ETV Bharat / business

ଫ୍ଲିପକାର୍ଟକୁ ଫେରିଲେ 90% ବିକ୍ରେତା, ନୂଆ ପଞ୍ଜିକରଣରେ 125% ବୃଦ୍ଧି - ପ୍ଲିପକାର୍ଟକୁ ଫେରିଲେ 90% ବିକ୍ରେତା

ଫ୍ଲିପକାର୍ଟରେ ଏମଏସଏମଇ ସେକ୍ଟରର ବଢୁଛି ଏଣ୍ଟ୍ରି । ଫ୍ଲିପକାର୍ଟର ନୂଆ ବିକ୍ରେତା ରେଜିଷ୍ଟ୍ରେସନରେ ଏପ୍ରିଲ-ଜୁନ ଅବଧି ମଧ୍ୟରେ 125 ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଅଧିକ ସଂଖ୍ୟକ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟାଗ (ଏମଏସଏମଇ) ସାମିଲ ଅଛନ୍ତି । ଅଧିକ ପଢନ୍ତୁ..

90 percent sellers back on Flipkart
90 percent sellers back on Flipkart
author img

By

Published : Jun 27, 2020, 6:09 PM IST

ବେଙ୍ଗାଲୁରୁ: ଭାରତ ଅନଲକ 2.0 ଅବଧିରେ ପ୍ରବେଶ ପାଇଁ ପ୍ରସ୍ତୁତ । ଏହା ପୂର୍ବରୁ ଅନଲକ 1.0 ମଧ୍ୟରେ ଆର୍ଥିକ ଗତିବିଧିରେ ବୃଦ୍ଧି ହେଉଥିବା ନଜର ଆସିଛି । ଶନିବାର ଇ-କମର୍ସ ପ୍ଲାର୍ଟଫର୍ମ ଫ୍ଲିପକାର୍ଟ କହିଛି କି ସେ 90 ପ୍ରତିଶତ ବିକ୍ରେତାଙ୍କୁ ନିଜ ମାର୍କେଟପ୍ଲେସରେ ପରିଚାଳନା ଆରମ୍ଭ ପାଇଁ ଅନୁମତି ଦେଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଫ୍ଲିପକାର୍ଟର ନୂଆ ବିକ୍ରେତା ରେଜିଷ୍ଟ୍ରେସନରେ ଏପ୍ରିଲ-ଜୁନ ଅବଧି ମଧ୍ୟରେ 125 ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ ଅଧିକ ସଂଖ୍ୟକ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟାଗ (ଏମଏସଏମଇ) ସାମିଲ ଅଛନ୍ତି ।

କମ୍ପାନୀ ଅନୁଯାୟୀ , ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତାମିଲନାଡୁର ଏମଏସଏମଇ ନିଜ କାରବାରକୁ ଅନଲାଇନ କରିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି । ଏହି ଏମଏସଏମଇ ସବୁ ମହିଳାଙ୍କ ପରିଧାନ, ପର୍ସନାଲ କେୟାର, ଭୋଜନ ଏବଂ ପୋଷଣ, ହୋମ ଇମ୍ଫ୍ରୁଭମେଣ୍ଟ ଟୁଲ୍ସ ଓ ଛୋଟ ଛୁଆଙ୍କ ଉତ୍ପାଦ ସମେତ ଅନେକ ବର୍ଗର କାମ କରୁଛନ୍ତି ।

ପ୍ଲିଫକାର୍ଟ କହିଛି କି, ଏମଏସଏମଇକୁ ରେଜିଷ୍ଟ୍ରେସନରେ ସାମିଲ କରିବା ଦ୍ବାରା ଦେଶ କ୍ଷୁଦ୍ର କାରବାରୀଙ୍କୁ ସେମାନଙ୍କ ସଞ୍ଚାଳୟ କ୍ଷମତା ବଢାଇବାରେ ସାହାଯ୍ୟ ମିଳିବ । ଏଥିସହ ସେମାନେ ବଜାରରେ ମଜବୁତ ହେବା ସହ ନିଜ କାମ ଜାରି ରଖି୍ପାରିବେ । ଇ-କମର୍ସ ଏହି ସବୁ ବ୍ୟବସାୟୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.