ETV Bharat / business

ଅନ୍ୟ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇପାରିବେ ୟେସ ବ୍ୟାଙ୍କ ଗ୍ରାହକ

author img

By

Published : Mar 10, 2020, 5:36 PM IST

Updated : Mar 10, 2020, 6:04 PM IST

ଏଣିକି ୟେସ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଆଶ୍ବସ୍ତି । ଏଟିଏମ ଆଗରେ ଲମ୍ବା ଲାଇନ ନ ଲାଗି ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ବକେୟା ପରିଶୋଧ କରିପାରିବେ ଜମାକର୍ତ୍ତା । ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

Yes Bank customers can use IMPS, NEFT to pay dues
ଅନ୍ୟ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇପାରିବେ ୟେସ ବ୍ୟାଙ୍କ ଗ୍ରାହକ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି । ଏଣିକି ଏହାର ଗ୍ରାହକ ନିଜ କ୍ରେଡିଟ କାର୍ଡ ଓ ଋଣ ପରିଶୋଧ ଅନ୍ୟ ବ୍ୟାଙ୍କ ଖାତା ମାଧ୍ୟମରେ କରିପାରିବେ । ପୂର୍ବରୁ ବ୍ୟାଙ୍କରେ ନଗଦ ସଙ୍କଟ ଦେଖାଦେଇଥିବାରୁ ଆରବିଆଇ ଏହାର କାର୍ଯ୍ୟପ୍ରଣାଳୀ ଉପରେ ରୋକ ଲଗାଇଥିଲା ।

ବ୍ୟାଙ୍କ କାମରେ କଟକଣା ଲାଗୁ ପରେ ଏଟିଏମ ଓ ବ୍ୟାଙ୍କ ଶାଖା ଆଗରେ ଟଙ୍କା ଉଠାଣ ପାଇଁ ଜମାକର୍ତ୍ତାଙ୍କ ଲମ୍ବା ଭିଡ ଦେଖାଦେଇଥିଲା । ଏପରିକି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ଡିଜିଟାଲ ପେମେଣ୍ଟ ଭଳି ଅନ୍ୟ ପ୍ଲାର୍ଟଫର୍ମରୁ ମଧ୍ୟ ଟଙ୍କା ଉଠାଣରେ ବାଧା ଉପୁଜୁଥିଲା । ଏହା ବ୍ୟତୀତ ବିଦେଶୀ ମୁଦ୍ରା ସେବା ଓ କ୍ରେଡିଟ କାର୍ଡ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ୟେସ ବ୍ୟାଙ୍କ ଟ୍ବିଟ କରିଛି ଯେ, ‘‘ ଆଇଏମପିଏସ(IMPS)/ ଏନଇଏଫଟି (NEFT) ସେବା ଏବେ ପୁଣି ଷ୍ଟୋର ହୋଇଛି । ’’ ବ୍ୟାଙ୍କ କହିଛି ଯେ, ‘‘ଆପଣ ଅନ୍ୟ ବ୍ୟାଙ୍କ ଖାତାରୁ ୟେସ ବ୍ୟାଙ୍କ କ୍ରେଡିଟ କାର୍ଡ ବକେୟା ଓ ଋଣଦାତାଙ୍କ ଟଙ୍କା ପରିଶୋଧ କରିପାରିବା ।’’ ଏଥିପାଇଁ ବ୍ୟାଙ୍କ ଏଟିଏମ ମଧ୍ୟ ସମ୍ପୁର୍ଣ୍ଣ ରୂପେ କାମ କରୁଛି । ଏହା ଦ୍ବାରା ଗ୍ରାହକ ନିର୍ଦ୍ଧାରିଟ ରାଶି ବାହାର କରିପାରିବେ ବୋଲି ବ୍ୟାଙ୍କ ସୂଚନା ଦେଇଛି ।

Last Updated : Mar 10, 2020, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.