ETV Bharat / business

ଆସିବ ନୂଆ ନିୟମ, 5 ବର୍ଷ ପୂର୍ବରୁ ଚାକିରୀ ଛାଡିଲେ ବି ମିଳିବ ଗ୍ରାଚୁଇଟି - ଗ୍ରାଚୁଇଟି

ବର୍ତ୍ତମାନ ସମୟରେ ଅଧିକ ଇନକ୍ରିମେଣ୍ଟ ବା ଅଭିବୃଦ୍ଧିକୁ ଆଶାରେ କର୍ମଚାରୀ କମ୍ପାନୀ ବଦଳାଉଛନ୍ତି । ଫଳରେ ସେମାନେ ଗ୍ରାଚୁଇଟି ଟଙ୍କାରୁ ବଞ୍ଚିତ ହୋଇଥାନ୍ତି । ଏଥିଯୋଗୁଁ ଏହି ସମୟସୀମାକୁ କମ କରିବାକୁ ବିଚାର ହେଉଛି । ଅଧିକ ପଢନ୍ତୁ..

You may soon be eligible for gratuity even without 5 years on the job

author img

By

Published : Aug 11, 2020, 5:19 PM IST

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରାୟ ସମସ୍ତେ ଶୀଘ୍ର ଚାକିରୀ ପରିବର୍ତ୍ତନ କରୁଛନ୍ତି । ଯେଉଁଥିପାଇଁ ସେମାନେ କମ୍ପାନୀରେ ଗ୍ରାଚୁଇଚିର ହକଦାର ହୋଇପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟି ନିୟମକୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି ।

ନୂଆ ନିୟମ ଅନୁସାରେ ଗ୍ରାଚୁଇଟି ପାଇଁ 5 ବର୍ଷର ବାଧ୍ୟତାମୂଳକ ସମସୟସୀମାକୁ ଶେଷ କରାଯାଇପାରେ । ଏହା ବଦଳରେ ଏହି ସମସୟୀମାକୁ 1 ରୁ 3 ରୁ 3 ବର୍ଷ ମଧ୍ୟରେ ରଖିବାକୁ ବିଚାର ହେଉଛି । ଶ୍ରମ ମାମଲାର ସଂସଦୀୟ କମିଟି ଏ ନେଇ ଏକ ରିପୋର୍ଟ ଦେଇଛି । ଏହା ଅନୁସାରେ ଗ୍ରାଚୁଇଟି ପାଇବାକୁ ବର୍ତ୍ତମାନ 5 ବର୍ଷ କାମ କରିବାକୁ ପଡୁଥିବା ବେଳେ ଏହାକୁ 1 ବର୍ଷ କରିବାକୁ କୁହାଯାଇଛି ।

ଗ୍ରାଚୁଇଟି ପେମେଣ୍ଟ କମ୍ପାନୀ କରିଥାଏ । ରୋଜଗାର ଅବଧି ସମୟରେ କର୍ମଚାରୀ ଯେଉଁ ସେବା ଦେଇଥାଏ , ତା ବଦଳରେ ଏହି ଗ୍ରାଚୁଇଟି ମିଳିଥାଏ । ଜଣେ କର୍ମଚାରୀ କମ୍ପାନୀରେ କାମ କରିଥିବା ବର୍ଷ ଆଧାରରେ ପ୍ରତିବର୍ଷ 15 ଦିନର ଦରମା ଆଧାରରେ ଗ୍ରାଚୁଇଟି ଦିଆଯାଏ । ତେବେ କମ୍ପାନୀରେ 5 ବର୍ଷ ପୂରଣ ହେବା ପରେ ହିଁ ଜଣେ କର୍ମଚାରୀ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଅଧିକ ଇନକ୍ରିମେଣ୍ଟ ବା ଅଭିବୃଦ୍ଧି ଆଶାରେ କର୍ମଚାରୀ କମ୍ପାନୀ ବଦଳାଇବାକୁ ପସନ୍ଦ କରୁଛନ୍ତି । ଫଳରେ ସେମାନଙ୍କ ଏହି ଗ୍ରାଚୁଇଟି ଟଙ୍କା ମିଳୁନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.