ୍ଷେତ୍ରରେ ଲକ୍ ଇନ ପିରିୟଡ ମଧ୍ୟ ରହିବ ।

୫. ବଦଳିବ LPG ଦର (LPG price)

ଆସନ୍ତା ଅକ୍ଟୋବର ମାସରୁ LPG ଦର ପରିବର୍ତ୍ତନ ହେବ । କହି ରଖୁଛୁ କି, ପ୍ରତି ମାସର ପ୍ରଥମ ତାରିଖରେ ଘରୋଇ ଇନ୍ଧନ ଏବଂ କମର୍ସିଆଲ ସିଲିଣ୍ଡରର ନୂଆ ଦର ସ୍ଥିର କରାଯିବ ।

୬. ପ୍ରାଇଭେଟ ମଦ ଦୋକାନ ଉପରେ ଅଙ୍କୁଶ (Liquor shop)

ଅକ୍ଟୋବର ପହିଲାରୁ ଦିଲ୍ଲୀରେ ବନ୍ଦ ହେବ ସମସ୍ତ ଘରୋଇ ମଦ ଦୋକାନ । ନଭେମ୍ବର ୧୬ ଯାଏଁ କେବଳ ସରକାରୀ ଦୋକାନରେ ମଦ ବିକ୍ରି କରାଯିବ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି କି, ନୂତନ ଅବକାରୀ ନୀତି ଅଧୀନରେ ରାଜଧାନୀକୁ ୩୨ ଜୋନରେ ବିଭକ୍ତ କରି ଲାଇସେନ୍ସ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ନଭେମ୍ବର ୧୭ ତାରିଖରୁ ନୂଆ ନୀତି ଅନୁଯାୟୀ ଖୋଲିବ ସବୁ ମଦ ଦୋକାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.