ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷରେ ଘୋଷଣା ହୋଇଥିବା 8.5 ପ୍ରତିଶତ ଇପିଏଫ ସୁଧହାର କମାଇବାକୁ ଚିନ୍ତା କରୁଛି କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଙ୍ଗଠନ (ଇପିଏଫଓ) । କୋରୋନା ଓ ଲକଡାଉନ ପ୍ରଭାବ ଯୋଗୁଁ ଏଥିରେ ଟଙ୍କା ପ୍ରବାହ ହ୍ରାସ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇପାରେ ।
ନିବେଶ ଉପରେ ରିଟର୍ଣ୍ଣ ହ୍ରାସ ଏବଂ ନଗଦ ପ୍ରବାହ ଧୀମା ଯୋଗୁଁ ଏନେଇ ବିଚାର ଚାଲିଛି । ଯଦି ଏହା ହ୍ରାସ ହୁଏ , ତେବେ ଇପିଏଫଓର 6 କୋଟି ସଦସ୍ୟଙ୍କୁ ସେମାନଙ୍କ ଅବସର ସଞ୍ଚୟରେ କମ ସୁଧ ମିଳିବ ।
ପ୍ରକାଶ ଯେ, ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ 8.5 ପ୍ରତିଶତ ସୁଧ ହାର ଦେବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୋରୋନା କାୟା ବିସ୍ତାର ମଧ୍ୟରେ ଏହା ଅଟକି ରହିଛି । ଏବେ ସୁଦ୍ଧା ଅର୍ଥମନ୍ତ୍ରଣାଳୟ ଏନେଇ ମଞ୍ଜୁରୀ ଦେଇନାହିଁ ।
ଅର୍ଥମନ୍ତ୍ରୀ ଗ୍ରୀନ ସିଗନାଲ ଦେବା ପରେ ଶ୍ରମ ମନ୍ତ୍ରାଳୟ ଏନେଇ ବିଜ୍ଞପ୍ତି ପ୍ରକାଶ କରିବ ।