ETV Bharat / business

SB Energyର ନୂଆ ମାଲିକ ଆଦାନୀ ଗ୍ରୁପ, ୨୬ ହଜାର କୋଟିରେ କଲା ଅଧିଗ୍ରହଣ - ଏସବି ଏନର୍ଜି ଇଣ୍ଡିଆ

ପ୍ରାୟ ୨୬ ହଜାର କୋଟି ନିବେଶରେ SB energy india ହାତେଇଲା AGEL । renewable energy sector(ନବୀକରଣଯୋଗ୍ୟ ଶକ୍ତି) କ୍ଷେତ୍ରରେ ଏହା ଭାରତର ସବୁଠୁ ବଡ ଅଧିଗ୍ରହଣ । ଅଧିକ ପଢନ୍ତୁ...

SB Energyର ନୂଆ ମାଲିକ ଅଦାନୀ ଗ୍ରୁପ,  ୨୬ ହଜାର କୋଟିରେ କଲା ଅଧିଗ୍ରହଣ

author img

By

Published : Oct 5, 2021, 7:18 AM IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ହାତରେ ଲାଗିଲା ଆଉ ଏକ କମ୍ପାନୀ । ଅଦାନୀ ଗ୍ରୀନ ଏନର୍ଜି ଲିମିଟେଡ(AGEL) ପ୍ରାୟ ୨୬ ହଜାର କୋଟି(୩.୫ ବିଲିୟନ ଡଲାର) ନିବେଶ ବଦଳରେ ଏସବି ଏନର୍ଜି ଇଣ୍ଡିଆ(SB energy india) ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି । ଏସବି ଏନର୍ଜି ଅଧିଗ୍ରହଣ ନେଇ ସୋମବାର କମ୍ପାନୀ ପକ୍ଷରୁ କୁହାଯାଇଛି । ଆଦାନୀ ଗ୍ରୀନ ଏସବି ଏନର୍ଜି ଉପରେ ଶତ ପ୍ରତିଶତ ଅଂଶୀଦାରୀ ପାଇଛି ।

କମ୍ପାନୀ ଏକ ବୟାନରେ କହିଛି, ବିଶ୍ବର ସବୁଠୁ ବଡ ସୌରଶକ୍ତି ଡେଭଲପର AGEL ଏସବି ଏନର୍ଜି ହୋଲ୍ଡିଂ ଲିମିଟେଡ ଅଧିଗ୍ରହଣ ସଫଳପୂର୍ବକ ଭାବେ ପୁରା କରିଛି । ଏଥିପାଇଁ ପୂର୍ବରୁ ଗତ ମେ ୧୮ ତାରିଖରେ ନିର୍ଣ୍ଣାୟକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ବଡ ଡିଲ ସହ ଏସବି ଏନର୍ଜି ଇଣ୍ଡିଆ ଏବେ AGELର ଶତ ପ୍ରତିଶତ୍ବ ମାଲିକାନାଧୀନ ସବସିଡିଆରି ହୋଇଛି । renewable energy sector(ନବୀକରଣଯୋଗ୍ୟ ଶକ୍ତି) କ୍ଷେତ୍ରରେ ଏହା ଭାରତର ସବୁଠୁ ବଡ ଅଧିଗ୍ରହଣ ।

କିଛି ଦିନ ପୂର୍ବରୁ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଅଦାନୀ ଘୋଷଣା କରିଥିଲେ କି, କମ୍ପାନୀ ଆଗାମୀ ୧୦ ବର୍ଷ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୨୦ ବିଲିୟନ ଡଲାରରୁ ଅଧିକ ନିବେଶ କରିବ । SB energy india ଅଧିଗ୍ରହଣ ସହ ଅଦାନୀ ଗ୍ରୀନ ଏନର୍ଜି ଲିମିଟେଡ ମୋଟ ୨୪.୩ ଗିଗାୱାଟର renewable କ୍ଷମତା ଏବଂ ୪.୯ ଗିଗାୱାଟର ପରିଚାଳନା ନବୀକରଣଯୋଗ୍ୟ କ୍ଷମତା ହାସଲ କରିଛି । renewable ଏନର୍ଜି ସେକ୍ଟରରେ ଏହା ଭାରତର ସବୁଠୁ ବଡ ଡିଲ । ଏହାପୂର୍ବରୁ ୨୦୧୬ରେ ଟାଟା ପାୱାରର Welspun Energy ସହ ହୋଇଥିବା ୧୦ ହଜାର କୋଟିର ଡିଲ୍ ଦେଶର ସବୁଠୁ ବଡ ଡିଲ୍ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.