ETV Bharat / business

ମହଙ୍ଗା ଚଡକ: ଜାନୁଆରୀରେ 2.03 % କୁ ବଢିଲା WPI

author img

By

Published : Feb 15, 2021, 4:09 PM IST

ବିନିର୍ମାଣ ଉତ୍ପାଦ ମହଙ୍ଗା ହେବା ଯୋଗୁଁ ମୁଦ୍ରାସ୍ପୀତି ବଢୁଛି । ଏଥିଯୋଗୁଁ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି 2021 ଜାନୁଆରୀ ମାସରେ ବୃଦ୍ଧି ପାଇ 2.03 ପ୍ରତିଶତରେ ପହଞ୍ଚିଛି । ଅଧିକ ପଢନ୍ତୁ..

ମହଙ୍ଗା ଚଡକ:  ଜାନୁଆରୀରେ 2.03 % କୁ ବଢିଲା  WPI
ମହଙ୍ଗା ଚଡକ: ଜାନୁଆରୀରେ 2.03 % କୁ ବଢିଲା WPI

ନୂଆଦିଲ୍ଲୀ: ବଢିଲା ଚିନ୍ତା । ଝଟକା ଦେଇଚାଲିଛି ଦରଦାମ ରିପୋର୍ଟ । ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି 2021 ଜାନୁଆରୀ ମାସରେ ବୃଦ୍ଧି ପାଇ 2.03 ପ୍ରତିଶତରେ ପହଞ୍ଚିଛି । ଖାଦ୍ୟ ସାମଗ୍ରୀ ଦର ନରମ ରହିଥିବା ପରେ ବି ହୋଲସେଲ ମୁଦ୍ରାସ୍ପୀତି ହାର ବଢିଥଛି ।

2020 ଡିସେମ୍ବର ମାସରେ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି 1.22 ପ୍ରତିଶତ ରହିଥିଲା ବେଳେ ଗତ ବର୍ଷ ଜାନୁଆରୀରେ ଏହା 3.52 ଏହା ଥିଲା । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ରିପୋର୍ଟ ମୁତାବକ, ଜାନୁଆରୀ ମାସରେ ଖାଦ୍ୟ ମୁଦ୍ରାସ୍ପୀତିରେ ହ୍ରାସ ଦେଖାଦେଇଥିଲା, ଯେତେବେଳେ କି ବିନିର୍ମାଣ ବସ୍ତୁ ଦାମ ମହଙ୍ଗା ହୋଇଛି ।

ଜାନୁଆରୀରେ ଖାଦ୍ୟ ମହଙ୍ଗା ହାର (-) 2.8 ରହିଛି । ଯାହାକି ଗତ ମାସରେ (-) 1.11 ଥିଲା । ସେହିଭଳି ଜାନୁଆରୀ ମଧ୍ୟରେ ପରିବା ଏବଂ ଆଳୁ ମୁଦ୍ରସ୍ପୀତି କ୍ରମଶଃ (-) 20.82 ଓ 22.04 ପ୍ରତିଶତ ରହିଛି । ଯେତେବେଳେ କି ଇନ୍ଧନ ଓ ପାୱାର ବାସ୍କେଟରେ (-) 4.78 ପ୍ରତିଶତ ଥିଲା । ସମୀକ୍ଷା ଅବଧିରେ ଅଣ-ଖାଦ୍ୟ ପରଦାର୍ଥ ମୁଦ୍ରାସ୍ପୀତି 4.16 ପ୍ରତିଶତ ରହିଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଫେବୃଆରୀ 5 ରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକରରେ ଲଗାତାର ଚତୁର୍ଥ ଥର ପାଇଁ ସୁଧ ହାରକୁ ଅପରିବର୍ତ୍ତିତ ରଖିଥିଲା । ଦର୍ଶାଯାଇଥିଲା କି ନିକଟ ଅବଧିର ମୁଦ୍ରାସ୍ପୀତି ଦୃଷ୍ଟିକୋଣ ଅନୁକୂଳ ରହିଛି ।

ଗତ ସପ୍ତାହରେ ଜାରି ତଥ୍ୟ ଅନୁସାରେ ଜାନୁଆରୀରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ବାରା ମପାଯାଇଥିବା ମୁଦ୍ରାସ୍ପୀତି ଜାନୁଆରୀରେ 4.06 ପ୍ରତିଶତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.