ETV Bharat / business

ଦେଶର ଲୋକଙ୍କୁ ଅଣଦେଖା କରି ବିଦେଶକୁ ରପ୍ତାନୀ ହୋଇନି ଟିକା: ଆଦର ପୁନାୱାଲା

ଅନେକ ରାଜ୍ୟରେ ଭ୍ୟାକ୍ସିନ ସଙ୍କଟକୁ ନେଇ ଉଠୁଛି ପ୍ରଶ୍ନ । ଏହାରି ମଧ୍ୟରେ ଭ୍ୟାକ୍ସିନ ରପ୍ତାନୀ ନେଇ ହୋଇଥିବା ଅଭିଯୋଗର ସ୍ପଷ୍ଟୀକରଣ ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା । ଅଧିକ ପଢନ୍ତୁ..

ଦେଶର ଲୋକଙ୍କୁ ଅଣଦେଖା କରି  ବିଦେଶୀକୁ ରପ୍ତାନୀ ହୋଇନି ଟିକା :  ଅଦାର ପୁନାୱାଲା

author img

By

Published : May 19, 2021, 12:20 PM IST

ନୂଆଦିଲ୍ଲୀ: ଦେଶର ଲୋକଙ୍କୁ ଅଣଦେଖା କରି ଅନ୍ୟ ଦେଶକୁ ଭ୍ୟାକ୍ସିନ ରପ୍ତାନୀ କଦାପି କରିନି ସେରମ ଇନଷ୍ଟିଚ୍ୟୁଟ । ଏ ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ଦେଇ ସମସ୍ତଙ୍କ ଅଭିୟୋଗକୁ ଖଣ୍ଡନ କଲେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପ୍ରମୁଖ ଆଦର ପୁନାୱାଲା ।

ପୁନାୱାଲା କହିଛନ୍ତି କି , ସେ କେବେ ବି ଦେଶର ଲୋକଙ୍କୁ ହିତକୁ ଅଣଦେଖା କରି ଭ୍ୟାକ୍ସିନ ରପ୍ତାନୀ କରିନାହାନ୍ତି । ସେରମ କୋଭିସିଲ୍ଡ ତିଆରି କରିଛି । ସେରମ ଭ୍ୟାକ୍ସିନ ତିଆରି କରିଥିବା ଦୁନିଆର ସର୍ବବୃହତ୍ତ କମ୍ପାନୀ ।

ମହାମାରୀ କୋରୋନା ମାୟାଜାଲରେ ଏବେ ଦେଶ । ଦ୍ବିତୀୟ ଲହରୀରେ କମୁନି ସଂକ୍ରମଣ । ପ୍ରତ୍ୟେକ ଦିନ 4 ହଜାରରୁ ଅଧିକ ରୋଗୀଙ୍କର ଯାଉଛି ଜୀବନ । ସେପଟେ ଅନେକ ରାଜ୍ୟରେ ଭ୍ୟାକ୍ସିନ ସଙ୍କଟକୁ ନେଇ ଉଠୁଛି ପ୍ରଶ୍ନ । ଏହାରି ମଧ୍ୟରେ ଭ୍ୟାକ୍ସିନକୁ ନେଇ ବଢୁଥିବା ଚାପ ମଧ୍ୟରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଦେଶକୁ ଟିକା ରପ୍ତାନୀ ନେଇ ଅଭିଯୋଗ ହୋଇଥିଲା । ତେବେ ଏ ନେଇ କମ୍ପାନୀ ସିଇଓ ସଫେଇ ଦେବା ସହ ସେରମ କହିଛି କି , ‘‘ ଆମେ କେବେବି ଭାରତୀୟ ଲୋକଙ୍କ ହିତକୁ ଅଣଦେଖା କରି ଭ୍ୟାକ୍ସିନ ରପ୍ତାନୀ କରିନାହୁଁ । ଆମେ ଦେଶରେ ଟୀକାକରଣ ଅଭିଯାନରେ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ । ଆମେ ଏଥିପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରୁଛି ।

ପୁନାୱାଲା ଆହୁରି ମଧ୍ୟ କହିଛନ୍ତି କି , ଭାରତ ଏକ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ । 2-3 ମାସ ମଧ୍ୟରେ ଏତେ ସଂଖ୍ୟକ ଜନସମୁଦାୟଙ୍କ ଟୀକାକରଣ ସମ୍ଭବ ନୁହେଁ । ଏଥିପାଇଁ ଆମେ କମ୍ପାନୀ ଭ୍ୟାକ୍ସିନ ଉତ୍ପାଦନ ବଢାଇବା ଚେଷ୍ଟା ଜାରି ରଖିଛୁ । ଏ ବର୍ଷ ଶେଷ ସୁଦ୍ଧା ଅନ୍ୟ ଦେଶକୁ ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ ହେବ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆମେ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ଗୋଟିଏ । ଏତେ ସଂଖ୍ୟକ ଜନସମୁଦାୟଙ୍କ ଟୀକାକରଣ 2-3 ମାସ ମଧ୍ୟରେ ଶେଷ ହୋଇପାରିବ ନାହିଁ। ଏଥିରେ ଅନେକ ଚ୍ୟାଲେଞ୍ଜ ରହିଛି। ସମଗ୍ର ବିଶ୍ବର ଜନସାଧାରଣଙ୍କ ଟୀକାକରଣ ପାଇଁ 2ରୁ 3 ବର୍ଷ ଲାଗିବ ବୋଲି SII ପକ୍ଷରୁ କୁହାଯାଇଛି ।

ସେରମ ମୁଖ୍ୟାଳୟ ପୁଣେରେ ରହିଛି । ଭାରତରେ ପ୍ରଥମେ ଅନୁମୋଦିତ ହୋଇଥିବା ଦୁଇଟି ଟିକା ମଧ୍ୟରେ ସେରମ ର କୋଭିସିଲ୍ଡ ଅନ୍ତର୍ଭୁକ୍ତ ଥିଲା । କରୋନାର ଦ୍ବିତୀୟ ଲହର ଆରମ୍ଭ ହେବାର ଏକ ମାସ ପୂର୍ବରୁ ଭାରତ ଟିକା ରପ୍ତାନି ବନ୍ଦ କରି ଦେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଅନ୍ୟ ଦେଶକୁ 6.6 କୋଟି ଟିକା ଟିକା ପଠାଇଛି। ଯେଉଁ ଦେଶକୁ ଭାରତ ଟିକାକରଣ ପଠାଇଛି ସେଥିଲେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ କିଛି ଆଫ୍ରିକୀୟ ଦେଶ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.