ETV Bharat / business

‘ବିଶ୍ବ ଟାରିଫ ପ୍ରୋଫାଇଲ’ର ନୂଆ ସଂସ୍କରଣ ଆଣିଲା ଡବ୍ଲୁଟିଓ - (ଡବ୍ଲୁଟିଓ

ବିଶ୍ବ ବାଣିଜ୍ୟ ସଂଗଠନ ମଙ୍ଗଳବାର ବିଶ୍ବ ଟାରିଫ ପ୍ରୋଫାଇଲର ନୂଆ ସଂସ୍କରଣ ଜାରି କରିଛି । ଏଥିରେ ଅର୍ଥନୀତିର ପ୍ରତିଟି ଦିଗକୁ ଫୋକସ ରଖି ପ୍ରତି ଦେଶ ମଧ୍ୟରେ ନେଣଦେଣ ହେଉଥିବା ରପ୍ତାନୀ ଓ ଆମଦାନୀ ଉପରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 3, 2019, 4:58 PM IST

ନୂଆଦିଲ୍ଲୀ: ମଙ୍ଗଳବାର ବିଶ୍ବ ଟାରିଫ (ଆମଦାନୀ ଶୁଳ୍କ) ପ୍ରୋଫାଇଲର ନୂଆ ସଂସ୍କରଣ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଟିଓ) । ଏଥିରେ 170ଟି ଦେଶ ଓ ସୀମା ଶୁଳ୍କ କ୍ଷେତ୍ର ଉପରେ ଲାଗୁ ଥିବା ଟାରିଫ ଓ ଅଣ ଟାରିଫ ଏବଂ ବ୍ୟାପର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି ।

ଏହି ଟାରିଫ ଡାଟା ତୁଳନାତ୍ମକ ତାଲିକା ଓ ଅର୍ଥନୀତିର ପ୍ରତିଟି ଦିଗ ଉପରେ ଗୋଟିଏ ଲେଖାଏଁ ପୃଷ୍ଠା ପ୍ରୋଫାଇଲ ପ୍ରସ୍ତୁତ କରାଯାଇଛି ।
ବାଣିଜ୍ୟ ବ୍ୟବସାୟକୁ ନେଇ ପ୍ରସ୍ତୁତ ଏକ ନୂଆ ତାଲିକାରେ ପ୍ରତ୍ୟେକ ଦେଶ ଓ ସୀମା କ୍ଷେତ୍ରର ରପ୍ତାନୀ ଓ ଆମଦାନୀ ମୁଲ୍ୟ ଉପରେ ଟିକିନିଖି ଦର୍ଶାଯାଇଛି ।

‘ବ୍ୟାପାର ଓ ଶୁଳ୍କ ସମ୍ପର୍କିତ ସ୍ଥାୟୀ ବିକାଶ’ ହେଉଛି ଚଳିତ ବର୍ଷର ବିଶ୍ବ ଟାରିଫ ପ୍ରୋଫାଇଲର ସ୍ବତନ୍ତ୍ର ବିଷୟ ।

ଟାରିଫ ହେଉଛି ଆମଦାନୀ ଶୁଳ୍କ । ଗୋଟିଏ ଦେଶ ଅନ୍ୟ ଦେଶକୁ ଯେଉଁସବୁ ସାମଗ୍ରୀ ପଠାଇଥାଏ । ତା ଉପରେ ଉକ୍ତ ଦେଶ ଯେଉଁ ଟିକସ ଲଗାଇଥାଏ ତାହାକୁ ଆମଦାନୀ ଶୁଳ୍କ କୁହାଯାଏ । ଉଦାହରଣ - ଭାରତ ଆମରିକାକୁ ପଠାଉଥିବା ଦ୍ରବ୍ୟ ଓ ସାମଗ୍ରୀ ଉପରେ ଯେଉଁ କର ନେଇଥାଏ ତାହାକୁ ଭାରତର ଆମଦାନୀ ଶୁଳ୍କ କୁହାଯାଏ । ତେବେ ଆମରିକାର ଏ ନେଇ ଏକ ଲିଷ୍ଟ ରହିଛି । ଯାହାକୁ ଜିଏସପି (ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ ) କୁହାଯାଏ । ଏହା ଅନୁଯାୟୀ ଆମେରିକା ବିକାଶଶୀଳ ଦେଶ ଗୁଡିକର ଉନ୍ନତି ପାଇଁ ବିନା କରରେ ଦ୍ରବ୍ୟ ଆଣିଥାଏ । ହେଲେ ଏବେ ଆମରିକା ଏହି ଜିଏସପି ତାଲିକାରୁ ଭାରତକୁ ହଟାଇଦେଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.