ETV Bharat / business

ରେକର୍ଡ ଭାଙ୍ଗିଲା ଦରଦାମ, 8 ବର୍ଷର ସର୍ବୋଚ୍ଚ ସ୍ତରରେ ମାର୍ଚ୍ଚ WPI - ହୋଲସେଲ ମୂଲ୍ୟ ଆଧାରିତ ମୁଦ୍ରାସ୍ପୀତି

ଗୁରୁବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଅଶୋଧିତ ତୈଳ, ପେଟ୍ରୋଲିୟମ ଉତ୍ପାଦ ଏବଂ ମେଟାଲର ମୂଲ୍ୟ 2021 ମାର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ପାଇଛି । ଫଳରେ ଡବ୍ଲ୍ୟୁପିଆଇ 8 ବର୍ଷର ରେକର୍ଡ ଭାଙ୍ଗିଛି । ଅଧିକ ପଢନ୍ତୁ...

ରେକର୍ଡ ଭାଙ୍ଗିଲା ଦରଦାମ , 8 ବର୍ଷର ସର୍ବୋଚ୍ଚ ସ୍ତରରେ ମାର୍ଚ୍ଚ  WPI

author img

By

Published : Apr 15, 2021, 4:01 PM IST

ନୂଆଦିଲ୍ଲୀ: ବଢିଲା ଚିନ୍ତା । କୋରୋନା କାଳରେ ଝଟକା ଦେଇଚାଲିଛି ଦରଦାମ ରିପୋର୍ଟ । ଅଶୋଧିତ ତୈଳ ଓ ଧାତୁ ଦାମ ଆକାଶଛୁଆଁ । ଆଉ ଏହାର ପ୍ରଭାବରେ ହୋଲସେଲ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ମାର୍ଚ୍ଚ ମାସରେ 7.39 ପ୍ରତିଶତରେ ପହଞ୍ଚିଛି । ଯାହାକି 8 ବର୍ଷର ସର୍ବୋଚ୍ଚ ସ୍ତର ।

ଗତ ବର୍ଷ ମାର୍ଚ୍ଚର ନିମ୍ନ ଆଧାର ହେତୁ 2021 ମାର୍ଚ୍ଚରେ ମୁଦ୍ରାସ୍ଫୀତି ତୀବ୍ର ବୃଦ୍ଧି ପାଇଛି । ଗତ ବର୍ଷ କୋଭିଡ -19 ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ଦରଦାମ କମ ଥିଲା ।

ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ 4.17 ପ୍ରତିଶତ ଓ ମାର୍ଚ୍ଚ 2020ରେ 0.42 ପ୍ରତିଶତ ଥିଲା । ଡବ୍ଲୁପିଆଇ ମୁଦ୍ରାସ୍ଫୀତିରେ ଲଗାତାର ତୃତୀୟ ମାସ ଧରି ବୃଦ୍ଧି ହୋଇଛି ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ରିପୋର୍ଟ ମୁତାବକ , ‘‘ ମୁଦ୍ରାସ୍ଫୀତିର ବାର୍ଷିକ ଦର 2020 ମାର୍ଚ୍ଚ ତୁଳନାରେ ମାର୍ଚ୍ଚ 2021 ରେ 7.39 ପ୍ରତିଶତ ଅଛି । ଆଉ ଏହା 8 ବର୍ଷର ସର୍ବୋଚ୍ଚ ସ୍ତର । ’’

ତେବେ ଏହା ପୂର୍ବରୁ ଡବ୍ଲ୍ୟୁପିଆଇର ସର୍ବୋଚ୍ଚ ସ୍ତର 2012 ଅକ୍ଟୋବରରେ ଥିଲା । ସେତେବେଳେ ମୁଦ୍ରାସ୍ଫୀତି 7.4 ପ୍ରତିଶତ ଥିଲା । ମାର୍ଚ୍ଚରେ ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫୀତି ହାର 3.24 ପ୍ରତିଶତ ଥିଲା । ଆଉ ଏହି ସମୟରେ ଡାଲି, ଫଳ ତଥା ଧାନର ମୂଲ୍ୟ ହ୍ରାସ ହୋଇଥିଲା ।

ତେବେ ପେଟ୍ରୋଲ ଓ ଡିଜେଲର ଦାମ ବୃଦ୍ଧି ହେବା କାରଣରୁ ମାର୍ଚ୍ଚ ମାସରେ ଇନ୍ଧନ ଓ ବିଦ୍ୟୁତ ମୁଦ୍ରାସ୍ଫୀତି 10 .25 ପ୍ରତିଶତ ରହିଥିଲା । ଯାହା ଫେବୃଆରୀରେ 0.58 ପ୍ରତିଶତ ଥିଲା । ଏହି ସପ୍ତାହର ଆରମ୍ଭରେ ଜାରି ତଥ୍ୟ ଅନୁସାରେ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି 4 ମାସର ସର୍ବୋଚ୍ଚ ସ୍ତର 5.52 ପ୍ରତିଶତରେ ପହଞ୍ଚିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.