ନୂଆଦିଲ୍ଲୀ: ବାପା ହେବା ପରେ ମିଳିବ 26 ଦିନର ପେଡ ଲିଭ । ପୁରୁଷଙ୍କ ପାଇଁ ଏଭଳି ପ୍ରଂଶସନୀୟ ପଦକ୍ଷେପ ନେଇ ଏକ ନୂଆ ମାନଦଣ୍ଡ ତିଆରି କରିଛି ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ । ମ୍ୟାଟରନିଟି ଲିଭ ଭଳି ସମାନ ପେଟର୍ନିଟି ଲିଭ ମଧ୍ୟ ଦିଆଯିବ । କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଏକ ବ୍ଲଗରେ ଏ ନେଇ କହିଛନ୍ତି ।
ସେ ବ୍ଲଗରେ ଲେଖିଛନ୍ତି ଯେ, ପରିବାରର ଦେଖାଶୁଣା କରିବା ପାଇଁ ପ୍ରତ୍ୟେକ ନୂଆ ଅଭିଭାବକଙ୍କୁ ପ୍ରତି ଛୁଆ ପିଛା 1000 ଡଲାର( 69,262 ଟଙ୍କା)ର ସହାୟତା ରାଶି ମଧ୍ୟ ଦିଆଯିବ । ଯେପରି ସେମାନେ ତାଙ୍କ ଛୁଆକୁ ଭଲ ଭାବେ ସ୍ବାଗତ କରିବା ସହ ଲାଳନପାଳନ କରିପାରିବେ ।
କମ୍ପାନୀରେ ପୁରୁଷଙ୍କ ତୁଳନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା କମ ରହିଛି । ମହିଳାଙ୍କୁ ମାତୃତ୍ବ ଲାଭ ପରେ 26 ଦିନର ପେଡ ମ୍ୟାଟରନିଟି ଲିଭ ଦିଆଯାଇଥାଏ । କିନ୍ତୁ ପୁରୁଷଙ୍କ ପାଇଁ ଏପରି କୌଣସି ବ୍ୟବସ୍ଥା ରହିନଥିଲା । ଏଥିଯୋଗୁଁ କମ୍ପାନୀ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ଅସମାନତାକୁ ଦୂରେଇ ଉଭୟଙ୍କୁ ବାପା- ମା ହେବାର ସମାନ ଛୁଟି ଦେବାକୁ ନିଷ୍ପତ୍ତି ଦେଇଛି ।
କେବଳ ଛୁଆ ଜନ୍ମ ହେଲେ ନୁହେଁ, ନୂଆ କରି ବାପା, ମା ହୋଇଥିବା ଅର୍ଥାତ, ସେରୋଗେସୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିବା ସମସ୍ତ ଅଭିଭାବକଙ୍କୁ ଏହି ଛୁଟି ମିଳିବ ।