ETV Bharat / business

‘ମେକ ଇନ ଇଣ୍ଡିଆ’ ମଡେଲ ଆଣିବ ଭିଭୋ - Vivo announces Rs 7,500 invest in india

ଶୀଘ୍ର ବଜାରକୁ ଆସିବ ମେକ ଇନ ଇଣ୍ଡିଆ ଭିଭୋ ଫୋନ । ଯାହାକି ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରୁଥିବ । ଏଥିପାଇଁ ଭାରତରେ ଇଣ୍ଡଷ୍ଟ୍ରିଆଲ ଡିଜାଇନ ସେଣ୍ଟର ସ୍ଥାପନ କରିବ ଭିଭୋ । ଅଧିକ ପଢନ୍ତୁ..

ଭାରତରେ ଇଣ୍ଡଷ୍ଟ୍ରିଆଲ ଡିଜାଇନ ସେଣ୍ଟର ଖୋଲିବ ଭିଭୋ

author img

By

Published : Jul 17, 2020, 1:51 PM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ ଭାରତରେ ଔଦ୍ୟୋଗିକ (industrial) ଡିଜାଇନ କେନ୍ଦ୍ର ସ୍ଥାପନ କରିବ । ଯେପରି ଦେଶରେ ହିଁ ମୋବାଇଲ ଫୋନ ବିକାଶ କରାଯାଇପାରିବ । ଏଥିସହ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି 50,000 କରିବାକୁ ଯୋଜନା କରୁଛି କମ୍ପାନୀ ।

ଚୀନ ପ୍ରଡକ୍ଟ ବର୍ଜନ ନାରା ମଧ୍ୟରେ ଭିଭୋ ଇଣ୍ଡିଆର ନିର୍ଦ୍ଦେଶ ନିପୁନ ମାରୟା (Nipun Marya)କହିଛନ୍ତି କି, ଦେଶରେ 7500 କୋଟି ଟଙ୍କା ନିବେଶ କରିବାକୁ ଘୋଷଣା ହୋଇଛି । ଏହା ମାଧ୍ୟମରେ ମୋବାଇନ ମ୍ୟାନୁଫ୍ୟାକ୍ଚରିଂ କ୍ଷମତାକୁ 3.3 କୋଟି ୟୁନିଟ (ବର୍ତ୍ତମାନ ରହିଛି)ରୁ ବୃଦ୍ଧି କରି 12 କୋଟି ୟୁନିଟ କରିବା କମ୍ପାନୀର ଲକ୍ଷ୍ୟ ରହିଛି ।

ସେ କହିଛନ୍ତି, ‘‘ଖୁବ୍ ଶୀଘ୍ର ଆମେ ଦେଶରେ ଆମର ଇଣ୍ଡଷ୍ଟ୍ରିଆଲ ଡିଜାଇନ ସେଣ୍ଟର ମଧ୍ୟ ସ୍ଥାପନ କରିବାକୁ ଯାଉଛୁ। ଏହା ପରେ ଆମେ କେବଳ ‘ମେକ ଇନ ଇଣ୍ଡିଆ’ ଉତ୍ପାଦ ତିଆରି କରିବୁ ନାହିଁ, ବରଂ ଦେଶରେ ଏହାକୁ ଡିଜାଇନ ମଧ୍ୟ କରିବୁ। ଏହି ଡିଜାଇନ ସେଣ୍ଟର ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ । ଭାରତରେ ନିର୍ମିତ ଏବଂ ଡିଜାଇନ ହୋଇଥିବା ପ୍ରଥମ ଭିଭୋ ଫୋନ୍ 2020-21 ମଧ୍ୟରେ ବଜାରକୁ ଆସିବ । ’’

ଭର୍ଚୁଆଲ ଇଭେଣ୍ଟରେ 5G ଟେକ୍ନୋଲୋଜି ପାଇଁ ଡିଜାଇନ ହୋଇଥିବା ସ୍ମାର୍ଟଫୋନର X50 ସିରିଜର ଉପସ୍ଥାପନ କରି ମାରାୟା ଭିଭୋର ପ୍ରିମିୟମ ସ୍ମାର୍ଟଫୋନ ବର୍ଗରେ ପ୍ରବେଶ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆମେ ପ୍ରଧାନମନ୍ତ୍ରୀଙ୍କ ଲୋକାଲ ଫର ଭୋକାଲ ଅଭିଯାନକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ ।

କମ୍ପାନୀ ନିଜ ଗ୍ରେଟର ନୋଏଡା ପ୍ଲାଣ୍ଟର ବିସ୍ତାର ନେଇ 7,500 କୋଟି ଟଙ୍କାର ନିବେଶ ଘୋଷଣା କରିଛି । ଏହି ନିବେଶରେ ସ୍ଥାନୀୟ କ୍ରୟ 1 ବର୍ଷରେ 15 ପ୍ରତିଶତରୁ ବଢି 40 ପ୍ରତିଶତ ହୋଇଯିବ ବୋଲି କମ୍ପାନୀ ଆଶା ରଖିଛି ।

ଭାରତୀୟ ସ୍ମାର୍ଟଫୋନ ବଜାରରେ ଭିଭୋର ବଜାର ଅଂଶଧନ ପାଖାପାଖି 2.1 ପ୍ରତିଶତ ରହିବା ସହ ଏହା ଦ୍ବିତୀୟ ବୃହତ୍ତମ ସ୍ମାର୍ଟଫୋନ କମ୍ପାନୀ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.