ETV Bharat / business

କୋରୋନା ଡର; ଜୋମାଟୋ ଓ ସ୍ବିଗିର କଣ୍ଟାକ୍ଟଲେସ ଡେଲିଭରି

author img

By

Published : Mar 29, 2020, 8:14 AM IST

କୋରୋନା ଭାଇରସ ସହ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ । ଏପରି ସମୟରେ ସ୍ବିଗି ଓ ଜୋମାଟୋ ଭଳି ଅନଲାଇନ ଫୁଡ ଡେଲିଭରି ପ୍ଲାର୍ଟଫର୍ମ ଆରମ୍ଭ କରିଛନ୍ତି କଣ୍ଟାକ୍ଟଲେସ ଡେଲିଭରି ।

Zomato, Swiggy goes for contactless delivery
କୋରୋନା ଡର , ଜୋମାଟୋ ଓ ସ୍ବିଗିର କଣ୍ଟାକ୍ଟଲେସ ଡେଲିଭରି

ନୂଆଦିଲ୍ଲୀ. କୋରୋନା ଭାଇରସ ସହ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ । ଏପରି ସମୟରେ ସ୍ବିଗି ଓ ଜୋମାଟୋ ଭଳି ଅନଲାଇନ ଫୁଡ ଡେଲିଭରି ପ୍ଲାର୍ଟଫର୍ମ ଆରମ୍ଭ କରିଛନ୍ତି କଣ୍ଟାକ୍ଟଲେସ ଡେଲିଭରି ଅର୍ଥାତ ସାମାଜିକ ଦୂରତାକୁ ବଜାୟ ରଖି ବିନା ଯୋଗାଯୋଗରେ ଅର୍ଡର ଡେଲିଭରି ।

Zomato, Swiggy goes for contactless delivery
କିପରି କାମ କରେ କଣ୍ଟାକ୍ଟଲେସ ଡେଲିଭରି ?

କିପରି କାମ କରେ କଣ୍ଟାକ୍ଟଲେସ ଡେଲିଭରି ?

ସ୍ପର୍ଶ ଓ ଯୋଗାଯୋଗ ଦ୍ବାରା କୋରୋନା ଭାଇରସ ସଂକ୍ରମଣ ବ୍ୟାପୁଛି । ଏପରି ସମୟରେ ସ୍ବିଗି ଓ ଜୋମାଟା ସେମାନଙ୍କ ଆପ ଦ୍ବାରା ଅର୍ଡର ନେଇଥାଏ ଏବଂ ମାଗଣାରେ ବିନା ସ୍ପର୍ଶରେ ଖାଦ୍ୟ ବିତରଣ ପାଇଁ ବିକଳ୍ପ ଦେଇଥାଏ । ଅର୍ଡର ପାଇବା ପରେ ରେସ୍ତୋରାଁ ଖାଦ୍ୟ ପ୍ରସ୍ତୁତ କରେ ଏବଂ ଡେଲିଭରି ଏଜେଣ୍ଟକୁ ଦେଇଥାଏ ।

ଏହି ଡେଲିଭରି ଏଜେଣ୍ଟମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସଫା ସ୍ଥାନରେ ଖାଦ୍ୟ ପକେଟକୁ ରଖିବେ । ଏହା ପରେ ଏଜେଣ୍ଟ ଏକ ଫଟୋ କ୍ଲିକ କରି ଆପ ମାଧ୍ୟମରେ ପଠାଇବ । ଆଉ ଏହା ନିଶ୍ଚିତ କରିବା ଯେ, ଖାଦ୍ୟ ବିତରଣ ସମୟରେ କୌଣସି ଯୋଗାଯୋଗ କିମ୍ବା ସ୍ପର୍ଶ କରାଯାଏ ନାହିଁ ।

ତେବେ ଏହି ବିକଳ୍ପ କଣ ଡେଲିଭରି ଉପରେ ନଗଦ ନେଣଦେଣ (କ୍ୟାସ ଅନ ଡେଲିଭରି COD) ପାଇଁ ପ୍ରଯୁଜ୍ୟ ନୁହେଁ । ଏହା କଣ ସୁରକ୍ଷିତ କି ? ଏ ନେଇ ପ୍ରଶ୍ନ ଉଠୁଛି । କାରଣ ଯଦି ଏଜେଣ୍ଟ ମାନେ ମାସ୍କ ଓ ଗ୍ଲୋଭସ ପିନ୍ଧନ୍ତି , ତଥାପି ଖାଦ୍ୟ କିଏ ପ୍ରସ୍ତୁତ କଲା ଏବଂ ରେସ୍ତୋରାଁରେ କଣ ହେଲା ତାହା କେହି ଜାଣନ୍ତି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.