କୋଲକତା: ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି ଜୁନ ମାସରେ ରାଜ୍ୟରେ ବେକାରୀ ହାର 6.5 ପ୍ରତିଶତ ରହିଛି । ଯାହାକି ଦେଶ ତୁଳନାରେ କାହିଁ କେତେ ଗୁଣ ଭଲ ।
ସମଗ୍ର ଦେଶରେ ବେକାରୀ ଦର 11 ପ୍ରତିଶତ ରହିଛି । ଏ ନେଇ ମୁଖ୍ୟମନ୍ତ୍ରୀ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଦ୍ବାରା ଜାରି ରିପୋର୍ଟକୁ ଦର୍ଶାଇଛନ୍ତି । ସେ ଶନିବାର କହିଛନ୍ତି କି, ରାଜ୍ୟରେ ବେକାରୀ ହାର ନିୟନ୍ତ୍ରଣକ କାରଣ ହେଉଛି ତାଙ୍କ ସରକାର ଦ୍ବାରା କୋଭିଡ-19 ସଙ୍କଟ ଓ ଅମ୍ଫାନ ବାତ୍ୟାର ମୁକାବିଲା ନେଇ ଗ୍ରହଣ କରାଯାଇଥିବା ଆର୍ଥିକ ରଣନୀତି ।
ମମତା ଟ୍ବିଟ କରି ଜଣାଇଛନ୍ତି କି, କୋଭିଡ-19 ଓ ଅମ୍ଫାନରେ ହୋଇଥିବା କ୍ଷତିର ମୁକାବିଲା ପାଇଁ ଆମେ ଏକ ଉତ୍ତମ ଅର୍ଥନୈତିକ ରଣନୀତି ଆପଣେଇଛୁ । ଏହାର ପ୍ରମାଣ ବେକାରୀ ହାର ରିପୋର୍ଟରୁ ମିଳିଛି । 2020 ଜୁନ ମାସରେ ପଶ୍ଚିମବଙ୍ଗ ବେକାରୀ ଦର 6.5 ପ୍ରତିଶତ ରହିଛି , ଯେତବେଳେ କି ଦେଶର 11 ପ୍ରତିଶତ ଅଛି । ସେହିପରି ଉତ୍ତରପ୍ରଦେଶର 9.6 ଓ ହରିଆଣାର 33.6 ପ୍ରତିଶତ ଅଛି ।