ନୂଆଦିଲ୍ଲୀ: ଗ୍ଲୋବାଲ ପ୍ରଫେସନାଲ ନେଟୱର୍କିଂ ଲିଙ୍କଡିନ ସୁନିଶ୍ଚିତ କରିଛି କି ପ୍ରତି ମିନିଟରେ 3 ଜଣଙ୍କୁ ନିଯୁକ୍ତି ମିଳୁଛି । ଏଥିସହ ଆପର ନୂଆ ସୁବିଧା ମାଧ୍ୟମରେ ପାଖାପାଖି 4 କୋଟି ଆଶାୟୀଙ୍କ ପାଇଁ ନୂଆ ଅବସର ସନ୍ଧାନରେ ସହଯୋଗ ମିଳୁଛି । ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ବୁଧବାର ଏ ନେଇ କହିଛନ୍ତି ।
ଲିଙ୍କଡିନ ଆପର 72.2 କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ସର୍ବାଧିକ ବୃତ୍ତିଧାରୀ ନିଜର ଜ୍ଞାନକୁ ବଢାଇବା ପାଇଁ ଲିଙ୍କଡିନ ଲର୍ନିଂ ଆଡକୁ ମନ ବଳାଉଛନ୍ତି । ପ୍ରତ୍ୟେକ ସପ୍ତାହରେ 10 ଲକ୍ଷରୁ ଅଧିକ ଘଣ୍ଟା ଯାଏଁ କଣ୍ଟେଟ ଦେଖା ଯାଇଥାଏ । ଆଉ ଏହି ଅବଧି 1 ବର୍ଷ ପୂର୍ବ ତୁଳନାରେ 2 ଗୁଣା ।
ସତ୍ୟ ନାଡେଲା ମଙ୍ଗଳବାରକୁ କମ୍ପାନୀର ପ୍ରଥମ ତ୍ରୟମାସିକର ଆୟ ନେଇ କହିଛନ୍ତି କି ‘‘ ମାର୍କେଟିଂ ସମାଧାନକୁ ନଜରରେ ରଖି ଲିଙ୍କଡିନ ଉପରେ ବିଜ୍ଞାପନଦାତାଙ୍କ ଚାହିଦା ପୂର୍ବ କୋଭିଡ ସ୍ତର ସମୟ ପାଖୀପାଖୀ 40 ପ୍ରତିଶତ ପ୍ରତି ବର୍ଷ ଯାଏଁ ଫେରସ୍ତ ଆସିଯାଇଛି । କାରଣ ମାର୍କେଟର୍ସ ବ୍ୟବସାୟଙ୍କ ପାଇଁ ପ୍ରଫେସନାଲଙ୍କ ସହ ଜଡିତ ହେବାକୁ ଆମର ଟୁଲର ଉପଯୋଗ କରିଥାନ୍ତି । ‘‘ ସେ ଆହୁରୀ ମଧ୍ୟ ଜଣାଇଛନ୍ତି କି ‘‘ ଅର୍ଗନାଇଜର୍ସ ଲିଙ୍କଡିନ ସେଲ୍ସ ନେଭିଗେଟର ଓ ଡାୟନାମିକ୍ସ 365 କୁ କମ୍ବିନେସରେ ଟ୍ୟାପ କରିବା ଜାରି ରଖିଛନ୍ତି । ’’
ଆମେ ସୁବ୍ୟବସ୍ଥିତ ସର୍ଚ୍ଚ ଓ ମେସେଜିଂ ଅନୁଭବ ସହ ଷ୍ଟୋରି ସେୟାର କରିବା ଓ ଅନ୍ୟ ପୋଷ୍ଟ ସେୟାର କରିବା ନେଇ ନୂଆ ଉପାୟ ସହ ସବୁଠୁ ଗୁରୁତ୍ବପୂର୍ଣ୍ଣ ରିଡିଜାଇନ ଲଞ୍ଚ କରିଥିବା ନାଡେଲା ସୂଚନା ଦେଇଛନ୍ତି ।