ETV Bharat / business

କ୍ଷମତାକୁ ଆସିଲେ ଆହୁରି ଖସିବ କର, କମିବ ଦରଦାମ: ଜେଟଲୀ

ବହୁ ସାମଗ୍ରୀ ଉପରୁ ଜିଏସଟି 28 ପ୍ରତିଶତରୁ ତଳକୁ ଖସିବ । ଏଥିସହ ରାଜକୋଷକୁ ନଜରରେ ରଖି ଦରଦାମ ଉପରେ ନିୟନ୍ତ୍ରଣ ରଖାଯିବ । ଭାରତୀୟ ଉଦ୍ୟୋଗ ପରିସଂଘ(ସିଆଆଇ)ର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏନେଇ କହିଛନ୍ତି ଜେଟଲୀ ।

author img

By

Published : Apr 5, 2019, 3:12 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ, ଇସ୍ତହାରରେ ବମ୍ପର ଅଫର ଦେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବଡ ବୟାନ । କ୍ଷମତାକୁ ପୁଣି ଆସିଲେ ଆହୁରି ହ୍ରାସ ହେବ କର ସ୍ତର । ବହୁ ସାମଗ୍ରୀ ଉପରୁ ଜିଏସଟି 28 ପ୍ରତିଶତରୁ ତଳକୁ ଖସିବ । ଏଥିସହ ରାଜକୋଷକୁ ନଜରରେ ରଖି ଦରଦାମ ଉପରେ ନିୟନ୍ତ୍ରଣ ରଖାଯିବ । ଭାରତୀୟ ଉଦ୍ୟୋଗ ପରିସଂଘ(ସିଆଆଇ)ର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏ ନେଇ କହିଛନ୍ତି ।

ଗଲା ଜିଏସଟି ପରିଷଦର ବୈଠକରେ ରିୟଲଇଷ୍ଟେଟ ଉପରେ ଜିଏସଟି 12 ପ୍ରତିଶତରୁ ହ୍ରାସ କରି 5 ପ୍ରତିଶତ କରିଦିଆଯାଇଛି । ସେହିପରି ଜିଏସଟି ସ୍ଲାବର ସବୁଠୁ ଉଚ୍ଚସ୍ତର 28 ପ୍ରତିଶତକୁ ହ୍ରାସ କରି 12 ଓ 18 ପ୍ରତିଶତ ପରିଧି ମଧ୍ୟ ରହିଛି । ଆଗକୁ ସିମେଣ୍ଟ ଉପରୁ ମଧ୍ୟ କର କମାଇବା ନେଇ ଯୋଜନା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଯଦି ଆମେ ଆଗକୁ ପୁଣି କ୍ଷମତାକୁ ଫେରୁ ତ ନିଷ୍ଚୟ, ସରଳ ଓ ସହଜ କର ବ୍ୟବସ୍ଥା ସହ କମ ଦରରେ ଦ୍ରବ୍ୟ ଓ ସାମଗ୍ରୀ ଯୋଗାଇବୁ ବୋଲି ଜେଟଲୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆସନ୍ତା 11 ତାରିଖରୁ ଲୋକସଭା ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ମେ 23ରେ ଫଳାଫଳ ପ୍ରକାଶିତ ହୋଇ ପ୍ରତିନିଧି ଚୟନ ହେବ । ତେବେ ଭାରତ ବର୍ତ୍ତମାନ ସମୟରେ ଭାରତର ଅଭିବୃଦ୍ଧି ଦର(ଜିଡିପି) 7 ରୁ 7.5 ପ୍ରତିଶତ ମଧ୍ୟରେ ସ୍ଥିର ରହିବ ।

ଏପଟେ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ରେଟ ଦର 0.25 ବେସିସ ପଏଣ୍ଟ ହ୍ରାସ କରି ସୁଧ ଶସ୍ତା କରିଦେଇଛନ୍ତି । ଚଳିତ ବର୍ଷ ଲଗାତାର ଦ୍ବିତୀୟ ଥର ପାଇଁ ସୁଧଦର କମାଯାଇଛି । ଯେଉଁଥିପାଇଁ ଯାନବାହାନ, ଗୃହ, ଶିଳ୍ପ ଆଦି ଅନ୍ୟାନ୍ୟ ଋଣ ବୋଝରୁ ମୁକ୍ତି ମିଳିବା ସହ ପୂର୍ବରୁ ଗ୍ରାହକ ନେଇଥିବା ଲୋନ ଉପରେ ଇଏମଆଇ କମିବା ନେଇ ଆଶା କରାଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.